News

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ

ପୁଣି ଭାଇରାଲ ହୋଇଛି ଶ୍ରୀମନ୍ଦିର ଭିତର ଫଟୋ। କଡ଼ା ନିୟମ ସତ୍ତ୍ୱେ ବି ଏହା ହୋଇଛି। ବେଙ୍ଗାଲୁର୍‌ର ମେଘା ଲୁଥ୍ରା ନାମ୍ନୀ ଜଣେ ମହିଳାଙ୍କ ଫେସ୍‌ବୁକ ଆକାଉଣ୍ଟରେ ରହିଥିବା ଏହି ଫଟୋ ଶ୍ରୀମନ୍ଦିର ଭିତର ସାତ ପାହଚ ନିକଟରେ ଉଠାଯାଇଥିବା ଜଣାପଡୁଛି। ଗତ ୩ ତାରିଖରେ ଲୁଥ୍ରାଙ୍କ ଫେସ୍‌ବୁକ ପେଜ୍‌ରେ ଏହା ପୋଷ୍ଟ ହୋଇଛି। ଲୁଥ୍ରା ଇଣ୍ଡିଗୋ ଏୟାର ଲାଇନ୍ସ କ୍ୟାବିନ କ୍ରୁ ଭାବେ କାର୍ଯ୍ୟ କରୁଥିବା ତାଙ୍କ ପୋଷ୍ଟରେ ଉଲ୍ଲେଖ ରହିଛି। ତେବେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ନେବା ଉପରେ କଟକଣା ରହିଥିବା ସତ୍ତ୍ବେ ଲୁଥ୍ରା କିଭଳି ଏହି ଫଟୋ ଉଠାଇ ପୋଷ୍ଟ କଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

srimandir

ସୂଚନାଯୋଗ୍ୟ,ଏହା ପୂର୍ବରୁ ଗତ ମାସ ୮ ତାରିଖରେ ପୁରୀର ଜଣେ ପୁଲିସ୍ କର୍ମଚାରୀ ଶ୍ରୀମନ୍ଦିରର ଫଟୋ ଉଠାଇ ନିଜ ଫେସ୍‌ବୁକ୍‌ରେ ପୋଷ୍ଟ୍‌ କରିଥିଲେ। ସେ ବାଇଶି ପାହାଚରେ ପିଣ୍ଡଦାନ କରିବା ସମୟର ଫଟୋ ସହିତ ବେଢ଼ାରେ ଛିଡ଼ା ହୋଇ ଉଠାଇଥିବା ଫଟୋକୁ ଫେସ୍‌ବୁକ୍‌ରେ ପୋଷ୍ଟ୍ କରି ସେ ଫସି ଯାଇଥିଲେ। ଏହି ଘଟଣା ପରେ ତାଙ୍କୁ ନିଲମ୍ବିତ କରାଯାଇଥିଲା ।

ପଢନ୍ତୁ; ପ୍ରଥମ ଟି-୨୦: ଭାରତ ୫ ୱିକେଟରେ ବିଜୟୀ

Related posts

ଡେବିଟ ଓ କ୍ରେଡିଟ କାର୍ଡରେ ପେମେଣ୍ଟ କଲାବେଳେ କାର୍ଡ କ୍ଲୋନିଂ ପ୍ରତି ସତର୍କ ରୁହନ୍ତୁ

ENO Beuro

ଜାମୁକାଶ୍ମୀର:ଏନ୍‌କାଉଣ୍ଟରରେ ୪ ଅାତଙ୍କବାଦୀ ନିହତ

ENO Beuro

ପଦ୍ମ ଧରିବେ ଅପରାଜିତା ଷଡ଼ଙ୍ଗୀ !

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More