LIFESTYLE

କ’ଣ ଧୂପକାଠି ଧୂଆଁ ଶରୀରପାଇଁ କ୍ଷତିକାରକ ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

ସିଗାରେଟ୍ ଠାରୁ ଅଧିକ କ୍ଷତିକାରକ ଧୂପକାଠି ଧୂଆଁ !

ପୂଜା ପାଠ ଓ ଧାର୍ମିକ କାର୍ଯ୍ୟରେ ଧୂପକାଠିର ବ୍ୟବହାର କରାଯାଇଥାଏ । ଏହାର ସୁଗନ୍ଧିତ ବାସ୍ନା ଆମର ମନ ପ୍ରାଣରେ ଭକ୍ତି ଭାବ ସଂଚାର କରେ । ଏକ ଭିନ୍ନ  ଭିନ୍ନ ବାତାବରଣ ସୃଷ୍ଟି କରିଥାଏ  । ଖାଲି ଯେ ଏହାକୁ ଆଧ୍ୟାତ୍ମିକ ପାଇଁ ବ୍ୟବହାର କରାଯାଏ ତା ନୁହେଁ ଶାନ୍ତି ଓ ଶୁଦ୍ଧତାର ପ୍ରତୀକ ଭାବେ ମଧ୍ୟ ଏହାକୁ ମନେକରାଯାଏ । ଏହା ସତ ଯେ ଧୂପକାଠି ଜଳାଇବା ଦ୍ୱାରା ଆପଣଙ୍କୁ ଖୁବ୍ ଶାନ୍ତି ମିଳିଥାଏ ଓ ପରିବେଶକୁ ସୁଗନ୍ଧ କରିଥାଏ , ହେଲେ ଏଥିରୁ ବାହାରୁ ଥିବା ଧୂଆଁ ବହୁତ କ୍ଷତିକାରକ  ଅଟେ । ଏହା ସିଗାରେଟ୍ ଠାରୁ ମଧ୍ୟ କ୍ଷତିକାରକ ଅଟେ । ଏକ ଅନୁସନ୍ଧାନରୁ ଏହା ଜାଣିବାକୁ ମିଳିଛି ।

ଆସନ୍ତୁ ଜାଣିବା କେମିତି ଏହା ହାନିକାରକ ଅଟେ –

  1. ଧୂପବତୀରୁ ବାହାରୁ ଥିବା ଧୂଆଁକୁ ଯେତେବେଳେ ଆମେ ନିଶ୍ୱାସ ସହ ଭିତରକୁ ନେଇଥାଉ , ତାହା ଆମର ଫୁସଫୁସ୍ ପର୍ଯ୍ୟନ୍ତ ପହଁଚି ଫୁସଫୁସ୍ ରେ ଜ୍ୱଳନ , ଉତ୍ତେଜନା ଓ ରିଆକ୍ସନ ଉତ୍ପନ୍ନ କରିପାରେ । କାରଣ ଏହି କଚ୍ଚିକାରେ ୬୪ଟି କମ୍ପାଉଣ୍ଡ ଥାଏ । ଆଉ ମଧ୍ୟ ଏହାଦ୍ୱାରା ଶ୍ୱାସକ୍ରିୟାରେ ଜ୍ୱଳନ ଓ କୁଣ୍ଡାଇ ହେବା ଆଦି ଦେଖାଦେଇଥାଏ ।
  2. ରିସର୍ଚ୍ଚରୁ ଏହା ବି ସାବ୍ୟସ୍ତ ହୋଇଛି କି ସୁଗନ୍ଧିତ ଧୂପବତୀର ଧୂଆଁ ରେ ୩ ପ୍ରକାରର ବିଷାକ୍ତ ତତ୍ୱ ରହିଛି , ଯାହା ଦ୍ୱାରା କ୍ୟାନସର ହେବାର ସମ୍ଭାବନା ରହିଛି । ଏହି ବିଷାକ୍ତତ୍ତତତ୍ୱ ହେଲା – ମ୍ୟୁଟାଜେନିକ୍ , ଜିନୋଟାକ୍ସିକ ଓ ସାଇଟୋଟାକ୍ସିକ୍ । ଧୂପବତୀରୁ ବାହାରୁଥିବା ହାନିକାରକ ଧୂଆଁ ରୁ ଶରୀରରେ ଥିବା ଜିନ୍ ର ରୂପ ପରିବର୍ତ୍ତନ ହୋଇଯାଏ , ଯାହା କ୍ୟାନସର ଓ ଫୁସଫୁସ୍ ସହ ଜଡିତ ରୋଗର ଲକ୍ଷଣ ପ୍ରଥମ ଷ୍ଟେଜ୍ ହୁଏ । ଜେନେଟିକ୍ ମ୍ୟୁଟିସନ ଅର୍ଥାତ୍ ଆନୁବଂଶିକ ମ୍ୟୁଟେସନରୁ ଡିଏନଏରେ ପରିବର୍ତ୍ତନ ହୋଇପାରେ , ଯାହା ଭଲ ସଂକେତ ନୁହେଁ ।
  3. ଏକ ଚାଇନିଜ୍ ରିସର୍ଚ୍ଚ ଅନୁସାରେ , ଯେତେବେଳେ ଧୂପକାଠି ଜଳାଯାଏ , ଏହାର ଧୂଆଁ ସହ କ୍ଷୁଦ୍ର କ୍ଷୁଦ୍ର କଣିକା ବାହାରିବା ସହ ଏହା ବାୟୁରେ ମିଶିଥାଏ । ଏହି ସୁଗନ୍ଧିତ ଧୂପବତୀରୁ ବହୁତ ବିଷାକ୍ତ କଣିକା ବାହାରିଥାଏ ,ଯାହା ଶରୀରର କୋଷିକାଗୁଡିକୁ କ୍ଷତି ପହଁଚାଇଥାଏ ।
  4.  ଆଉ ଏକ କାରଣ ଧୂପବତୀ ଧୂଆଁରେ ବହୁତ ଫାଇନ୍ ପାର୍ଟିକଲ୍ସ ସବୁ ଥାଏ । ଯାହା ଆମର ଶରୀର ପାଇଁ ବହୁତ ହାନିକାରକ ଅଟେ । ଏହାସହ ଧୂପବତୀରେ ଥିବା କୃତ୍ରିମ ସୁଗନ୍ଧ, ଏହି ବପଦକୁ ଆହୁରି ବଢାଇଦେଇଥାଏ ।

ପଢନ୍ତୁ ;

ପିଆଜ, ଆଳୁ ଓ ଟମାଟୋ ମୂଲ୍ୟର ଅସ୍ଥିରତାକୁ ନିୟନ୍ତ୍ରଣ କରିବା ପାଇଁ ‘ଅପରେସନ୍‌ ଗ୍ରିନ୍‌’

Related posts

ଗ୍ରୀଷ୍ମଋତୁରେ ମେକଅପକୁ ନେଇ ଚିନ୍ତିତ କି ?ତେବେ ଆପଣାନ୍ତୁ ଏହି ଉପାୟ

ENO Beuro

ଆଜିର ରାଶିଫଳ, ଯାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

ENO Beuro

ଆପଣଙ୍କ କେଶକୁ ମଜଭୁତ ହେବା ସହ ସିଲ୍କି ରଖିବାକୁ ଚାହୁଁଛନ୍ତି କି ? ତେବେ ବ୍ୟବହାର କରନ୍ତୁ “ଅଁଳା”

ENO Beuro

1 comment

Leave a Comment