News

ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀ ଅସୁସ୍ଥ

88 4

ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଅନୁଭବ କରିବାରୁ ଏମ୍‌ସରେ ଭର୍ତ୍ତି ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଏନେଇ ଏମ୍‌ସ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ସେ ବର୍ତ୍ତମାନ ବିଭିନ୍ନ ବିଭାଗରେ ବିଶେଷଜ୍ଞ ଥିବା ଡାକ୍ତରଙ୍କ ତତ୍ତ୍ୱାବଧାନରେ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ (ଆଇସିୟୁ)ରେ ଚିକିତ୍ସିତ ହେଉଛନ୍ତି। ଏଣ୍ଡୋକ୍ରିନୋଲୋଜିଷ୍ଟ, ନେଫ୍ରୋଲୋଜିଷ୍ଟ ଓ କାର୍ଡିଓଲୋଜିଷ୍ଟ ଡାକ୍ତରଙ୍କ ତତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଓ ଗୃହମନ୍ତ୍ରୀ ଅମିତ ଶାହ ଏମ୍ସରେ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ।

ବିଗତ ବେଶ କିଛି ଦିନ ଧରି ଜେଟଲୀ ଅସୁସ୍ଥ ରହୁଛନ୍ତି । ଅସୁସ୍ଥତା କାରଣରୁ ମୋଦି ମନ୍ତ୍ରିମଣ୍ଡଳରେ ସାମିଲ ହୋଇନାହାନ୍ତି ଜେଟଲୀ । ଜେଟଲୀଙ୍କର କିଡନୀ ଟ୍ରାନ୍‌ସପ୍ଲାଣ୍ଟ ହୋଇଥିଲା। ଏହି ଅପରେସନ ପରେ ସେ ମୁଖ୍ୟତଃ ଘରେ ରହୁଥିଲେ। ଗତ ଫେବ୍ରୁଆରିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ଚିକିତ୍ସା ପାଇଁ ଆମେରିକା  ଯାଇଥିଲେ। ତାଙ୍କ ଅନୁପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ କାମଚଳା ବଜେଟ ଉପସ୍ଥାପନ କରିଥିଲେ।

ପଢନ୍ତୁ: ଭାରତରେ ବି ବ୍ୟାନ୍‌ ହୋଇପାରନ୍ତି ପାକିସ୍ତାନ କଳାକାର

Related posts

ସୁରଟ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା : ତିନି ଅଭିଯୁକ୍ତ ଗିରଫ

ENO Beuro

ଓଡ଼ିଶା ସମେତ ସାରା ଦେଶରେ ବାଘ ଗଣନା ଆରମ୍ଭ : ନୂତନ ଜ୍ଞାନ କୌଶଳରେ ଗଣତି ହେଉଛି

ENO Beuro

ଫ୍ରାନ୍ସର ବଡ଼ ନିଷ୍ପତି: ଜବତ କରିବ ମାସୁଦର ସମ୍ପତ୍ତି

ENO Beuro

1 comment

Leave a Comment