Loading...

ଆଜି ଯୁଦ୍ଧର ଦ୍ୱାଦଶ ଦିନରେ ଚାରୋଟି ସହରରେ ଅସ୍ତ୍ରବିରତି

ଆଜି ଯୁଦ୍ଧର ଦ୍ୱାଦଶ ଦିନରେ ଚାରୋଟି ସହରରେ ଅସ୍ତ୍ରବିରତି

ଆଜି ୟୁକ୍ରେନ-ରୁଷ ଯୁଦ୍ଧର ଦ୍ୱାଦଶ ଦିନ । ଋଷିଆ ପକ୍ଷରୁ ଲଗାତାର ୟୁକ୍ରେନ୍‌ ଉପରେ ଆକ୍ରମଣ ହେଉଛି । ତେବେ ୟୁକ୍ରେନର ଚାରୋଟି ସହରରେ ଅସ୍ତ୍ରବିରତି ଘୋଷଣା କରାଯାଇଛି ।

ଆଜି ୟୁକ୍ରେନ-ରୁଷ ଯୁଦ୍ଧର ଦ୍ୱାଦଶ ଦିନ । ଋଷିଆ ପକ୍ଷରୁ ଲଗାତାର ୟୁକ୍ରେନ୍‌ ଉପରେ ଆକ୍ରମଣ ହେଉଛି । ତେବେ ୟୁକ୍ରେନର ଚାରୋଟି ସହରରେ ଅସ୍ତ୍ରବିରତି ଘୋଷଣା କରାଯାଇଛି । ୟୁକ୍ରେନର ୪ ସହର ପାଇଁ ସାମୟିକ ଯୁଦ୍ଧ ବିରତି ଘୋଷଣା କରିଛି ଋଷିଆ । କିଭ୍, ସୁମି, ମାରିଓପଲ ଓ ଖାରକିଭ ସହରରେ ଯୁଦ୍ଧ ବିରତି ଘୋଷଣା ହୋଇଛି । ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଭାରତୀୟ ସମୟାନୁସାରେ ଦିନ ୧୨ଟା ୩୦ରୁ ଯୁଦ୍ଧ ବିରତି ଘୋଷଣା ହୋଇଛି । ଦ୍ୱିତୀୟ ଥର ପାଇଁ ଋଷିଆ ୟୁକ୍ରେନରେ ଅସ୍ତ୍ରବିରତି ଘୋଷଣା କରିଛି । ପୂର୍ବରୁ ଯୁଦ୍ଧର ଦଶମ ଦିନରେ ଦୁଇଟି ସହରରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା । ଭାରତୀୟ ସମୟ ଦିନ ୧୧ଟା ୩୦ରୁ ସାମୟିକ ଅସ୍ତ୍ରବିରତି ଘୋଷଣା ହୋଇଥିଲା । ସାଢ଼େ ୫ ଘଣ୍ଟା ପାଇଁ ଅସ୍ତ୍ରବିରତି ଘୋଷଣା ହୋଇଥିଲା । କିନ୍ତୁ କିଛି ସମୟ ପରେ ହିଁ ଅସ୍ତ୍ରବିରତି ଉଲ୍ଲଂଘନ ପରେ ବୋମା ବିସ୍ଫୋରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । 


 


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.