News

ସକାଳୁ ଖୋଲିଲାନି ଶ୍ରୀମନ୍ଦିର,ମହାପ୍ରଭୁଙ୍କ ଦର୍ଶନ ନ ପାଇ ଭକ୍ତ ନିରାଶ

ସକାଳୁ ଖୋଲିନଥିଲା ଶ୍ରୀମନ୍ଦିର। ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଠପ୍ । ଶ୍ରୀଜୀଉଙ୍କୁ ଦର୍ଶନ ନକରିପାରି ଭକ୍ତ ନିରାଶ । ନୂଆବର୍ଷ ପାଇଁ ପୁରୀରେ ହଜାର ହଜାର ଭକ୍ତଙ୍କ ଭିଡ ଲାଗିଛି । ଭକ୍ତ କିନ୍ତୁ ଦର୍ଶନ କରିପାରୁନାହାନ୍ତି । ବିଳମ୍ବରେ ସିଂହଦ୍ବାର ଖୋଲାଯାଇଥିଲେ ମଧ୍ୟ ଭିତର ଦୁଆର ବନ୍ଦ ରହିଥିଲା । ପୋଲିସ-ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା।

puri

ସେବାୟତମାନେ ଶ୍ରୀମନ୍ଦିରର ଦ୍ୱାର ବନ୍ଦ ରଖିଥିବାରୁ ବହୁ ସଂଖ୍ୟକ ଯାତ୍ରୀ ଦିଅଁଙ୍କ ଦର୍ଶନ କରି ନ ପାରି ତୀବ୍ର ମାନସିକ ଅସନ୍ତୋଷରେ ବଡ଼ଦାଣ୍ଡରେ ଅପେକ୍ଷା କରିଥିଲେ।

ସମସ୍ୟାର ସମାଧାନ ପାଇଁ ପହଞ୍ଚିଥିଲେ ଜିଲ୍ଲାପାଳ । ଗତକାଲି ସନ୍ଧ୍ୟାରେ ବଙ୍ଗାଳି ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ନେବାବେଳେ ସେମାନଙ୍କୁ ବିଦେଶୀ ଭକ୍ତ ସନ୍ଦେହ କରି ସୁରକ୍ଷା କର୍ମୀମାନେ ସିଂହ ଦ୍ବାର ନିକଟରେ ଅଟକାଇଥିଲେ । ସେମାନଙ୍କୁ ମନ୍ଦିର ଭିତରକୁ ନେଇ ଯାଉଥିବା ଭବାନୀ ମହାପାତ୍ର ଓ ୨ସୁରକ୍ଷା କର୍ମୀଙ୍କ ମଧ୍ୟରେ ଯୁକ୍ତି ତର୍କ ପରେ ହାତାହାତି ହୋଇଥିଲେ । ୨ ସୁରକ୍ଷା କର୍ମୀ ଜଣେ ସେବାୟତଙ୍କୁ ନିର୍ଦ୍ଧୁମ ପିଟିଥିବା ଅଭିଯୋଗ ହୋଇଛି । ସୁରକ୍ଷାକର୍ମୀଙ୍କ ମାଡରେ ଭବାନୀ ମହାପାତ୍ର ଆହତ ହୋଇଛନ୍ତି । ତାଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି ।

ପଢନ୍ତୁ; ପିକନିକ୍ ବସ୍‌କୁ ପିଟିଲା ହାଇୱା, ୨ମୃତ, ୩୦ଗୁରୁତର

Related posts

ଆସନ୍ତାକାଲିଠୁ ଖୋଲିବ ଭିତରକନିକା

ENO Beuro

ପାକ୍ ବିଦେଶ ମନ୍ତ୍ରୀଙ୍କ ବିବାଦୀୟ ବୟାନ: ମୁସଲମାନ ହୋଇଥିବାରୁ ଦଣ୍ଡିତ ହେଲେ ସଲମାନ!

ENO Beuro

ଏହି ସବୁ ରାଜ୍ୟରେ ‘ଆୟୁଷ୍ମାନ ଭାରତ ଯୋଜନା’ ହେବନି ଲାଗୁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More