POLITICALS

ଜଗନ ମୋହନ ରେଡ୍ଡୀଙ୍କ ନୂଆ ନିଷ୍ପତି: ଆନ୍ଧ୍ରରେ ରହିବେ ପାଞ୍ଚ ଉପମୁଖ୍ୟମନ୍ତ୍ରୀ

Mu

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ଵାଇଏସ୍‌ ଜଗନ ମୋହନ ରେଡ୍ଡୀ  ନେଇଛନ୍ତି ଏକ ଭିନ୍ନ ନିଷ୍ପତି। ଏଭଳି ନିଷ୍ପତି ଯାହା ପୁରା ଦେଶରେ ପ୍ରଥମ। ଶନିବାର ଶପଥ ଗ୍ରହଣ କରିବାକୁ ଥିବା ତାଙ୍କ କ୍ୟାବିନେଟ୍‌ରେ ପାଞ୍ଚ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରିଛନ୍ତି ଜଗମୋହନ ରେଡ୍ଡୀ। ଏହି ପାଞ୍ଚଜଣଙ୍କ ମଧ୍ୟରେ ରହିବେ ସଂରକ୍ଷିତ ଜାତି, ଜନଜାତି, ଅନ୍ୟାନ୍ୟ ପଛୁଆବର୍ଗ, ସଂଖ୍ୟାଲଘୁ ଏବଂ କାପୁ ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରିବେ। ସେମାନଙ୍କ ମଧ୍ୟରୁ ପାଞ୍ଚଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ମିଳିବ।

ବୈଠକରେ ଜଗନ ନିଜ ଯୋଜନାଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। ଜଗନ କହିଥିଲେ ଅଢ଼େଇ ବର୍ଷ ପରେ କ୍ୟାବିନେଟରେ ଅଦଳବଦଳ କରାଯିବ। ଲୋକଙ୍କ ଅଭିଯୋଗ ପ୍ରତି ଧ୍ୟାନ ଦେବାକୁ ସେ ଦଳୀୟ ବିଧାୟକମାନଙ୍କୁ କହିଥିଲେ। ତାଙ୍କ ପ୍ରଦର୍ଶନକୁ ଲୋକମାନେ ଅତି ନିକଟରୁ ନିରୀକ୍ଷଣ କରୁଛନ୍ତି। ତେଣୁ ପୂର୍ବରୁ ଥିବା ସରକାର ଏବଂ ବର୍ତ୍ତମାନର ସରକାର ମଧ୍ୟରେ ରହିଥିବା ଅନ୍ତରକୁ ସେ ଲୋକଙ୍କୁ ଦେଖାଇବାକୁ ଚାହୁଁଛନ୍ତି ବୋଲି ଜଗନ କହିଛନ୍ତି।
ପଢନ୍ତୁ: ଅମରିନ୍ଦର ସିଂଙ୍କୁ ବିରୋଧ କରି କ୍ୟାବିନେଟ୍ ବୈଠକରେ ଯୋଗ ଦେବେନି ସିଦ୍ଧୁ

Related posts

ଜୁଏଲ ଓରାମଙ୍କ ଦିଲ୍ଲୀ ଘରେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ

Ratnamani Moharana

ପ୍ରଦୀପ ମହାରଥୀଙ୍କ ଗୁଣ୍ଡାରାଜ: ପିପିଲି ଫ୍ଲାଇଂ ସ୍କ୍ବାଡ୍ ଏସଏସଟି ଏବଂ ଭିଡିଓ ସର୍ଭିଲାନ୍ସ ଟିମକୁ ଆକ୍ରମଣ

Ratnamani Moharana

କେରଳର ଗୁରୁବାୟୁରପ୍ପନ ମନ୍ଦିରରେ ପୂଜା କଲେ ମୋଦି

Ratnamani Moharana

Leave a Comment