• Home
  • News
  • ମେଡିକାଲ ଛାତ୍ର ସୋହେଲଙ୍କ ନିଖୋଜ ଘଟଣା : ଦିଲ୍ଲୀ ଗଲା ୩ ଜଣିଆ ଟିମ୍‌
News

ମେଡିକାଲ ଛାତ୍ର ସୋହେଲଙ୍କ ନିଖୋଜ ଘଟଣା : ଦିଲ୍ଲୀ ଗଲା ୩ ଜଣିଆ ଟିମ୍‌

ନିଖୋଜ ଏମ୍ସ ଡାକ୍ତରୀ ଛାତ୍ରଙ୍କୁ ଖୋଜିବାକୁ ଦିଲ୍ଲୀ ଗଲା କମିସନରେଟ ପୋଲିସ

ଜମ୍ମୁ-କଶ୍ମୀର ମେଡିକାଲ ଛାତ୍ର ସୋହେଲ ଇସାକଙ୍କ ନିଖୋଜ ଘଟଣାରେ କମିଶନରେଟ ପୋଲିସର ତଦନ୍ତ ଜୋରଦାର ହୋଇଛି । ଆଜି ଦିଲ୍ଲୀ ଯାଇଛନ୍ତି କମିସନରେଟ ପୋଲିସର ଏକ ତିନି ଜଣିଆ ଟିମ । ଦିଲ୍ଲୀ ସ୍ଥିତ ନିଜ ସଂପର୍କୀୟଙ୍କ ଘରେ ସୋହେଲ ଏଜାଜ ଥିବା ସୂଚନା ପାଇ ଦିଲ୍ଲୀ ଯାଇଛି ଟିମ।

ଗତ କିଛିଦିନ ତଳେ ସୋହେଲ ଦିଲ୍ଲୀର ଏକ ପିସିଓରୁ ଫୋନ କରୁଥିବା କେହି ଦେଖି ପୋଲିସକୁ ଜଣାଇଥିଲେ । ନିଖୋଜ ଛାତ୍ରଙ୍କ ପିତା ଦେଇଥିବା ସୂଚନା ଆଧାରରେ ଦିଲ୍ଲୀ ନିକଟ ଗୁରୁଗ୍ରାମରେ ଖୋଳତାଡ କରିବ କମିସନରେଟ ପୋଲିସର ଟିମ ।

୨ ଦିନ ତଳେ ଭୁବନେଶ୍ୱର ବରମୁଣ୍ଡାରେ ମାଓବାଦୀ ନାମରେ ଏକ ପୋଷ୍ଟର ମାରି ସୋହେଲଙ୍କୁ ଅପହରଣ କରିନେଇଥିବା ଦାବି କରାଯାଇଥିଲା । ଆଉ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଖୁଲାସ କଲେ ସୋହେଲଙ୍କୁ ଛଡାଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଥିଲା । ହେଲେ ପୋଲିସ ପୋଷ୍ଟରର ଖୋଳତାଡ କରି ସୋହେଲଙ୍କ ନିଖୋଜ ପଛରେ ମାଓବାଦୀଙ୍କ ହାତ ନାହିଁ ବୋଲି ଜାଣିବାକୁ ପାଇଛି ।

ତେବେ ଏମ୍ସରେ ପଢୁଥିବା ଜମ୍ମୁ କଶ୍ମୀର କୁପୱାଡା ଅଂଚଳର ସୋହେଲ ଏଜାଜ ଗତ ଫେବ୍ରୁଆରୀ ୯ତାରିଖ ଠାରୁ ନିଖୋଜ ଅଛନ୍ତି । ସେହିଦିନ ଠାରୁ ସେ ତାଙ୍କ ପରିବାର କିମ୍ବା କୌଣସି ବନ୍ଧୁଙ୍କ ସହ ଯୋଗାଯୋଗ କରିନାହାନ୍ତି ।
ମେଡିକାଲ ଛାତ୍ର ସୋହେଲଙ୍କ ନିଖୋଜ ଘଟଣା : ଦିଲ୍ଲୀ ଗଲା ୩ ଜଣିଆ ଟିମ୍‌ sohel
ପଢନ୍ତୁ ;

‘ବିଗ ବସ’ ସିଜିନ-୯ ର ଏହି ଯୋଡି ଗୋଆରେ କରିଛନ୍ତି ବିବାହ

Related posts

ନିର୍ଯ୍ୟାତ ମିତ୍ର ମୋବାଇଲ ଆପର ଶୁଭାରମ୍ଭ କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ

Krishna Kumar Manoj

କଠୁଆ ଗଣବଳାତ୍କାର ମାମଲା ୨୮କୁ ଘୁଞ୍ଚିଲା

Krishna Kumar Manoj

ପୁଣି ଚର୍ଚ୍ଚାରେ ବୋଫର୍ସ ବିବାଦ ! ସୁପ୍ରିମକୋର୍ଟ ଦ୍ୱାରସ୍ଥ ହେଲା ସିବିଆଇ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More