February 18, 2019

ପୁଣି ଅଡୁଆରେ ଏମ୍‌ ଜେ ଆକବର

akbar

#Me too ମାମଲାରେ ବିଜେପି ସାଂସଦ ଏମ୍‌.ଜେ. ଆକବର ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ଓ୍ବାଶିଂଟନ ପୋଷ୍ଟରେ କାମ କରୁଥିବା ଖବରଦାତା ପଲ୍ଲବୀ ଗୋଗୋଇ ତାଙ୍କ ବିରୋଧରେ ଆଣିଛନ୍ତି ବଳାତ୍କାର ଅଭିଯୋଗ।

akbar

ଖବରଦାତାଙ୍କ କହିବା ଅନୁଯାୟୀ,ପ୍ରାୟ ୨୦ ବର୍ଷତଳେ ଆକବରଙ୍କ ସହ କାମ କରିବାବେଳେ ତାଙ୍କୁ ବଳାତ୍କାର ହୋଇଥିଲା। ପଲ୍ଲବୀ ଆକବରଙ୍କ କ୍ୟାବିନ୍‌କୁ ଯାଇଥିବାବେଳେ ଏପରି ହୋଇଥିଲା। ମାତ୍ର ସେତେବେଳେ ତାଙ୍କ କଥାକୁ କେହି ବିଶ୍ୱାସ କରିବେନି ଚିନ୍ତା କରି ଦୁଃଖକୁ ଭୁଲାଇବାକୁ ପଲ୍ଲବୀ ଚେଷ୍ଟା କରିଥିଲେ ବୋଲି ଓ୍ବାଶିଂଟନ ପୋଷ୍ଟରେ ଏକ ଖବରରେ ପ୍ରକାଶ କରିଛନ୍ତି।

ସେ ଏକ ପୋଷ୍ଟ୍‍ ରେ ଲେଖିଛନ୍ତି ଯେ, ବୁଦ୍ଧିଦୀପ୍ତ ଶିରୋନାମା ସବୁ ଦେଇଛି ଭାବି ମୁଁ ପ୍ରସ୍ତୁତ କରିଥିବା ଓପି-ଏଡ୍‌ ପେଜ୍‌ ନେଇ ତାଙ୍କୁ ଦେଖାଇବାକୁ ଗଲି। ସେ ମୋ ଉଦ୍ୟମକୁ ପ୍ରଶଂସା କଲେ ଓ ହଠାତ୍‌ ମତେ ଚୁମ୍ବନ ଦେବାକୁ ମାଡ଼ି ଆସିଲେ। ମୋ ଦେହରେ ଛନକା ପଶିଗଲା। ଲାଲ୍‌ପଡ଼ି ଥିବା ମୁହଁ, ଗୋଳମାଳିଆ ମିଜାଜ, ଲଜ୍ଜା ଏବଂ ଧ୍ୱଂସପ୍ରାୟ ହୋଇ ମୁଁ ଅଫିସ୍‌ରୁ ବାହାରିଥିଲି।

ପଢନ୍ତୁ; ସୁପ୍ରିମକୋର୍ଟରେ ୪ ନୂଅା ବିଚାରପତି ନିଯୁକ୍ତ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More