News

ଅବଦୁଲ କାଲାମ ଦ୍ୱୀପରୁ ସ୍ୱଳ୍ପଦୂରଗାମୀ ବାଲାଷ୍ଟିକ ମିଶାଇଲ ଅଗ୍ନୀ-୧ର ସଫଳ ପରୀକ୍ଷଣ

ଅବଦୁଲ କାଲାମ ଦ୍ୱୀପରୁ ଅଗ୍ନି–୧ର ସଫଳ ପରୀକ୍ଷଣ, ପରମାଣୁ ଅସ୍ତ୍ର ସଂପନ୍ନ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ କ୍ଷମତା ୧୨ଶହ କିଲୋମିଟର

ଆଜି ସକାଳେ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଅଗ୍ନି-୧ର ପରୀକ୍ଷା ଧାମରା ନିକଟ ଅବଦୁଲ କଲାମ ଦ୍ୱୀପର ୪ନମ୍ବର ଲଞ୍ଚପ୍ୟାଡରୁ ହୋଇଛି। ସକାଳ ୮ଟା ୩୪ ମିନିଟରେ ଭାରତୀୟ କ୍ଷେପଣାସ୍ତ୍ର କ୍ଷମତାର ବାର୍ତ୍ତା ନେଇ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇ ପାରୁଥିବା ପରମାଣୁ କ୍ଷମତା ସଂପନ୍ନ ଏହି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିଲା। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅଗ୍ନି-୧ର ଲମ୍ବ-୪.୮ମିଟର, ମୋଟେଇ ୧.୩ ମିଟର। ଏହାର ଓଜନ ୧୨୦୦ କିଲୋଗ୍ରାମ। ଏଥିରେ ୨ ଟନ୍‌ ଓଜନର ପାରମ୍ପରିକ କିମ୍ବା ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। କଠିନ ଇନ୍ଧନ ଆବଶ୍ୟକ କରୁଥିବା ଏହି କ୍ଷେପଣାସ୍ତ୍ରର ମାରକ କ୍ଷମତା ୭୦୦ରୁ ୧୨୦୦ କିଲୋମିଟର। ଏହାର ବେଗ ସେକେଣ୍ଡ ପ୍ରତି ୨.୫ କିମି।

ପରୀକ୍ଷା ପାଇଁ ସମୁଦ୍ର ଭିତରେ କଡ଼ା ସୁରକ୍ଷା ଗ୍ରହଣ କରାଯାଇଛି। ଏଥିପାଇଁ ମେରାଇନ ଓ କୋଷ୍ଟଗାର୍ଡଙ୍କୁ ପ୍ରତିରକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ସେନାରେ ସାମିଲ କରା ଯାଇଥିବା ଅଗ୍ନି-୧ରେ ବୈଷୟିକ ପାରାମିଟର ଠିକ୍‌ ଅଛି କି ନାହିଁ ଏହି ପରୀକ୍ଷଣରୁ ତାହା ସ୍ପଷ୍ଟ ହେବ।ଅଗ୍ନି-୧ର ପ୍ରଥମ ପରୀକ୍ଷା ୨୦୦୨ ମସିହା ଜାନୂୁଆରୀ ୨୫ ତାରିଖରେ ହୋଇଥିଲା । ୨୦୧୨ ଜୁଲାଇ ୧୩ ତାରିଖରେ ଏହାର ପରୀକ୍ଷଣ ମଧ୍ୟ ସଫଳ ହୋଇଥିଲା । ୨୦୧୪ ଏପ୍ରିଲ ୧୧ ତାରିଖରେ ମଧ୍ୟ ଅଗ୍ନି-୧ର ସଫଳ ପରୀକ୍ଷଣ ହୋଇଥିଲା ।

ଅବଦୁଲ କାଲାମ ଦ୍ୱୀପରୁ ସ୍ୱଳ୍ପଦୂରଗାମୀ ବାଲାଷ୍ଟିକ ମିଶାଇଲ ଅଗ୍ନୀ-୧ର ସଫଳ ପରୀକ୍ଷଣ agni 1

ପଢନ୍ତୁ ;

ଅଳ୍ପ ବୟସରୁ ଆପଣଙ୍କ କେଶ ଧଳା ହୋଇଯାଉଛି କି? ତେବେ କେଶକୁ କଳା ରଖିବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର

Related posts

କାର୍ୟ୍ୟରତ ଆଶାକର୍ମୀଙ୍କ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ENO Beuro

ରାଜୀବ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ରାହୁଳ, ପ୍ରିୟଙ୍କା ଓ ସୋନିଆ

ENO Beuro

ଇରାକ-ଇରାନରେ ଭୟଙ୍କର ଭୂମିକମ୍ପ, ୧୩୦ଜଣ ମୃତ୍ୟୁ ହେଇଛି ଓ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More