ପୁଣି ଥରେ ଚର୍ଚ୍ଚାରେ ଆସିଲେ ଏହି ତ୍ରିମୂର୍ତି

ଖୁବଶୀଘ୍ର ଆସୁଛି ବ୍ରଜରାଜ ମୁଭିଜ୍ ର ନୂଆ ସିନେମା

ପୁଣି ଏକାଠି ତ୍ରିମୂର୍ତି । ବହୁ ଦିନ ପରେ ତିନେହେଁ ଗଣମାଧ୍ୟମ ସାମ୍ନାକୁ ଆସିବା ନେଇ ଭାରି ଚର୍ଚ୍ଚା । ‘ପ୍ରେମୀ ନମ୍ବର ୱାନ ‘ ଏବଂ ‘ ଡନ ‘ ଭଳି ୨ଟି ହୀଟ୍ ସିନେମା ଦେଇଥିବା ଏହି ତ୍ରିମୂର୍ତି ଏବେ କିଛି ନୂଆ ଯୋଜନାରେ । କିଛି ନୂଆ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି ।

ଗୋଟିଏ ମଞ୍ଚରେ ଏହି ତ୍ରିମୂର୍ତି ହେଲେ ପ୍ରଯୋଜକ ସଞ୍ଜୟ ନାୟକ ( ଟୁଟୁ ) , ନିର୍ଦେଶକ ସୁଧାଂଶୁ ମୋହନ ସାହୁ ଏବଂ ଅଭିନେତା ଅନୁଭବ ଏକାଠି ହେବା ସିନେପ୍ରେମୀଙ୍କୁ ବେଶ୍ ଉତ୍ସାହିତ କରିଛି । ସମସ୍ତେ ଆଶା ବାନ୍ଧିଛନ୍ତି ପୁଣି ଏକ ଭଲ ସିନେମା ଆସିବା ।

ଦୀର୍ଘ ଦିନର ନୀରବତା ଭାଙ୍ଗି ବ୍ରଜରାଜ ମୁଭିଜ୍ ଅନୁଭବ ଏବଂ ସୁଧାଂଶୁଙ୍କୁ ନେଇ ସିନେମା କରିବ । ଏ ନେଇ ସଞ୍ଜୟ ନାୟକ କହିଛନ୍ତି , ଯେତେବେଳେ ବି ସିନେମା କରିବି ଅନୁଭବଙ୍କୁ ନେଇ ସିନେମା କରିବି ।

ନିର୍ଦେଶକ ସୁଧାଂଶୁ ମୋହନ ସାହୁ ବି ପ୍ରଶଂସା କରିଥିଲେ ବ୍ରଜରାଜ ମୁଭିଜ୍ ର ଏବଂ ଅନୁଭବଙ୍କର । ବନ୍ଧୁ ସୁଧାଂଶୁ ଏବଂ ସମ୍ପାଦକ ଚନ୍ଦ୍ର ମିଶ୍ରଙ୍କ କଥା କହିଥିଲେ ସଞ୍ଜୟ । ଏ ମିଳନରୁ ଜଣାପଡୁଥିଲା ଖୁବ ଶୀଘ୍ର ବ୍ରଜରାଜ ମୁଭିଜ୍ ନୂଆ ସିନେମା କରିବାକୁ ଯାଉଛି ।

ପଢନ୍ତୁ ;

ବହୁତ ଜଲ୍-ଦି ପାକିସ୍ଥାନରେ ଦେଖିବାକୁ ମିଳିବ ‘ବାହୁବଳୀ’

ଗୋଟିଏ ମଞ୍ଚରେ ଏହି ତ୍ରିମୂର୍ତି ହେଲେ ପ୍ରଯୋଜକ ସଞ୍ଜୟ ନାୟକ ( ଟୁଟୁ ) , ନିର୍ଦେଶକ ସୁଧାଂଶୁ ମୋହନ ସାହୁ ଏବଂ ଅଭିନେତା ଅନୁଭବ ଏକାଠି ହେବା ସିନେପ୍ରେମୀଙ୍କୁ ବେଶ୍ ଉତ୍ସାହିତ କରିଛି - 91%

91%

ଦୀର୍ଘ ଦିନର ନୀରବତା ଭାଙ୍ଗି ବ୍ରଜରାଜ ମୁଭିଜ୍ ଅନୁଭବ ଏବଂ ସୁଧାଂଶୁଙ୍କୁ ନେଇ ସିନେମା କରିବ - 88%

88%
89.5%

Very Good!

ପୁଣି ଥରେ ଚର୍ଚ୍ଚାରେ ଆସିଲେ ଏହି ତ୍ରିମୂର୍ତି

ପୁଣି ଏକାଠି ତ୍ରିମୂର୍ତି । ବହୁ ଦିନ ପରେ ତିନେହେଁ ଗଣମାଧ୍ୟମ ସାମ୍ନାକୁ ଆସିବା ନେଇ ଭାରି ଚର୍ଚ୍ଚା । 'ପ୍ରେମୀ ନମ୍ବର ୱାନ ' ଏବଂ ' ଡନ ' ଭଳି ୨ଟି ହୀଟ୍ ସିନେମା ଦେଇଥିବା ଏହି ତ୍ରିମୂର୍ତି ଏବେ କିଛି ନୂଆ ଯୋଜନାରେ । କିଛି ନୂଆ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି ।

No Votes Yet

You're not rated yet