Loading...

ପୁଣି ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ

ପୁଣି ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ପୁଣି ଦୁର୍ବଳ ହୋଇପଡ଼ିଛି। ଏକ ଡଲାର କିଣିବା ଲାଗି ୮୩ ଟଙ୍କା ୩୪ ପଇସା ଗଣିବାକୁ ପଡ଼ିଛି।

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ପୁଣି ଦୁର୍ବଳ ହୋଇପଡ଼ିଛି। ଏକ ଡଲାର କିଣିବା ଲାଗି ୮୩ ଟଙ୍କା ୩୪ ପଇସା ଗଣିବାକୁ ପଡ଼ିଛି। ଡଲାର ତୁଳନାରେ ଏହା ଟଙ୍କାର ସର୍ବକାଳୀନ ଦୁର୍ବଳ ସ୍ଥିତି। ଟଙ୍କା ସ୍ଥିତିରେ ସୁଧାର ଆଣିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ କରିବାରେ ବୋଲି କୁହାଯାଉଛି। ଏଭଳି ସଙ୍କଟ ସମୟରେ ରିଜର୍ଭ ବ୍ୟାଙ୍କ ନିଜ ଭଣ୍ଡାରରୁ ବିଦେଶୀ ମୁଦ୍ରା ବାହାର କରି ବଜାର ଦରଠାରୁ କମ୍ ଦାମ୍‌ରେ ଉପଲବ୍ଧ କରାଇବା ଦ୍ବାରା ସ୍ଥିତି ନିୟନ୍ତ୍ରଣକୁ ଆସିଥାଏ। ଡଲାର ତୁଳନାରେ ଟଙ୍କା ଏହିଭଳି ଦୁର୍ବଳ ସ୍ତରରେ ଆଉ କିଛି ଦିନ ରହିବ ବୋଲି ଆକଳନ କରାଯାଇଛି।  

 

ସୂଚନାନୁସାରେ, ବିଦେଶୀ ନିବେଶକମାନେ ଭାରତୀୟ ଷ୍ଟକ୍‌ ବଜାରରୁ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ଟଙ୍କା ଉପରେ ଚାପ ସୃଷ୍ଟି ହୋଇଛି। ମହଙ୍ଗା ଡଲାର, ଦେଶର ଦରଦାମ୍‌କୁ ପ୍ରଭାବିତ କରିବା ଶକ୍ତି ରଖିଛି। କାରଣ ତେଲଠାରୁ ଆରମ୍ଭ କରି ଖାଦ୍ୟଶସ୍ୟ ପର୍ଯ୍ୟନ୍ତ ଭାରତ ବହୁ କିଛି ସାମଗ୍ରୀ ଆମଦାନି କରୁଛି। ସେହିପରି ବିଦେଶରେ ନିଜ ପିଲାଙ୍କୁ ପାଠପଢ଼ାଉଥିବା ଲୋକଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ପଠାଇବାକୁ ପଡ଼ିବ। ବିଦେଶ ଭ୍ରମଣରେ ଯିବାକୁ ଚାହୁଥିବା ଲୋକଙ୍କୁ ନିଜ ସହିତ ଅଧିକ ଟଙ୍କା ନେଇ ଯିବାକୁ ପଡ଼ିବ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.