EnewsOdia.Com

ପୁଣି ଆସୁଛି ବର୍ଷା: ୫ରେ ବଙ୍ଗୋପସାଗରରେ ଅବପାତ ସମ୍ଭାବନା

ପୁଣି ଆସୁଛି ଲଘୁଚାପ । ବଙ୍ଗେ।ପସାଗରରେ ପୁଣି ଘନୀଭୂତ ହେଉଛି ଆଉ ଏକ ଲଘୁଚାପ ।  ଯଦି ଏହା ଆହୁରି ଘନୀଭୂତ ହୁଏ ଏବଂ ପଶ୍ଚିମ- ଉତ୍ତର-ପଶ୍ଚିମ ଦିଗରେ ଗତି କରେ ତେବେ ଏହା ଅବପାତର ରୂପ ନେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା ୩ ତାରିଖ ସୁଦ୍ଧା ଏହା ସ୍ପଷ୍ଟ ରୂପ ନେବାର ସମ୍ଭାବନା ରହିଛି। ଯାହାଫଳରେ ୨ରୁ ୩ ଦିନ ରାଜ୍ୟରେ ବର୍ଷା ଜାରି ରହିବ । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିପାରେ। ଏମିତି ହେଲେ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ପବନ ହେବ।

ନଭେମ୍ବର ଛୁଇଁଲାଣି। ତଥାପି ଶୀତର ଦେଖା ନାହିଁ । ସେପଟେ ବର୍ଷା ବି ଏବେ ଓଡ଼ିଶା ଛାଡ଼ୁନି । ଗତ ସପ୍ତାହରେ ତିନି ଦିନ ଧରି ଲଗାଣ ବର୍ଷା ଜାରି ରହିବା ଦ୍ବାରା ୧୦ରୁ ଅଧିକ ଜିଲ୍ଲା ପ୍ରଭାବିତ ହୋଇଥିଲା ।ବାତ୍ୟା ‘ମହା’ ଆଜି ମଧ୍ୟାହ୍ନରେ ଲାକ୍ଷାଦୀପଠାରୁ ଦକ୍ଷିଣରେ ରହିଥିଲା । କାଲି ସକାଳ ସୁଦ୍ଧା କ୍ରମଶଃ ଅଧିକ ଘନୀଭୂତ ହୋଇ ଅତିପ୍ରବଳ ଘୂର୍ଣ୍ଣିଝଡ଼ରେ ପରିଣତ ହେବ । ତା’ପରେ ଉତ୍ତର-ପଶ୍ଚିମ ଦିଗ‌ରେ ଗତି କରି ୬ ତାରିଖ ବେଳକୁ ଦକ୍ଷିଣ ଓମାନକୁ ସ୍ପର୍ଶ କରିବାର ପୂର୍ବାନୁମାନ କରାଯାଇଛି ।

ପଢନ୍ତୁ: ପ୍ରଶ୍ନପତ୍ର ନିଅଣ୍ଟ ହେବାରୁ କଳାପଟାରେ ଲେଖାଗଲା ପ୍ରଶ୍ନ

ସମ୍ବନ୍ଧିତ ଖବର

ସୀମାନ୍ତ ଗ୍ରାମରେ ମରି ମରି ଯାଉଛି ମାତୃଭାଷା

Ratnamani Maharana

ମୋଦିଙ୍କ ପାଇଁ ଆସୁଛି ସ୍ପେସାଲ ପ୍ଲେନ

Ratnamani Maharana

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଉଥିଲେ ଓଡ଼ିଆ ଯବାନ

Ratnamani Maharana

ସୁଦର୍ଶନଙ୍କ ବାଲୁକା କଳାରେ ବାଗଦାଦିର ମୃତ୍ୟୁ

Ratnamani Maharana

ଭୀମସାରରେ ଏଚ୍‌ଆଇଭି ସଂକ୍ରମିତ ଉପକରଣରେ ଅ‌ନ୍ୟ ୧୨ ଜଣଙ୍କ ଅସ୍ତ୍ରୋପଚାର

Ratnamani Maharana

ଏବେ ମୋବାଇଲ ସିମ୍ ଭଳି ଉପଭୋକ୍ତା ବଦଳାଇ ପାରିବେ ବିଦ୍ୟୁତ୍ କମ୍ପାନୀ

Ratnamani Maharana