Uncategorized

ଆଗାମୀ ନିର୍ବାଚନରେ ବାରଣାସୀ ଆସନରୁ ଲଢିବେ ମୋଦି

chiefminister narendra modi

ଆଗାମୀ ନିର୍ବାଚନରେ ବାରଣାସୀ  ଆସନରୁ ପୁଣି ଲଢିବେ ମୋଦି । ବିଜେପିର ସର୍ବୋଚ ନୀତି ନିର୍ଧାରଣକାରୀ ସଂସ୍ଥା ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତି ନିଆଯାଇଛି। ବୈଠକରେ  ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହା, ରଜନାଥ ସିଂ,  ଅରୁଣ ଜେଟଲି ଓ ସୁଷମ ସ୍ଵରାଜ ଉପସ୍ଥିତ ଥିଲେ। ଲୋକସଭା  ନିର୍ବାଚନ ପୂର୍ବରୁ  ଏହା ବିଜେପିର  ଶେଷ ସଂସଦୀୟ ବୈଠକ  ଥିଲା।

ଆସନ୍ତା ସପ୍ତାହରେ ପାର୍ଥୀ ତାଲିକା  ଘୋଷଣା କରାଯିବାର ରହିଛି। ତେବେ  ମୋଦି ପୁଣିଥରେ ବାରଣାସୀ ଆସନରୁ ଲଢୁଛନ୍ତି ବୋଲି ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।  ୨୦୧୪ ଲୋକସଭା ଆସନରୁ ସେ ଏହି ଆସନରୁ ୫ ଲକ୍ଷ ୮୦ ହଜାରରୁ ଅଧିକ ଭୋଟ ପାଇ ବିଜୟୀ  ହୋଇଥିଲେ। ୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବାରଣାସୀ ଲୋକସଭା ଅଧିନସ୍ଥ ସମସ୍ତ ୮ଟି ଜାକ ଆସନରେ ବିଜେପି ଓ ତାର ସହଯୋଗୀ ଦଳ  ବିଜୟୀ ହୋଇଥିଲା। ତେଣୁ ବିଜେପି ସଂସଦୀୟ ବୋର୍ଡ ବୈଠକରେ  ବୟସ ଓ ବିଜୟ ସମ୍ଭବନାକୁ  ଦୃଷ୍ଟିରେ ରାଖୀ ପାର୍ଥୀ ଚୟନ କରାଯିବ ବୋଲି ସୂଚନା ମିଳିଛି।

ପଢନ୍ତୁ:  ଅଯୋଧ୍ୟା-ବାବ୍ରୀ ବିବାଦ: ସୁପ୍ରିମକୋର୍ଟ ନିଯୁକ୍ତ କଲେ ମଧ୍ୟସ୍ଥି

Related posts

ଜାପାନରେ ଭୟଙ୍କର ଭୂମିକମ୍ପ:୬.୧ ତୀବ୍ରତାରେ ଥରିଲା ପୂରା ସହର

ENO Beuro

ପ୍ରେକ୍ଷାଳୟରେ ରାକେଶ – ଜୟାଙ୍କ ‘ଲଭ ପ୍ରମିଜ୍’ !

ENO Beuro

ଫେସ୍‌ବୁକ୍‌ରେ ନିଜର ଲୋକେସନ ସେୟାର କରି ଫଶିଗଲେ ମହିଳା

ENO Beuro

Leave a Comment