News

ପୁଣି ଥରିଲା ଇଣ୍ଡୋନେସିଆ,ରିକ୍ଟର ସ୍କେଲରେ ତୀବ୍ରତା ୫.୯

ଇଣ୍ଡୋନେସିଆରେ ଗତ ଶୁକ୍ରବାର ହୋଇଥିବାଦେଖାଯାଇଥିବା ଭୂକମ୍ପ ଓ ପରବର୍ତ୍ତୀ ସମୟରେ ସୁନାମୀକୁ ଲୋକେ ଭୁଲି ପାରି ନଥିବା ବେଳେ ମଙ୍ଗଳବାର ପୁଣି ଥରେ ଦୀପର ଦେଶରେ ଭୂକମ୍ପ ଅନୁଭୂତ ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୯ ଥିଲା।

indo

ଏକ ସର୍ଭେର ରିପୋର୍ଟ ଅନୁଯାୟୀ ଇଣ୍ଡୋନେସିଆର ଦକ୍ଷିଣ ଉପକୂଳର ସୁମ୍ବା ଦୀପରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ସୁମ୍ବାଠାରୁ ୪୦ କିଲୋମିଟର ଦୂର ତଥା ଭୂଭାଗର ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ତେବେ ସୁମ୍ବା ଦୀପରେ ପାଖାପାଖି ୭ ଲକ୍ଷ ୫୦ ହଜାର ଲୋକ ବସବାସ କରିଥାନ୍ତି । ଏହି ଭୂକମ୍ପରେ ଏତେ କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । ସୁମ୍ବା ସୁଲୱେସି ଦୀପ ଠାରୁ ୧୬୦୦ କିଲୋମିଟର ଦୂରରେ ଅବସ୍ଥିତ, ଯେଉଁଠାରେ ଶୁକ୍ରବାର ଦେଖାଯାଇଥିବା ସୁନାମୀରେ କେତେକ ଲୋକଙ୍କ ମୃତ୍ୟୁ ହୋଇଛି।

ଉଲ୍ଲେଖଯୋଗ୍ୟ, ଇଣ୍ଡୋନେସିଆରେ ସୁନାମୀ ପୀଡ଼ିତ ଲୋକଙ୍କ ପାଇଁ ଭାରତ ଦରଦୀ ହୃଦୟ ଦେଖାଇଛି । ଭାରତ ସରକାର ୩୦ ହଜାର ଲିଟର ପାନୀୟ ଜଳ (ବୋତଲ), ୧୫ ଶହ ଫଳ ରସ, ୫୦୦ ଲିଟର କ୍ଷୀର, ୭୦୦ କିଲୋ ବିସ୍କୁଟ ଓ ୨୦ଟି ଟେଷ୍ଟ ଭାରତୀୟ ଜଳସେନା ସାହାଯ୍ୟରେ ପଠାଇଛନ୍ତି।

ପଢନ୍ତୁ;‘ମହାତ୍ମା ସେତୁ’ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Related posts

ମହଙ୍ଗା ହେଲା ସୁନା ଦର

ENO Beuro

ପେଟ୍ରୋଲ ପମ୍ପରେ ମିଳିବ ଔଷଧ – କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନୂଆ ଯୋଜନା

ENO Beuro

ବଲିଉଡ୍‌ : କଠୁଆ ପୀଡ଼ିତାଙ୍କୁ ନ୍ୟାୟ ମିଳୁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More