ଖଡ଼ାଶାଗ ବିକିବାକୁ ‘ଅଡି’ କାର୍ ଚଢ଼ି ଯାଉଛନ୍ତି କେରଳ କୃଷକ
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
Loading...
ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ କଂଗ୍ରେସର ସଭାପତି ପଦ ପାଇଁ ଆଜି ଭୋଟ ପଡିବାକୁ ଯାଉଛି । ଜାତୀୟ କଂଗ୍ରେସର ମଙ୍ଗ କିଏ ସମ୍ଭାଳିବ, ଏହାର ଫୈସଲା କରିବା ପାଇଁ ସୋମବାର ନିର୍ବାଚନ ହେବାକୁ ଯାଉଛି ।
ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ କଂଗ୍ରେସର ସଭାପତି ପଦ ପାଇଁ ଆଜି ଭୋଟ ପଡିବାକୁ ଯାଉଛି । ଜାତୀୟ କଂଗ୍ରେସର ମଙ୍ଗ କିଏ ସମ୍ଭାଳିବ, ଏହାର ଫୈସଲା କରିବା ପାଇଁ ସୋମବାର ନିର୍ବାଚନ ହେବାକୁ ଯାଉଛି । ବଡକଥା ହେଉଛି କଂଗ୍ରେସର ଦୀର୍ଘ ୧୩୭ ବର୍ଷର ଇତିହାସରେ ଷଷ୍ଠ ଥର ପାଇଁ ଦଳର ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ହେଉଛି । ତାଠୁ ବଡ କଥା ହେଲା ଦୀର୍ଘ ୨୨ ବର୍ଷ ପରେ ଦଳର ମୁଖ୍ୟ ପଦ ପାଇଁ ନିର୍ବାଚନ ହେଉଛି । ଗାନ୍ଧୀ ପରିବାରର କେହି ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ ରାଜି ନହେବାରୁ ମଲ୍ଲିକାର୍ଜୁନ ଖଡଗେ ଓ ଶଶି ଥରୁର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଆଉ ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରୁ କୌଣସି ବ୍ୟକ୍ତି କଂଗ୍ରେସ ଅଧ୍ୟକ୍ଷ ପଦରେ ବସିବା ନିଶ୍ଚିତ ହୋଇଯାଇଛି । ଦଳର ହାଇକମାଣ୍ଡ ପାଇଁ କିଏ ଯୋଗ୍ୟ ପ୍ରାର୍ଥୀ ତାହା ନିର୍ବାଚନ ଜରିଆରେ ନିର୍ଣ୍ଣୟ କରିବାକୁ ଯାଉଛି କଂଗ୍ରେସ । କଂଗ୍ରେସର ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମଲ୍ଲିକାର୍ଜୁନ ଖଡଗେ ଓ ଶଶିଥରରୁ ବିଭିନ୍ନ ରାଜ୍ୟ ବୁଲି ସମର୍ଥନ ଲୋଡିଛନ୍ତି । ଆଜିର ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଦିନ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ମତଦାନ ଚାଲୁ ରହିବ ।
ଏଥିପାଇଁ ସାରା ଦେଶରେ ୪୦ଟି ମତଦାନ କେନ୍ଦ୍ରରେ ୬୮ ବୁଥ କରାଯାଇଛି । ଯେଉଁଥିରେ ପ୍ରଦେଶ କଂଗ୍ରେସ କମିଟିର ପ୍ରାୟ ୯ ହଜାର ୮ଶହରୁ ଅଧିକ ସଦସ୍ୟ ଓ ପ୍ରତିନିଧି ଭୋଟ ଦେଇ କଂଗ୍ରେସର କମାଣ କିଏ ସମ୍ଭାଳିବ, ତାହାର ନିର୍ଣ୍ଣୟ କରିବେ । ମତଦାନ ସରିବା ପରେ ବାଲାଟ ବକ୍ସକୁ ସିଲ କରି ଦିଲ୍ଲୀ ସ୍ଥିତି କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯିବ । ଅକ୍ଟୋବର ୧୯ ତାରିଖରେ ମତଗଣନା ପରେ ଫଳାଫଳ ଘୋଷଣା କରାଯିବ ।
Shakespeare, in the beautiful garden, among the party. Some of the hall: in fact she was ever to.
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।