କଟକରେ ପୁଣି ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଟୁଟୁନି ଆହତ!

ଚୌଦ୍ୱାରରେ ଟିଟୋ ଗ୍ୟାଙ୍ଗ ସଦସ୍ୟଙ୍କୁ ଏନ୍‌କାଉଣ୍ଟର

ଅପରାଧୀଙ୍କୁ କାବୁ କରିବା ପାଇଁ କଟକ କମିଶନରେଟ ପୁଲିସ ଗୁରୁବାର ରାତିରେ ପୁଣି ଏନ୍‍କାଉଣ୍ଟର କରିଛି। ଏହି ଏନକାଉଣ୍ଟରକୁ ମିଶାଇ କଟକ ପୁଲିସର ଏନକାଉଣ୍ଟର ସଂଖ୍ୟା ବର୍ଷକ ଭିତରେ ୧୫ରେ ପହଞ୍ଚିଛି। ଆଜି ପୁଲିସ ଏନକାଉଣ୍ଟରର ଶିକାର ହୋଇଥିବା ଯୁବକ ହେଉଛି ଜଗତପୁରର ଟୁଟୁନି ଓରଫ ଅଶୋକ କୁମାର ବେହେରା। ମାର୍ଚ୍ଚ ୨୮ ତାରିଖରେ ଜଗତପୁରରେ ଟେଣ୍ଡର ଫିକ୍ସିଂ ପାଇଁ ମହମ୍ମଦ ତାହିର ଅଲ୍ଲୀ ଖାଁଙ୍କୁ ଗୁଳିମାଡ଼ ଘଟଣାରେ ଟୁଟୁନି ଥିଲା ଅନ୍ୟତମ ଅଭିଯୁକ୍ତ। ସେ ଟିଟୋ ଗ୍ୟାଙ୍ଗର ଏବଂ କାଲା ବାବୁର ସହଯୋଗୀ ବୋଲି ଜଣାପଡିଛି।

ଡିସିପିଙ୍କ ସୂଚନା ଅନୁଯାୟୀ, ଚୌଦ୍ୱାର ଥାନା ଅନ୍ତର୍ଗତ ରେଲୱେ ଓଭରବ୍ରିଜ ନିକଟରେ ଟୁଟୁନି ଅପରାଧ ଘଟାଇବା ପାଇଁ ଯୋଜନା କରୁଥିବା ଖବର ଚୌଦ୍ୱାର ଥାନା ପୋଲିସକୁ ମିଳିଥିଲା। ଫଳରେ ୧ ନମ୍ବର ଜୋନ ଏସିପି ତ୍ରିନାଥ ମିଶ୍ର, ଚୌଦ୍ୱାର ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର, ଜଗତପୁର ଥାନାର ସବ୍‌ଇନ୍ସପେକ୍ଟର ଜ୍ଞାନରଞ୍ଜନ ମହାପାତ୍ରଙ୍କ ସମେତ ଅନ୍ୟ ଅଫିସର ଓ ସ୍ପେଶାଲ ସ୍କ୍ବାଡ୍‌କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ସେଠାରେ ଚଢାଉ କରିବାବେଳେ ଟୁଟୁନି ଗୁଳି ଚଳାଇଥିଲେ। ସୌଭାଗ୍ୟବଶତଃ ପୋଲିସ ଟିମ୍‌ ଉପରେ ଗୁଳି ବାଜି ନ ଥିଲା। ପରେ ପୁଣି ଟୁଟୁନି ଗୁଳି ଚଳାଇବା ପାଇଁ ଉଦ୍ୟମ କରିବା ବେଳେ ଚୌଦ୍ୱାର ଥାନା ଆଇଆଇସି ମହାପାତ୍ର ସର୍ଭିସ ରିଭଲଭରରୁ ଟୁଟୁନିଙ୍କ ଉପରକୁ ଗୁଳି ଫୁଟାଇଥିଲେ। ଟୁଟୁନିଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିବାରୁ ସେ ପଡ଼ି ଯାଇଥିଲେ। ଏହା ପରେ ପୋଲିସ ଟିମ୍‌ ତାଙ୍କୁ କାବୁ କରି ନେଇଥିଲା।

ସୂଚନାଯୋଗ୍ୟ,ଚୌଦ୍ୱାର ଥାନା ପୁଲିସର ଏହା ଦ୍ୱିତୀୟ ଏନକାଉଣ୍ଟର୍‌। ଚୌଦ୍ୱାର ଥାନା ଆଇଆଇସି ରଶ୍ମୀରଂଜନ ମହାପାତ୍ର ଜାନୁଆରି ୧୧ ତାରିଖରେ କାଫଲା ବଜାରର ସୁନିଲ ଓରଫ ସୌମ୍ୟରଂଜନ ସାହୁକୁ ଏନକାଉଣ୍ଟର କରିଥିଲେ। ସୂଚନାଯୋଗ୍ୟ ଯେ ୨୦୧୭, ଏପ୍ରିଲ ୧୭ ତାରିଖରୁ ୨୦୧୮ ଏପ୍ରିଲ ୬ ତାରିଖରେ କଟକ କମିସନରେଟ୍‌ ପୁଲିସ୍‌ ୧୩ଟି ଘଟଣାରେ ୧୫ ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ସାରିଲାଣି।

ପଢନ୍ତୁ; ରାଶି ଅନୁସାରେ ଜାଣନ୍ତୁ କେଉଁ ବ୍ୟବସାୟ କଲେ ସଫଳତା ମିଳିବ ? 

ସେ ଟିଟୋ ଗ୍ୟାଙ୍ଗର ଏବଂ କାଲା ବାବୁର ସହଯୋଗୀ ବୋଲି ଜଣାପଡିଛି। - 9.1

91%

ଆଜି ପୁଲିସ ଏନକାଉଣ୍ଟରର ଶିକାର ହୋଇଥିବା ଯୁବକ ହେଉଛି ଜଗତପୁରର ଟୁଟୁନି ଓରଫ ଅଶୋକ କୁମାର ବେହେରା। - 8.6

86%
8.9/10

Very Good!

କଟକରେ ପୁଣି ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଟୁଟୁନି ଆହତ!

ଅପରାଧୀଙ୍କୁ କାବୁ କରିବା ପାଇଁ କଟକ କମିଶନରେଟ ପୁଲିସ ଗୁରୁବାର ରାତିରେ ପୁଣି ଏନ୍‍କାଉଣ୍ଟର କରିଛି। ଏହି ଏନକାଉଣ୍ଟରକୁ ମିଶାଇ କଟକ ପୁଲିସର ଏନକାଉଣ୍ଟର ସଂଖ୍ୟା ବର୍ଷକ ଭିତରେ ୧୫ରେ ପହଞ୍ଚିଛି। ଆଜି ପୁଲିସ ଏନକାଉଣ୍ଟରର ଶିକାର ହୋଇଥିବା ଯୁବକ ହେଉଛି ଜଗତପୁରର ଟୁଟୁନି ଓରଫ ଅଶୋକ କୁମାର ବେହେରା। ମାର୍ଚ୍ଚ ୨୮ ତାରିଖରେ ଜଗତପୁରରେ ଟେଣ୍ଡର ଫିକ୍ସିଂ ପାଇଁ ମହମ୍ମଦ ତାହିର ଅଲ୍ଲୀ ଖାଁଙ୍କୁ ଗୁଳିମାଡ଼ ଘଟଣାରେ ଟୁଟୁନି ଥିଲା ଅନ୍ୟତମ ଅଭିଯୁକ୍ତ।

No Votes Yet

You're not rated yet