Entertainment

କେଉଁ କାରଣରୁ କରଣଙ୍କ ସିନେମାକୁ ପ୍ରତ୍ୟାଖ୍ୟାନ କଲେ ପ୍ରଭାସ , ଜାଣନ୍ତୁ କାରଣ କ’ଣ ?

‘ସାହୋ’ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି ପ୍ରଭାସ

ସାଉଥ୍‌ ସୁପରଷ୍ଟାର ପ୍ରଭାସ ଏବେ ଖୁବ୍‌ ବ୍ୟସ୍ତ । ‘ବାହୁବଳୀ-୨’ର ସଫଳତା ପରେ ଆଉ ପଛକୁ ଫେରି ନାହାନ୍ତି ପ୍ରଭାସ । କରନ ପ୍ରଭାସଙ୍କୁ ବଲିଉଡରେ ଲଂଚ କରିବାକୁ ଚାହୁଁଥିଲେ । ପ୍ରଥମ ଥର ଯେତେବେଳେ ସେ କରନଙ୍କୁ ଫିଲ୍ମରେ ନେବା ପାଇଁ ଚାହୁଁଥିଲେ ସେହି ସମୟରେ ପ୍ରଭାସ ୨୦ କୋଟି ଟଙ୍କା ଡିମାଣ୍ଡ କରିଥିଲେ । ତେଣୁ କଥା ଆଗକୁ ବଢିପାରି ନଥିଲା ।

ନିକଟରେ ପୁଣିଥରେ କରନ ପ୍ରଭାସଙ୍କୁ ସଂପର୍କ କରିଥିଲେ ଏବଂ ତାଙ୍କୁ ଏକ ବଡ଼ ପ୍ରକଳ୍ପରେ ସାମିଲ କରିବାକୁ ଚାହୁଁଥିଲେ । ଏଥର ମଧ୍ୟ ପ୍ରଭାସ ମନା କରି ଦେଇଛନ୍ତି । ତେବେ ଏହା ପଛର କାରଣ କିଛି ଭିନ୍ନ । କିନ୍ତୁ ପ୍ରଭାସ ପ୍ରସ୍ତାବକୁ ଗ୍ରହଣ କରିନଥିଲେ । ପ୍ରଭାସ ତାଙ୍କ ଆଗାମୀ ଫିଲ୍ମ‘ ସାହୋ’ ପାଇଁ ବ୍ୟସ୍ତ ଥିବାରୁ ତାଙ୍କ ପାଖରେ ସମୟର ଘୋର ଅଭାବ କହି କରଣଙ୍କ ଅଫରକୁ ଅଗ୍ରାହ୍ୟ କରି ଦେଇଥିଲେ ।

ବର୍ତ୍ତମାନ ‘ସାହୋ’ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି ପ୍ରଭାସ । ଏହା ଏକ ଥ୍ରିଲର ଫିଲ୍ମ । ୩ଶହ କୋଟି ଟଙ୍କାର ଏହି ଫିଲ୍ମ ପାଇଁ ମନପ୍ରାଣ ଦେଇ କାମ କରୁଛନ୍ତି ପ୍ରଭାସ । ତେଣୁ ଏହା ମଧ୍ୟରେ ସେ ଅନ୍ୟ କୌଣସି ପ୍ରୋଜେକ୍ଟରେ ହାତ ମାରିବାକୁ ଚାହୁଁ ନାହାଁନ୍ତି । ଫଳରେ ବଲିଉଡ ନିର୍ମାତା ତଥା ନିର୍ଦ୍ଦେଶକ କରନ ଜୋହରଙ୍କୁ ନିରାସ ହେବାକୁ ପଡିଛି ।

ପଢନ୍ତୁ ;

ସଲମାନଙ୍କ ସହିତ ଏହି ଫିଲ୍ମରେ ନଜର ଆସିବେ ଦିଶା ପଟାନୀ !

Related posts

Popular Dance Reality Show Dance India Dance (DID) Season 6 Audition Held In Odisha Capital

ENO Beuro

ଅଭିନେତା ପପୁ ପମପମଙ୍କୁ ଫୋନରେ ଧମକ ! ଜାଣନ୍ତୁ କାହିଁକି

ENO Beuro

ରିଲିଜ୍ ହେଲା ସଲମାନ ଖାନଙ୍କ ରେସ୍‌-୩ ଟ୍ରେଲର !

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More