ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଆଶ୍ବିନ କୃଷ୍ଣ ପକ୍ଷ ଷଷ୍ଠୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ।
Loading...
ଶ୍ରୀମନ୍ଦିରକୁ ଯିବାପୂର୍ବରୁ ଭକ୍ତଙ୍କୁ ଯାଞ୍ଚ କରି ଛାଡ଼ିବା ପାଇଁ ସିଂହଦ୍ବାରରେ ମାଳ ମାଳ ପୁଲିସ। ତଥାପି ବାରମ୍ବାର ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ ହେଉଛି। ଏଇଥିରୁ ଅନୁମେୟ ପୁଲିସ କେତେ ସତର୍କ।
ଶ୍ରୀମନ୍ଦିରକୁ ଯିବାପୂର୍ବରୁ ଭକ୍ତଙ୍କୁ ଯାଞ୍ଚ କରି ଛାଡ଼ିବା ପାଇଁ ସିଂହଦ୍ବାରରେ ମାଳ ମାଳ ପୁଲିସ। ତଥାପି ବାରମ୍ବାର ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ ହେଉଛି। ଏଇଥିରୁ ଅନୁମେୟ ପୁଲିସ କେତେ ସତର୍କ। ଗତ ନଭେମ୍ବର ୨୦୨୨ ମସିହାରେ ଶ୍ରୀମନ୍ଦିର ଗର୍ଭଗୃହରେ ମହାପ୍ରଭୁଙ୍କ ଫଟୋ ଭାଇରାଲ୍ ହୋଇଥିଲା। ଏହି ଘଟଣାରେ ଫଟୋ ଭାଇରାଲ୍ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ତେବେ ଏଥିରୁ ଚେତିଲେ ନାହିଁ।ଶ୍ରୀମନ୍ଦିର ସୁରକ୍ଷାକୁ ଭେଦକରି ରୋହିତ ଜୟଶ୍ବାଲ ନାମକ ଯୁବକ ଶ୍ରୀମନ୍ଦିର ଭିତର ବେଢ଼ାରେ ମୋବାଇଲ୍ରେ ଭିଡିଓ କରି ନିଜ ଇନ୍ଷ୍ଟାଗ୍ରାମ ସାଇଟ୍ରେ ଏହାକୁ ଛାଡ଼ିଛନ୍ତି। ତେବେ, ଅଭିଯୁକ୍ତ ବିରୋଧରେ ପୁଲିସ ସିଂହଦ୍ବାର ଥାନାରେ ମାମଲା ରୁଜୁ କରିଛି। ଏହି ମାମଲାର ଅଭିଯୁକ୍ତକୁ ଆସନ୍ତା ୩ ତାରିଖ ଦିନ ସିଂହଦ୍ବାର ଥାନାରେ ହାଜର ହେବାପାଇଁ ନୋଟିସ କରିଥିବା ପୁଲିସ କହିଛି।
ସୂଚନାନୁସାରେ, ଭିଡିଓରୁ କିଛି ସାଙ୍ଗଙ୍କ ସହ ରୋହିତ ଶ୍ରୀମନ୍ଦିର ଯାଇଥିବା ଜଣାପଡ଼ୁଛି। ନିଜେ ପତିତପାବନ ବାନାଙ୍କୁ ମୁଣ୍ଡିଆ ମାରିବା ବେଳେ କେହି ସାଙ୍ଗ ଅବା ପରିଚିତ ବ୍ୟକ୍ତି ତାଙ୍କର ଭିଡିଓ ଉତ୍ତୋଳନ କରିଛନ୍ତି। ଏହି ଭିଡିଓ ସୂର୍ଯ୍ୟମନ୍ଦିର ପାଖରୁ କରାଯାଇଥିବା ଅନୁମାନ କରାଯାଉଛି।ମା’ ଲକ୍ଷ୍ମୀଙ୍କ ମନ୍ଦିର ସମ୍ମୁଖରେ ଛିଡ଼ାହୋଇ ସୂର୍ଯ୍ୟମନ୍ଦିର ପାଖରୁ ଭିଡିଓ ଉତ୍ତୋଳନ କରାଯାଇଥିବାର ଫଟୋରୁ ଜଣାପଡ଼ୁଛି।
Shakespeare, in the beautiful garden, among the party. Some of the hall: in fact she was ever to.
ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଆଶ୍ବିନ କୃଷ୍ଣ ପକ୍ଷ ଷଷ୍ଠୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ।
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ଗିରଫ ପୂର୍ବରୁ ଆପ ସାଂସଦଙ୍କ ସହ ଘନିଷ୍ଟ ଅନ୍ୟମାନଙ୍କ ବାସଭବନରେ ମଧ୍ୟ ଚଢାଉ କରିଥିଲା ।
ଆଗକୁ ବିଧାନସଭା ନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ତିନି ଦଳ। କିଏ କାହା ଉପରେ ଦୋଷାରୋପ କରୁଛି ତ କିଏ କାହା କାମର ବାହାବାନେଇ ଏ ନିର୍ବାଚନ ପାରି ହେବାକୁ ନିଜକୁ ପ୍ରସ୍ତୁତ କରୁଛି ତେବେ ଏଥିମଧ୍ୟରେ ପୁଣି ଦୁଇ ବିଜେଡ଼ି ନେତାଙ୍କୁ ଦଳରୁ ବହିଷ୍କାର କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ।