News

ଆଉ ଥରେ ଖୋଲାଯିବ ରତ୍ନଭଣ୍ଡାର 

ରତ୍ନଭଣ୍ଡାରର ପୁନଃ ଯାଞ୍ଚ ହେବ

ବାହାର ଓ ଭିତର ରତ୍ନଭଣ୍ଡାର ସ୍ଥିତି ସଙ୍ଗିନ । ଗମ୍ଭୀର ଅବସ୍ଥାରେ ଥିବା ଭଣ୍ଡାରଘରର ମରାମତି ପାଇଁ ବିସ୍ତ୍ରୁତ ଯାଞ୍ଚ କରାଯିବ । ରଥଯାତ୍ରାରେ ଶ୍ରୀବିଗ୍ରହ ଶ୍ରୀଗୁଣ୍ଡିଚା ମନ୍ଦିର ଯିବା ପରେ ଏହି ଯାଞ୍ଚ ହେବ । ଏହା ପରେ ତତ୍କାଳ ମରାମତି କରାଯିବ ବୋଲି କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ ।

ପୁଣି ଖୋଲିବା ମହାପ୍ରଭୁଙ୍କ ରତ୍ନଭଣ୍ଡାର । ରଥଯାତ୍ରାରୁ ନୀଳାଦ୍ରି ବିଜେ ମଧ୍ୟରେ ଖୋଲିବ ଉଭୟ ଭଣ୍ଡାରଘର । ଏଥର ଅଧିକ ପ୍ରସ୍ତୁତି ହୋଇ ଖୋଲିବ ପ୍ରଶାସନ । ବୈଷୟିକ ସଦର୍ଷ୍ୟଙ୍କ ସମେତ ଜନ୍ତ୍ରପାତି ନେଇ ଭିତରକୁ ଯିବେ । ଚୂନ ଛଡା ଜୀବ ଓ ଏହା ପରେ ଯାଞ୍ଚ କରାଯିବ ବୋଲି ଧାର୍ଯ୍ୟ ହୋଇଛି । ଏ ନେଇ ବିସ୍ତ୍ରୁତ ଯୋଜନା ପ୍ରସ୍ତୁତ କରି ରାଜ୍ୟ ସରକାର ହାଇ କୋର୍ଟକୁ ଦିଆଯିବ ବୋଲି ଜଣାପଡିଛି ।

ସେହିପରି ଭିତର ରତ୍ନଭଣ୍ଡାର ଚାବି ଟ୍ରେଜେରିରେ ଜମା କରାଯାଇନାହିଁ ବୋଲି ସେ କହିଛନ୍ତି।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା କହିଛନ୍ତି, ଭିତର ଭଣ୍ଡାର ସ୍ଥିତି ଯାଞ୍ଚ କରିବା ପ୍ରତିନିଧି ଦଳର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ପ୍ରତିନିଧି ଦଳ ଯେହେତୁ ବାହାରୁ ସ୍ଥିତି ସନ୍ତୁଷ୍ଟ ହେଲେ, ଏଣୁ ସେ କ୍ଷେତ୍ରରେ ଭିତର ଭଣ୍ଡାର ଖୋଲି ସାଧାରଣ ଲୋକଙ୍କ ଭାବାବେଗକୁ ଆଘାତ ଦେବାର କୌଣସି କାରଣ ନାହିଁ । ଏମିତିରେ ବି ଯେଉଁ ଚାବି ପ୍ରଶାସନ ହାତରେ ରହିଛି, ଯେହେତୁ ତା’ର ବ୍ୟବହାର ହୋଇନାହିଁ, ଏଣୁ ଠୋସ୍‌ ଭାବେ ଚାବି ଯେ ନାହିଁ, ଏକଥା କହିହେବ ନାହିଁ ।

୧୬ଜଣିଆ ପ୍ରତିନିଧି ଦଳ ରତ୍ନଭଣ୍ଡାର ଯାଞ୍ଚ କରି ଫେରିଛନ୍ତି । ଆଜି ହାଇକୋର୍ଟରେ ଏ ସଂକ୍ରାନ୍ତରେ ମନ୍ଦିର ପ୍ରଶାସନ ରିପୋର୍ଟ ଦାଖଲ କରିଛନ୍ତି। ତେବେ ଏଥିରେ କଣ ଉଲ୍ଲେଖ ରହିଛି, ତାହା ଜଣାପଡିନାହିଁ ।

ଆଉ ଥରେ ଖୋଲାଯିବ ରତ୍ନଭଣ୍ଡାର  lord jagarnath

ପଢନ୍ତୁ ;

ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ରାଜ୍ୟପାଳ

Related posts

ଡେଲିଉଡ ମିସ ଇଣ୍ଡିଆ ହେଲେ ଓଡିଆ ଝିଅ

ENO Beuro

ଚାରିଦିନ ବନ୍ଦ ରହିବ ବ୍ୟାଙ୍କ ଓ ସରକାରୀ କାର୍ଯ୍ୟ।ଳୟ

ENO Beuro

ଏସୀୟ କ୍ରୀଡା ୨୦୧୮ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More