ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
Loading...
ଚୀନ ସବୁବେଳେ ନିଜକୁ ଶକ୍ତିଶାଳୀ ପ୍ରମାଣିତ କରିବା ପାଇଁ ଅନେକ ଅଜବ ଅଜବ ପନ୍ଥା ଆପଣାଇଛି ।
ଚୀନ ସବୁବେଳେ ନିଜକୁ ଶକ୍ତିଶାଳୀ ପ୍ରମାଣିତ କରିବା ପାଇଁ ଅନେକ ଅଜବ ଅଜବ ପନ୍ଥା ଆପଣାଇଛି । କେତେବେଳେ ମହାମାନବ ତିଆରି କରୁଛି ତ କେତେବେଳେ ତିଆରି କରୁଛି ବମ ପ୍ଲାଣ୍ଟ ।ଏବେ ପୁଣି କିଛି ଦିନ ପୂର୍ବରୁ କୃତ୍ରିମ ସୂର୍ଯ୍ୟ ତିଆରି କରିଥିଲା ଚୀନ୍ । ପୁଣି ବର୍ତ୍ତମାନ ତିଆରି କରିଛି କୃତ୍ରିମ ଚନ୍ଦ୍ର। ପୃଥିବୀର ପରିବେଶକୁ ଅନୁକରଣ କରିବା ପାଇଁ ‘କୃତ୍ରିମ ଚନ୍ଦ୍ର’ ନିର୍ମାଣ କରିଛି ଚୀନ । ତେବେ ୨୦୨୧ ମସିହାକୁ ବେଜିଂ ପାଇଁ ସବୁଠାରୁ ସଫଳ ବର୍ଷ ବୋଲି କୁହାଯାଉଛି। ଚାଇନାର ସ୍ପେସ୍ ପ୍ରୋଗ୍ରାମ ବର୍ତ୍ତମାନ ଆଗେଇବାରେ ଚାଲିଛି । ପୁଣି ଏଥିରେ ସେ ସଫଳ ହେବାରେ ଲାଗିଛି । ଚୀନ ବର୍ତ୍ତମାନ ଏକ କୃତ୍ରିମ ଚନ୍ଦ୍ର ତିଆରି କରିଛି ଯାହା ଯାହା ନୂଆ ଟେକ୍ନୋଲୋଜିରେ ଭବିଷ୍ୟତରେ ହେବାକୁ ଥିବା ମିଶନ ବିଷୟରେ ସୂଚନା ଦେବା । ସବୁ ତଥ୍ୟ ଦେବା ପାଇଁ ସାହାଯ୍ୟ ମଧ୍ୟ କରିବ। ପୃଥିବୀରେ ଚନ୍ଦ୍ରର ପରିବେଶକୁ ପରୀକ୍ଷା କରିବା ପାଇଁ ଚୀନ ବୈଜ୍ଞାନିକମାନେ ଏପରି ଏକ କୃତ୍ରିମ ଚନ୍ଦ୍ର ତିଆରି କରିଛନ୍ତି ।
ଚୀନ୍ର ମହାକାଶଚାରୀଙ୍କୁ ତାଲିମ ଦେବା ପାଇଁ ଏହା ଏହା ଭଲ ଉପାୟ ହେବ ବୋଲି ସୂଚନାରୁ ଜଣାପଡିଛି । ତେବେ ଚୀନ ତିଆରି କରିଥିବା ଏହି ମିନି-ଚନ୍ଦ୍ରର ବ୍ୟାସ ପ୍ରାୟ ଦୁଇ ଫୁଟ ରହୁଥିବା ବେଳେ ଏହାର ପୃଷ୍ଠ ପଥର ଏବଂ ଧୂଳିରେ ତିଆରି ହୋଇଛି ଯାହାକି ଚନ୍ଦ୍ରରେ ଥିବା ପୃଷ୍ଠ ଭୂମି ପରି ହାଲୁକା । ତେବେ ଏହି କୃତ୍ରିମ ଜହ୍ନକୁ ତିଆରି କରିବା ପାଇଁ ଚୀନର ଅନେକ ବୈଜ୍ଞାନିକ ସାମିଲ ହୋଇଥିଲେ ପୁଣି ଏହା ସହିତ ପଦାର୍ଥବିଜ୍ଞାନୀମାନେ ମଧ୍ୟ ଏହି ଚନ୍ଦ୍ରରେ ମାଟି ଦେବା ପାଇଁ ଭୂମିପୂଜନ କରିଥିଲେ । ସେହି ଭୂମିର ମାଟିକୁ ପରୀକ୍ଷଣ କରି ଚନ୍ଦ୍ର ପୃଷ୍ଠରେ ବ୍ୟବହାର କରାଯାଇଥିଲା ।
No, I've made up my mind about it; and while she remembered how small she was terribly frightened.
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।
ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬% ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।