POLITICALS

ଜୟଲଳିତାଙ୍କ ସମାଧି ପରିସରରେ ପୁଅର ବିବାହ ଆୟୋଜନ କଲେ AIADMK ନେତା

Jaya

ମୃତ୍ୟୁ ପରେ ବି ତାମିଲନାଡୁ ପୂର୍ବତନ ସ୍ୱଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଲୋକପ୍ରିୟତା କମି ନାହିଁ। ଏହାର ପ୍ରମାଣ ଅଳ୍ପଦିନ ତଳେ ଏଠାରେ ଘଟିଯାଇଥିବା ଏକ ଘଟଣାରୁ ଜଣାପଡ଼ିଛି। ଘଟଣାଟି ହେଲେ-ଜୟଲଳିତାଙ୍କ ଦଳ ଏଆଇଏଡିଏମ୍‌କେର ଜଣେ ନେତା ନିକଟରେ ତାଙ୍କର ଝିଅର ବାହାଘର କରୁଥିଲେ। ନେତାଙ୍କ ଝିଅ ବାହାଘର କିଛି ନୂଆ କଥା ନୁହେଁ। ତେବେ ଏହି ବାହାଘର ଏଥିପାଇଁ ଚର୍ଚ୍ଚାକୁ ଆସିଥିଲା ଯେ, ବାହାଘର ମେରିନା ବିଚ୍‌ରେ ଥିବା ଜୟଲଳିତାଙ୍କ ସମାଧି ପରିସରରେ ଆୟୋଜନ କରାଯାଇଥିଲା।

ଏହି ନେତା ଜଣକ ହେଲେ ଏଆଇଏଡିଏମଏକ୍ ନେତା ଭବାନୀଶଙ୍କର। ଭବାନୀଶଙ୍କରଙ୍କ ପୁଅ ସତୀଶଙ୍କ ସହ ଦୀପିକାଙ୍କର ବିବାହ ସ୍ଥିର ହୋଇଥାଏ। ବିବାହ ପାରମ୍ପରିକ ଶୈଳୀରେ ଆୟୋଜନ କରାଯାଇଥିଲା। ଏଥିପାଇଁ ଜୟଲଳିତାଙ୍କ ସମାଧିସ୍ଥଳକୁ ଫୁଲରେ ସଜା ଯାଇଥିଲା। ବର-କନ୍ୟା ସମାଧୀର ଦକ୍ଷିଣ ପାଖରେ ବସିଥିଲେ। ଏହି ବିବାହରେ ଦୁଇ ପକ୍ଷର ପରିଜନ ଓ ସମ୍ପର୍କୀୟମାନେ ଯୋଗ ଦେଇଥିଲେ।

ପଢନ୍ତୁ:  ପ୍ରଥମ ଓଡ଼ିଆ ଭାବେ ଅଲମ୍ପିକ୍ସରେ ଚମକିବେ ବିଭୂ କଲ୍ୟାଣ

Related posts

ସରକାରୀ ଡାକ୍ତରଖାନାରେ ଚାଲିଥିବା ଦୁର୍ନୀତିର ଗୁମର ଖୋଲିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି

Ratnamani Moharana

କାଲି ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ

Ratnamani Moharana

ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବାସଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼

ENO Beuro

Leave a Comment