News

ପୁଣି କ୍ଷମତାକୁ ଫେରିବେ ନରେନ୍ଦ୍ର ମୋଦି, ଏନଡିଏକୁ ମିଳିପାରେ ୨୮୩ଟି ଆସନ: ଟାଇମ୍‌ସ ନାଓ ସର୍ଭେ

narendramodi

ପୁଣି କ୍ଷମତାକୁ ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ…

ବର୍ତମାନ ଚାଲିଛି ନିର୍ବାଚନ  ସମୟ। ଏହି ସମୟରେ ଅଧିକ ଲୋକପ୍ରିୟ ଲୋକଙ୍କୁ ହିଁ ସାଧାରଣଲୋକ ବାଛିବେ ନିଜର ପ୍ରତିନିଧି । ତେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କ ପ୍ରିୟ ନେତା ବୋଲି ଶୁଣିବାକୁ ମିଳେ। ମୋଦୀଙ୍କର ଜନକଲ୍ୟାଣକାରୀ ଯୋଜନା , ଶାସନ କ୍ଷମତା  ଓ ଦେଶକୁ ଅଗ୍ରଗତି କ୍ଷେତ୍ରରେ ଆଗକୁ ନେଉଥିବା ଯୋଜନା ପାଇଁ ନରେନ୍ଦ୍ରମୋଦି ପୁଣିଥରେ କ୍ଷମତାକୁ ଆସିପାରନ୍ତି ବୋଲି ଆଶା। ତେବେ ଟାଇମ୍‌ସ ନାଓ  ଏବଂ ଭିଏମ୍‌ଆର୍‌  ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରୁ ଜଣାଯାଇଛି ଯେ ପୁଣି ଥରେ ନରେନ୍ଦ୍ର ମୋଦୀ କ୍ଷମତାକୁ ଫେରିବେ। ଏହି ସର୍ଭେରେ କୁହାଯାଇଛି ୨୦୧୯ ଲୋକସଭା ନିର୍ବାଚନରେ ଏନଡିଏକୁ ୫୪୩ଟି  ଆସନ ମଧ୍ୟରୁ ୨୮୩ଟି ଆସନ ମିଳିବ।

ଏହି ସର୍ଭେର ରିପୋର୍ଟ ଅନୁଯାୟୀ ୨୦୧୯ ଲୋକସଭା ନିର୍ବାଚନରେ ଏନଡିଏକୁ ଉତ୍ତର ପ୍ରଦେଶରେ ମାତ୍ର ୪୨ ଟି ଆସନ ମିଳିବାକୁ ଥିଲାବେଳେ ସପା-ବସପା ମେଣ୍ଟକୁ ୩୬ଟି, କଂଗ୍ରେସକୁ ୨ଟି ଆସନ ମିଳିବାର ପୂର୍ବାନୁମାନ କରାଯାଇଛି। ତେବେ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି  ୨୦୧୯ରେ ମଧ୍ୟ ୭ଟି ଯାକ ଲୋକସଭା ଆସନରୁ ବିଜୟ ଲାଭ କରିବ ବୋଲି ଏଥିରେ କୁହାଯାଉଛି।
ପଢନ୍ତୁ: କାଲି ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ

Related posts

Odisha Govt Decided To Make Helmet Compulsory For Motorcycle Riders

ENO Beuro

ଆଜି ଗଡିବନି ଅଟୋ ଓ ଟ୍ୟାକ୍ସି

ENO Beuro

ଏମ୍ସରେ ଭର୍ତ୍ତି ହେଲେ ଅର୍ଥମନ୍ତ୍ରୀ ଜେଟଲୀ!

ENO Beuro

Leave a Comment