News

ଏସ୍‌ସିବିରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ପାଥୋଲୋଜି ଲ୍ୟାବ୍‌

scb

ପୁଣି ଏସ୍‌ସିବିରେ ଅଗ୍ନିକାଣ୍ଡ

କଟକ ବଡଡାକ୍ତରଖାନାରେ ଗତକାଲି ଭୟାବହ ଅଗ୍ନିକାଣ୍ଡ ଘଟି ପାଥୋଲୋଜି ବିଭାଗର ଲ୍ୟାବ୍‌ ସମ୍ପୃନ ପାଉଁଶ ହୋଇଯାଇଛି। ଫଳରେ ରୋଗୀ ସେବା ବ୍ୟାହତ ହୋଇଛି। ଦମକଳ ବାହିନୀକୁ ଡକା ଯାଇଥିଲେ ବି ସେତେବେଳକୁ ଉଦ୍ଧାର କରିବାକୁ କିଛି ନଥିଲା। ନିଆଁ କେମିତି ଲାଗିଲା, ତାହାର କାରଣ ଖୋଜିବା ପାଇଁ ଏସ୍‌ସିବି ଡିନ୍‌ ତଥା ପ୍ରିନ୍‌ସିପାଲ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କାରଣ ଖୋଜିବା ପାଇଁ ପ୍ରଫେସର ଡାକ୍ତର ନିରୂପମା ଚଇନିଙ୍କ ନେତୃତ୍ବରେ ମେଡିକାଲର ପ୍ରଶାସନିକ ଅଧିକାରୀ, ହସ୍ପିଟାଲ ମ୍ୟାନେଜର, ପାଥୋଲୋଜି ବିଭାଗୀୟ ମୁଖ୍ୟ ଆସୋସିଏଟ୍‌ ପ୍ରଫେସର ଡାକ୍ତର ଅସରନ୍ତି କର ପ୍ରମୁଖଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏହି ଟିମ୍‌କୁ ଘଟଣାର ତଦନ୍ତ କରି ସାତ ଦିନ ଭିତରେ ରିପୋର୍ଟ ଦେବା ପାଇଁ ଡ଼ିନ୍‌ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ,ପୂର୍ବରୁ ଏସ୍‌ସିବିର କାର୍ଡିଓଲଜି, କାଜୁଆଲିଟି ଓ ସର୍ଜରି ଓଟିରେ ଏକାଧିକ ବାର ଅଗ୍ନିକାଣ୍ଡ ଘଟିଛି। ତେବେ ଗତରାତିରେ ଦୁଇ ଦୁଇଟି ରୁମ୍‌ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲେ ବି ଦାୟିତ୍ୱରେ ଥିବା ଗାର୍ଡ, ଅଗ୍ନିଶମ ବିଭାଗ ଓ ପୁଲିସ୍‌ ଅଧିକାରୀ କେମିତି ତାର ସୁରାକ୍ ବି ପାଇଲେନି, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପଢନ୍ତୁ; ବିଜେଡିରେ ମିଶିଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ

Related posts

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପୁରିଲା ୧୦ ବର୍ଷ

ENO Beuro

ଏଣିକି ଦେଶରେ ଆଉ ଚଳିବନି ପୁରୁଣା ଡ୍ରାଇଭିଂ ଲାଇସେନ୍ସ

ENO Beuro

ଜୋର ଧରିଲା “ମି ଠୁ” ଅଭିଯାନ,କୋର୍ଟ ଗଲେ କେନ୍ଦ୍ରମନ୍ତ୍ରୀ ଏମ୍‌. ଜେ. ଆକବର

ENO Beuro

Leave a Comment