EnewsOdia.Com

ବାଗ୍‌ଦାଦ୍‌ରେ ପୁଣି ଆକ୍ରମଣ କଲା ଆମେରିକା

କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଇରାକ ଉପରେ ଆକାଶମାର୍ଗରୁ ଆକ୍ରମଣ ଜାରି ରଖିଛି ଆମେରିକା । ଗତକାଲି ବିଳମ୍ବିତ ରାତିରେ ବାଗ୍‌ଦାଦ୍‌ରେ ପୁଣି ଆକ୍ରମଣ କରିଛି ଆମେରିକା । ଉତ୍ତର ବାଗଦାଦର ତାଜି ରୋଡ୍‌ ନିକଟରେ ଶନିବାର ସକାଳେ(ଭାରତୀୟ ସମୟ) ୨ଟି କାର୍‌କୁ ଟାର୍ଗେଟ କରି ଡ୍ରୋନ ଆକ୍ରମଣ କରାଯିବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି।

ଯେଉଁ ରାସ୍ତାରେ ଆକ୍ରମଣ କରାଯାଇଛି ତାହା ରାସ୍ତା ଅଣଆମେରିକୀୟ ସେନାର ଘାଟିକୁ ଯାଇଛି। ଏହା ପୂର୍ବରୁ ଗତ ଶୁକ୍ରବାର ସକାଳେ ଇରାକର ରାଜଧାନୀ ବାଗଦାଦରେ ଥିବା ଏକ ବିମାନବନ୍ଦରରେ ଆମେରିକା ପକ୍ଷରୁ ଡ୍ରୋନ ଆକ୍ରମଣ କରାଯାଇଥିଲା। ଏଥିରେ ଇରାନ ସେନାର ବରିଷ୍ଠ କମାଣ୍ଡର କାସିମ ସୁଲେମାନିଙ୍କର ମୃତ୍ୟୁ ଘଟିଥିଲା।

ସୂଚନା ଅନୁସାରେ ଆମେରିକା ଏହି ଆକ୍ରମଣରେ ଇରାକର ହଶଦ ଅଲ ସାବୀ ର କମାଣ୍ଡରକୁ ଟାର୍ଗେଟ କରି କରିଥିଲା । ଏଥିରେ ମୃତାହତଙ୍କ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିନି । ଇରାକ ଗଣମାଧ୍ୟମର ସୂଚନା ଅନୁସାରେ ଏହି ଆକ୍ରମଣ ଇରାକର ତାଜି ରୋଡ ନିକଟରେ ହୋଇଛି । ତେବେ ଆକ୍ରମଣ ସମୟରେ କାଫିଲାରେ ହଶଦ ଅଲ ସାବୀର କୌଣସି ବଡ କମାଣ୍ଡର ନଥିଲେ ।
ପଢନ୍ତୁ: ବିଜେଡ଼ି ରାଲି ପାଇଁ ରାଜ୍ୟ ପୁଲିସକୁ ହାଇକୋର୍ଟର ଜବାବତଲବ

ସମ୍ବନ୍ଧିତ ଖବର

ଅହମ୍ମଦାବାଦ ବିମାନବନ୍ଦରରେ ଟ୍ରମ୍ପଙ୍କୁ ଆଲିଙ୍ଗନ କରି ସ୍ୱାଗତ ଜଣାଇଲେ ମୋଦି

Ratnamani Maharana

ଚୀନର ରାସ୍ତାରୁ ମିଳୁଛି କରୋନା ରୋଗୀଙ୍କ ମୃତ ଦେହ

Ratnamani Maharana

ରାଜନୀତି କରିବେ ସାଇନା ନେହୱାଲ

Ratnamani Maharana

ଦିଲ୍ଲୀରେ ପୁଣିଥରେ କେଜ୍ରି ସରକାର: ଟାଇମ୍ସ ନାଓ ସର୍ଭେ

Ratnamani Maharana

ଆମେରିକା ପାଇଁ ବିପଦ ଇରାନର ପ୍ରଶିକ୍ଷିତ ସାମୁଦ୍ରିକ ଜୀବ

Ratnamani Maharana

ରାୟପୁରରେ ଆୟୋଜିତ ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ ଢୋଲ ବଜାଇ ନାଚିଲେ ରାହୁଲ

Ratnamani Maharana