EnewsOdia.Com

ଆସିଲା ବର୍ଷା ପରର ବିକଳ ଚିତ୍ର, ପିପିଲିରେ କୃତ୍ରିମ ବନ୍ୟା

ମୌସୁମୀ ବାୟୁ ଓଡ଼ିଶାକୁ ବାଏ ବାଏ କରିସାରିଛି। ହେଲେ ଏକ ଲୋପ୍ରେସର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଥିଲା। ବର୍ତ୍ତମାନ ଲଘୁଚାପ ନିଷ୍କ୍ରିୟ ହୋଇ ଯାଇଛି। କେବଳ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୋଟିଏ ଘୂର୍ଣ୍ଣି ବଳୟ ରହିଛି। ତେବେ ଏହି ଲଗାତର ବର୍ଷାରେ ଆସିଲା ବର୍ଷା ପରର ବିକଳ ଚିତ୍ର। ବର୍ଷା କମିଛି ହେଲେ କମୁନି ଦୁର୍ଦ୍ଦଶା, ଦୁଇ ଦିନ ଧରି ଲଘୁଚାପର ଲଗାଣ ବର୍ଷା ପରେ ପିପିଲିରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା ସ୍ଥିତି । ବର୍ଷା କମିଯାଇଛି , ହେଲେ ଚିନ୍ତା ବଢାଇ ଦେଇଛି ବର୍ଷା ପରର ସ୍ଥିତି । କାରଣ ବର୍ଷା ପରେ ପରେ ଜମି ରହିଛି ଆଣ୍ଠୁଏ ଉଚ୍ଚରେ ପାଣି । ଏହାରି ଭିତରେ ବୁଡି ରହିଛି ଶହ ଶହ ହେକ୍ଟରର ଧାନ ଫସଲ ।

ଜଳ ନିଷ୍କାସନ ହୋଇପାରୁନଥିବାରୁ ପିପିଲି ବ୍ଲକର ୪ଟି ପଂଚାୟତର ଚାଷୀଙ୍କ ଚିନ୍ତା ବଢିବାରେ ଲାଗିଛି । କେନାଲରେ ବର୍ଷା ପାଣି ନିଷ୍କାସନ ନହେଲେ ଏପରି ବର୍ଷା ପାଣିରେ ବୁଡି ରହି ଧାନ ଫସଲ ପଚି ନଷ୍ଟ ହୋଇଯିବ ବୋଲି ଚାଷୀ ଆଶଙ୍କାରେ ଅଛନ୍ତି । ଏପରିକି ଅନେକ ସ୍ଥାନରେ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଥିବା ଜଣାଯାଇଛି । ପରିସ୍ଥିତି ଏପରି ହୋଇଛି ଯେ, ଘର ଭିତରେ ବି ଅନେକ ସ୍ଥାନରେ ପାଣି ପଶିଯାଇଛି । ମୋଟ ଉପରେ କହିବାକୁ ଗଲେ ଲଗାଣ ବର୍ଷାରେ ପୁରୀ ଜିଲ୍ଲା ପିପିଲିରେ ବି ସ୍ଥିତି ଏକ ପ୍ରକାର ସଙ୍ଗୀନ ହୋଇପଡିଛି ।

ପଢନ୍ତୁ: ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯୁକ୍ତ ଦୁଇ ପରୀକ୍ଷା, ନଭେମ୍ବର ୧ତାରିଖରୁ ଫର୍ମ ପୂରଣ

ସମ୍ବନ୍ଧିତ ଖବର

ବୋର୍ଡ ପରୀକ୍ଷା ପୂର୍ବରୁ କାଶ୍ମୀରର ସରକାରୀ ସ୍କୁଲରେ ନିଆଁ ଲଗାଇଲେ ଆତଙ୍କବାଦୀ

Ratnamani Maharana

ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭବାଇ ପଟେଲଙ୍କ ୧୪୪ତମ ଜୟନ୍ତୀ

Ratnamani Maharana

ହେଲ୍‌ମେଟ୍‌ ପିନ୍ଧି ଟ୍ରାଫିକ୍‌ ନିୟମ ବୁଝାଉଛି କୁକୁର

Ratnamani Maharana

୩୧ ବର୍ଷରେ ପାଦ ଥାପିଲେ କ୍ୟାପଟେନ୍ କୋହଲି

Ratnamani Maharana

ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ କଲେଜ ବଦଳାଇବାକୁ ଆବେଦନ କରିଛନ୍ତି ୭୦୦ ଛାତ୍ରଛାତ୍ରୀ

Ratnamani Maharana

ରାଜ୍ୟର ସମସ୍ତ ଆମ୍ବୁଲାନ୍ସ ଗୋଟିଏ କଣ୍ଟ୍ରୋଲ ରୁମରୁ ହେବେ ପରିଚାଳିତ

Ratnamani Maharana