News

ମସୁଦ ଆଜାହାରକୁ ସୁରକ୍ଷା ଦେଉଛି ଚୀନ: ଭିଟୋ କ୍ଷମତାର ଉଠାଉଛି ଫାଇଦା

masud ajahar terrorist

କଶ୍ମୀରର ପୁଲୱାମାରେ ଜୈସ୍‌ର ଆତ୍ମଘାତୀ ଆକ୍ରମଣ  ଯୋଗୁଁ ୪୧ ଜଣ ଯବାନ ସହିଦ ହୋଇଯିବା ପରେ ମସୁଦ୍‌କୁ ନେଇ ଆମେରିକା ଫ୍ରାନ୍ସ, ବ୍ରିଟେନ୍‌ ଏବଂ ଆମେରିକା କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ ଏବଂ ଏ ବାବଦରେ ଭାରତର ପ୍ରସ୍ତାବକୁ ସମର୍ଥନ କରିଥିଲେ। କାଲି ଥିଲା ଏହି ପ୍ରକ୍ରିୟାର ଚତୁର୍ଥ ପର୍ଯ୍ୟାୟ  ବୈଠକ ତେବେ ଏହି ବୈଠକରେ ଚୀନ ଭିଟୋ କ୍ଷମତାର ଫାଇଦା ଉଠେଇ ସୁରକ୍ଷା ଦେଇଛି ଆତଙ୍କବଦୀ ମସୁଦ ଆଜାହାରକୁ। ମସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ଆହୁରି ପ୍ରମାଣ  ଆବଶ୍ୟକ ବୋଲି ଚୀନ କହିଛି।

ମସୁଦକୁ ପୁଣି ଚୀନ୍‌ର ସୁରକ୍ଷା, ଜାତିସଂଘ ପ୍ରସ୍ତାବକୁ ଭଣ୍ଡୁର କରି ମାସୁଦ ଆଜାହାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣାରୁ ବଞ୍ଚାଇଲା

ପାକିସ୍ତାନ-ଚୀନ୍‌ ଆର୍ଥିକ କରିଡରରୁ ସର୍ବାଧିକ ଫାଇଦା ଉଠାଇବାକୁ ଚାହୁଥିବା ଚୀନ୍‌ ଏବେ ପାକିସ୍ତାନକୁ ଖୁସି କରିବା ଏବଂ ଭାରତରେ ଅସ୍ଥିରତା ପାଇଁ ଏଭଳି ପଦକ୍ଷେପ ନେଇଥିବାରୁ ଏହାକୁ ବିଭିନ୍ନ ରାଷ୍ଟ୍ର ନାପସନ୍ଦ  କରିଛନ୍ତି। ଚୀନ୍‌ ସୁରକ୍ଷା ପରିଷଦରେ ୨୦୧୭ରେ ଭିଟୋ ପ୍ରୟୋଗ କରି ମସୁଦ୍‌କୁ ସୁରକ୍ଷା ଦେଇଥିଲା ଏବଂ ଆଜି ଚତୁର୍ଥ ଥର ପାଇଁ ସୁୂରକ୍ଷା ପରିଷଦର ପ୍ରୟାସକୁ ନିଜର ସ୍ବତନ୍ତ୍ର କ୍ଷମତା ବଳରେ ଭଣ୍ଡୁର  କରିଦେଇଛି।

  • ଜାତିସଂଘ ସୁରକ୍ଷା ପରିଷଦରେ ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ୍ ଆଝାରକୁ ଅନ୍ତର୍ଜାତୀୟ ୮ ଆତଙ୍କବାଦୀ  ଘୋଷଣା ପ୍ରସ୍ତାବକୁ ଚୀନ ବ୍ୟତୀତ ସମସ୍ତେ ସମର୍ଥନ କରିଥିବା ସୂଚନା ମିଳିଛି । ଚୀନ୍‌ର ଏଭଳି ଆଭିମୁଖ୍ୟ ଆଞ୍ଚଳିକ ଶାନ୍ତି  ଓ ସ୍ଥିରତା ପାଇଁ ବଡ଼ ବିପଦ ହେବ ବୋଲି ଆମେରିକା ଚେତାଇ ଦେଇଛି।

ପଢନ୍ତୁ; ୬ ମାସରୁ କମ୍‌ ଚାକିରି ଥିବା ଆଇପିଏସ୍‌ ଅଫିସର ହୋଇପାରିବେନି ଡିଜିପି:ସୁପ୍ରିମକୋର୍ଟଙ୍କ ରାୟ

Related posts

କେନ୍ଦ୍ର ରେଳବାଇ ତରଫରୁ ଅନଲାଇନ ଟ୍ରେନ ଟିକେଟ ପାଇଁ ସତର୍କତା ଅଭିଯାନ

ENO Beuro

‘ସେନାକୁ ଅସ୍ତ୍ର କିଣିବା ନେଇ ଆହୁରି କ୍ଷମତାଶାଳୀ କରାଯାଇଛି’: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ

Ratnamani Moharana

୨୦୧୯ରେ କିଏ ହେବ ପ୍ରଧାନମନ୍ତ୍ରୀ କହିବା କଷ୍ଟକର : ରାମଦେବ

ENO Beuro

Leave a Comment