EnewsOdia.Com

ଓଡିଶା ମୁହାଁ ଆଉ ଏକ ବାତ୍ୟା

ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ଧୀରେ ଧୀରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ତେବେ ଦୁଇରୁ ତିନି ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଡିପ୍ରେସନର ରୂପ ନେଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ବାତ୍ୟାକୁ ନେଇ ପାଣିପାଗ ବିଜ୍ଞାନୀ ତଥା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି, ‘ବର୍ତ୍ତମାନର ଜଳବାୟୁ ସ୍ଥିତି ଯାହା, ବାତ୍ୟା ପାଇଁ ପାଗ ସୁହାଉଛି। ବାତ୍ୟା ‘ମହା’ ଦୁର୍ବଳ ହେଲେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରକୁ ବଳ ମିଳିବ। ଆସନ୍ତା ୬ ବା ୭ ତାରିଖ ଆଡ଼କୁ ଏହା  ଘନୀଭୂତ ହେବାର ସମ୍ଭାବନା ଅଛି। ତେଣୁ ୮ ତାରିଖ ପରେ ଏହା ବାତ୍ୟାରେ ପରିଣତ ହୋଇପାରେ। ଏହି ସମୟରେ ପବନ ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ପୁରୀ, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଉପରେ ଏହାର ପ୍ରଭାବ ଅଧିକ ରହିପାରେ।’

ପଢନ୍ତୁ: ଆର୍‌ଟିଓରେ ୨୨ଟଙ୍କିଆ ଲୁଟ୍‌ !

ସମ୍ବନ୍ଧିତ ଖବର

OTET ଅନିୟମିତତାକୁ ନେଇ ତେଜିଲେ ଛାତ୍ରଛାତ୍ରୀ

Ratnamani Maharana

ପାଖେଇ ଆସୁଛି ବାତ୍ୟା ବୁଲ୍‌ବୁଲ୍‌ : ପ୍ରଭାବରେ ଓଡ଼ିଶାରେ ବର୍ଷା, ବଢ଼ୁଛି ପବନର ବେଗ

Ratnamani Maharana

ହ୍ୱାଟ୍ସଆପ, ଫେସବୁକରେ ଲାଗିଲା ଟ୍ୟାକ୍ସ

Ratnamani Maharana

୧୦ମାସ ପର୍ଯ୍ୟନ୍ତ ଦରମା ନ ମିଳିବାରୁ ଅଫିସରେ ଜୀବନ ହାରିଲେ ବିଏସ୍‌ଏନ୍‌ଏଲ୍‌ କର୍ମଚାରୀ

Ratnamani Maharana

ଅଯୁଗ୍ମ ସଂଖ୍ୟା ଥିବା କାର୍‌ରେ ଆସି ଜରିମାନା ଦେଲେ ବିଜେପି ନେତା ବିଜୟ ଗୋଏଲ୍‌

Ratnamani Maharana

କନ୍ଧମାଳରେ ପହିଲି ଶୀତର ପରଶ, ଦାରିଙ୍ଗବାଡ଼ି ଚଳଚଞ୍ଚଳ

Ratnamani Maharana