News

ଆଉ କିଛି ସମୟ ପରେ ସୁଷମାଙ୍କ ଶେଷକୃତ୍ୟ

Sushama Last Rites

ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ମର ଶରୀର ଏବେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ରହିଛି। ବିଜେପି ସଭାପତି ଅମିତ ଶାହ ଦଳୀୟ ପତାକା ତାଙ୍କ ମର ଶରୀର ଉପରେ ଘୋଡ଼ାଇ ଅନ୍ତିମ ଦର୍ଶନ କରିଛନ୍ତି। ସୁଷମାଙ୍କ ବିୟୋଗରେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବିରୋଧୀ ଦଳର ନେତା ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଗଭୀର ଶୋକ ପ୍ରକାଶ କରିଛନ୍ତି। ଦଳୀୟ ନେତା ଓ କର୍ମୀ ଏଠାରେ ସୁଷମାଙ୍କୁ ଅନ୍ତିମ ଦର୍ଶନ କରୁଛନ୍ତି। ଅପରାହ୍ନ ୩ଟା ପରେ ତାଙ୍କୁ ଦିଲ୍ଲୀ ସ୍ଥିତ ଲୋଧିରୋଡ୍‌ ନିଆଯିବ। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ  ସମ୍ପନ୍ନ ହେବ।

ଗତକାଲି ସୁଷମା ସ୍ୱରାଜ ରାତି ପାଖାପାଖି ୯ଟା ସମୟରେ ଘରେ ଥିବା ବେଳେ ହୃଦଘାତର ଶିକାର ହୋଇଥିଲା। ଏହାପରେ ସଙ୍ଗେସଙ୍ଗେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା ବୋଲି ଏମ୍ସ ଡାକ୍ତର ଘୋଷଣା କରିଥିଲେ।

ପଢନ୍ତୁ: ଜମ୍ମୁ-କାଶ୍ମୀରରେ ଆଜିଠୁ ଉଛେଦ ହେଲା ଧାରା ୩୭୦

Related posts

ଇଣ୍ଡୋନେସିଆରେ ବିମାନ ଦୁର୍ଘଟଣା,୧୮୮ ଯାତ୍ରୀ ମୃତ ଆଶଙ୍କା

ENO Beuro

ମୃତ୍ୟୁର ଖେଳ ବ୍ଲୁହ୍ୱେଲ କୁ ବନ୍ଦ କରିବା ଅସମ୍ଭବ – କେନ୍ଦ୍ରସରକାର

ENO Beuro

ସେପ୍ଟେମ୍ବର ୭ରେ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଅବତରଣ କରିବ ଚନ୍ଦ୍ରଯାନ-୨

Ratnamani Moharana

Leave a Comment