News

ପେଟ୍ରୋଲ ଓ ଡିଜେଲ ବିକ୍ରି ଉପରେ ପ୍ରଭାବ ପକାଇଛି ନୂଆ ମୋଟର ଯାନ ଆଇନ

Untitled 1

ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଏହାର ପ୍ରଭାବ ପଡ଼ିଛି ତୈଳ ବିକ୍ରି  ଉପରେ। ଟିକେ ଅସାବଧାନ ହେଲେ କାଟିବାକୁ ପଡୁଛି ହଜାର ହଜାର ଟଙ୍କାର ଚାଲାଣ। ଏଥିପାଇଁ ଲୋକମାନେ ଘରୁ ଗାଡି କାଢି ବାହାରିବାକୁ ଡରୁଛନ୍ତି। ତେବେ ଏହି ଆଇନ ପାଇଁ  ରାଜ୍ୟରେ କମିଛି ପେଟ୍ରୋଲ ଓ ଡିଜେଲ  ବିକ୍ରି। ନଜର ପକାନ୍ତୁ ଏସମ୍ପର୍କିତ ତଥ୍ୟ ଉପରେ।

Trafic 1 679x430
Trafic 1 679×430

ଆଇନ କାର୍ଯ୍ୟକାରୀ ହେବା ପୂର୍ବରୁ ରାଜ୍ୟରେ ପ୍ରତ୍ୟେକ ଦିନ ୨୭ ଲକ୍ଷ ୨୦ ହଜାର ଲିଟର ପେଟ୍ରୋଲ ବିକ୍ରି ହେଉଥିଲା। ବର୍ତ୍ତମାନ ୪ ଲକ୍ଷ ୮ ହଜାର ଲିଟର କମ୍‌ ବିକ୍ରି ହେଉଛି ପେଟ୍ରୋଲ। ସେହିପରି କମିଛି ଡିଜେଲ ବିକ୍ରି। ରାଜ୍ୟରେ ପ୍ରତିଦିନ ପ୍ରାୟ ୮୩ ଲକ୍ଷ ୫ ହଜାର ଲିଟର ଡିଜେଲ ବିକ୍ରି ହୋଇଥାଏ। ଏବେ ୧୨ ଲକ୍ଷ ୪୫ ହଜାର ଲିଟର କମ୍‌ ଡିଜେଲ ବିକ୍ରି ହେଉଛି।

ଖୋର୍ଦ୍ଧା ଜିଲ୍ଲାରେ ଆଗରୁ ୪ ଲକ୍ଷ ୬୭ ହଜାର ଲିଟର ପେଟ୍ରୋଲ ବିକ୍ରି ହେଉଥିବା ବେଳେ ୭୦ ହଜାର ଲିଟର ବିକ୍ରି କମ୍‌ ହେଉଛି। ସେହିପରି ଡିଜେଲ ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ୪ ଲକ୍ଷ ୯୫ ହଜାର ଲିଟର ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ୭୪ ହଜାର ଲିଟର କମ୍‌ ବିକ୍ରି ହେଉଛି। କମ୍‌ ବିକ୍ରି ଯୋଗୁଁ ରାଜ୍ୟ ସରକାର ପେଟ୍ରୋଲରେ ଭ୍ୟାଟ୍‌   ବାବଦକୁ ୫୭ ଲକ୍ଷ ୫୯ ହଜାର ଓ ଡିଜେଲ କ୍ଷେତ୍ରରେ ୧ କୋଟି ୭୮ ଲକ୍ଷ ଟଙ୍କା କ୍ଷତି ସହୁଛନ୍ତି।

ପଢନ୍ତୁ:  ଆକ୍ସନ ମୁଡ୍‌ରେ ବିଏମ୍‌ସି : ୧ ନମ୍ବର ହାଟରୁ ଜବରଦଖଲ ଉଚ୍ଛେଦ

Related posts

କଟକ ସହରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ

ENO Beuro

ସୁପ୍ରିମକୋର୍ଟଙ୍କ ବଡ ନିର୍ଦ୍ଦେଶ: ଗର୍ଲଫ୍ରେଣ୍ଡ ସହ ହୋଟେଲରେ ରହିବା ନୁହେଁ ଅପରାଧ

Ratnamani Moharana

ଧୂଆଁ ବାହାରିବାରୁ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ENO Beuro

Leave a Comment