News

ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲଂଘନ,ଏନକାଉଣ୍ଟରରେ ୪ ଜଣ ଯବାନ ସହିଦ

pak

ପୁଣି ଅସ୍ତ୍ରବିରତି ଉଲଂଘନ କରିଛି ପାକିସ୍ତାନ

ଜମ୍ମୁ-କାଶ୍ମୀରର କୁପୱାଡା ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । କୁପୱାଡାରଠାରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରାୟ ୫ ଘଣ୍ଟା ଗୁଳିବିନିମୟ ହୋଇଥିଲା । ସେହି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବାର ଖବର ପାଇ ଯବାନମାନେ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଅପରେସନ ସମୟରେ ଆତଙ୍କବାଦୀମାନେ ପ୍ରଥମେ ଯବାନଙ୍କ ଉପରକୁ ଗୁଳି ବର୍ଷା କରିଥିଲେ, ଯାହାର କଡା ଜବାବ ଦେବାକୁ ଯାଇ ଯବାନମାନେ ବି ଗୁଳି ଚଳାଇଥିଲେ । ଏହି ଏନକାଉଣ୍ଟରରେ ୪ ଜଣ ଯବାନ ସହିଦ ହୋଇଥିବା ବେଳେ ଦୁଇ ଜଣ ଆତଙ୍କୀ ନିହତ ହୋଇଥିବା ଜଣାପଡ଼ିଛି ।

ଏହି ଆତଙ୍କବାଦୀମାନେ କେଉଁ ଦଳର ତାହାର ପ୍ରମାଣ ମିଳିନଥିବା ବେଳେ ଜୈସ ସଙ୍ଗଠନର ହୋଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି ।

ଅନ୍ୟପଟେ ଏଲ୍‌ଓସି ନିକଟସ୍ଥ ଘାଟି ଏବଂ ୭୦ରୁ ଅଧିକ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ପାକିସ୍ତାନ ସପ୍ତାହକ ମଧ୍ୟରେ ୬୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଜଣାପଡ଼ିଛି।

ପଢନ୍ତୁ;ପୁଣି ଥରେ ଚାଲିବ ସମଝୌତା ଏକ୍ସପ୍ରେସ୍‌

Related posts

୩୬୦ ଭାରତୀୟ ମତ୍ସଜୀବୀ କଏଦୀଙ୍କୁ ମୁକ୍ତ କରିବ ପାକିସ୍ତାନ

Ratnamani Moharana

ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଶେଷ ହୋଇ ନାହିଁ ବାଲ୍ୟ ବିବାହ ପରଂପରା

ENO Beuro

ଶ୍ରୀମନ୍ଦିରରେ ସେଲ୍‌ଫି ଉଠାଇ ତଣ୍ଡ ଗଣିଲେ ଚାରି ଜଣ ଯବାନ

ENO Beuro

Leave a Comment