• Home
  • News
  • ଏବେବି ସଙ୍କଟ ଟଳିନି, ଜଗା ବଳିଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ଲାଗି ଅଧିକ ସମୟ ଲାଗିପାରେ
News

ଏବେବି ସଙ୍କଟ ଟଳିନି, ଜଗା ବଳିଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ଲାଗି ଅଧିକ ସମୟ ଲାଗିପାରେ

ଏବେବି ସଙ୍କଟ ଟଳିନି, ଜଗା ବଳିଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ଲାଗି ଅଧିକ ସମୟ ଲାଗିପାରେ । ବିରଳ ଅସ୍ତ୍ରୋପଚାର ଦ୍ଵାରା ଅଲଗା ହେଇଥିବା ଜଗା-ବଳିଆଙ୍କ ଆଇସିୟୁର ୭୨ ଘଣ୍ଟାର ଅବଧି ଶେଷ ହେବା ପରେ ମଧ୍ୟ ଏବେ ବି ଦୁଇ ଭାଇ ଭେଣ୍ଟିଲେଟରରେ ଅଛନ୍ତି। ଜଗା ସ୍ୱାସ୍ଥ୍ୟ ସାମାନ୍ୟ ସୁଧୁରିଥିବା ବେଳେ ବଳିଆ ସ୍ୱାସ୍ଥ୍ୟରେ ଆଶାନୁରୂପ ଉନ୍ନତି ପରିଲକ୍ଷିତ ହୋଇନଥିବା ଏକ ସୂତ୍ରରୁ ସୂଚନା ମିଳିଛି।  ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ଡାକ୍ତରୀଦଳ ୨୪ ଘଣ୍ଟିଆ ନଜର ରଖିଛନ୍ତି।

ଦୁଇ ଶିଶୁଙ୍କ ଶାରୀରିକ ପ୍ରକ୍ରିୟା ତଥା ମସ୍ତିଷ୍କର ଧମନୀ, ରକ୍ତ ସଞ୍ଚାଳନ, ହାର୍ଟବିଟ୍‌, ଲଙ୍ଗ୍‌ସ ଆଶାନୁରୂପ ଅନୁକୂଳ ରିଡିଂ ହେଉଥିବା ଏମ୍ସର ଜଣେ ଡାକ୍ତର କହିଛନ୍ତି। ଜଗା ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ କରୁଥିବା ଜଣେ ଡାକ୍ତରଙ୍କ କହିବା ଅନୁଯାୟୀ ବଳିଆକୁ ଜ୍ୱର ହେବା ସହ ତାକୁ ହାର୍ଟ ଆଟାକ୍‌ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ଅପରେସନରୁ ହିଁ ବଳିଆକୁ ଆଟାକ୍‌ରୁ ନିୟନ୍ତ୍ରଣ ପାଇଁ ଔଷଧ ଦିଆଯାଇଥିଲେ ମଧ୍ୟ ଆଇସିୟୁ ଭେଣ୍ଟିଲେଟରରେ ଚିକିତ୍ସାଧୀନ ସ୍ଥିତିରେ ହାର୍ଟ ଆଟାକ୍‌ ହୋଇଥିଲା। ଏହା ପରେ ତା’ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।

ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର କୁହାଯାଉଥିବା ବେଳେ ବିଶେଷଜ୍ଞ ଦଳ ଆଉ କିଛି ପରୀକ୍ଷା ନିରୀକ୍ଷା ପାଇଁ ଯୋଜନା କରୁଥିବା ଜାଣିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ବଳିଆ ଅସ୍ତ୍ରୋପଚାର ବେଳର ନିଶ୍ଚେତକ ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇନାହିଁ। ଗତକାଲି ଜଗା ଆଖି ଖୋଲିବା ସହ ହାତ ହଲାଉଥିବା କୁହାଯାଇଥିଲା। ତେବେ ଦୁହେଁ ଅଦ୍ୟାବଧି ଅଚେତ ଅବସ୍ଥାରେ ରହିଥିବା ଓ ଚେତା ଫେରିଲେ ହିଁ ସେମାନଙ୍କ ସ୍ନାୟୁଜନିତ ପ୍ରତିକ୍ରିୟା ସମ୍ପର୍କରେ ଆକଳନ କରାଯାଇପାରିବ ବୋଲି ଜଣାଯାଇଛି।

ଜଗା ବଳିଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ଲାଗି ଆଉ ଅଧିକ ସମୟ ଲାଗିପାରେ ବୋଲି ବିଶେଷଜ୍ଞ ଡାକ୍ତରୀଦଳ ଅନୁମାନ କରୁଛନ୍ତି। ଏବେ ବି ସଂକ୍ରମଣ ଆଶଙ୍କା ଥିବାରୁ ସେମାନଙ୍କ ୨୪ ଘଣ୍ଟିଆ ନିରୀକ୍ଷଣ କରାଯାଉଛି । ଆଗାମୀ ୧୪ ଦିନ ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ଏବେବି ସଙ୍କଟ ଟଳିନି, ଜଗା ବଳିଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ଲାଗି ଅଧିକ ସମୟ ଲାଗିପାରେ  ଏବେବି ସଙ୍କଟ ଟଳିନି, ଜଗା ବଳିଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ଲାଗି ଅଧିକ ସମୟ ଲାଗିପାରେ

Related posts

ହରିୟାନାରେ ରେଳ ଦୁର୍ଘଟଣା, ଲାଇନଚ୍ୟୁତ ହେଇ ୨ କିମି ଗଡିଲା

Krishna Kumar Manoj

କାନପୁର : ଲୁଗା ବ୍ୟବସାୟୀଙ୍କ ଠାରୁ ୯୬ କୋଟିର ଅଚଳ ନୋଟ ଜବତ

Krishna Kumar Manoj

ବିଜେଡି କାର୍ଯ୍ୟାଳୟରେ ଦୁଷ୍କର୍ମ ମାମଲା, କେନ୍ଦୁଝରରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

Krishna Kumar Manoj

4 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More