News

ଜାଣନ୍ତୁ, ଜଗା ବଳିଆଙ୍କ ବିରଳ ଅସ୍ତ୍ରୋପଚାର ବିଷୟରେ କ’ଣ କହିଲେ ଏମ୍ସ ଡାକ୍ତର ଅଶୋକ ମହାପାତ୍ର

କନ୍ଧମାଳ ଜିଲ୍ଲାର ଯୋଡ଼ା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଜଟିଳ ଅସ୍ତ୍ରୋପଚାର ସରିଛି । ମାତ୍ର ଏ ନେଇ ବିଧିବଦ୍ଧଭାବେ ଅପରେସନର ଜଟିଳତା ନେଇ ଡାକ୍ତରୀଦଳ ସୂଚନା ଦେଇଛନ୍ତି। ଏହା ଏକ ଟିମ ଓ୍ଵାର୍କ ଥିଲେବି ଏହି ବିରଳ ଅସ୍ତ୍ରୋପଚାର ବଡ଼ ଜଟିଳ ଥିଲା ବୋଲି ଗୁରୁବାର ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି । ନୂଆଦିଲ୍ଲୀରେ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ ଦ୍ୱାରା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନ୍ୟୁରୋ ସର୍ଜନ ଡାକ୍ତର ମହାପାତ୍ର କହିଛନ୍ତି, ଡାକ୍ତରୀ ଟିମ୍‌ ଦୁଇଶିଶୁଙ୍କ ସ୍ୱାସ୍ଥ୍ୟ ପ୍ରତି ନଜର ରଖିଛନ୍ତି। ଅପରେସନ ପରେ ଉଭୟଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ପାଖାପାଖି ୧୧ ଘଣ୍ଟାର ଅସ୍ତ୍ରୋପଚାର ପରେ ଶେଷରେ ବୁଧବାର ରାତିରେ ଜଗା ଓ ବଳିଆଙ୍କ ମୁଣ୍ଡକୁ ନୂଆଦିଲ୍ଲୀସ୍ଥିତ ଏମ୍‌ସରେ ଡାକ୍ତରୀ ଦଳ ସଫଳତାର ସହିତ ଅଲଗା କରିବାରେ ସମର୍ଥ ହୋଇଛନ୍ତି। ବର୍ତ୍ତମାନ ୭୨ ଘଣ୍ଟା ଯାଏଁ ଉଭୟଙ୍କୁ ଆଇସିୟୁରେ ଅବଜରଭେସନରେ ରଖାଯାଇଛି ।

ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟର ୨୫ ଘଣ୍ଟା ଧରି ଅପରେସନ ହେବାର ୫୭ ଦିନପରେ ବୁଧବାର ନୂଆଦିଲ୍ଲୀ ସ୍ଥିତ ଏମ୍ସରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା । ଡାକ୍ତରୀ ଦଳ ବିନା ବିରତିରେ ଅସ୍ତ୍ରୋପଚାର ଜାରି ରଖିଥିଲେ।

ବହୁସ୍ଥାନରେ ଲୋକେ ଜାଗା ବଳିଆଙ୍କ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା ଓ ପ୍ରାର୍ଥନା କରୁଛନ୍ତି । ପୁରୀ ଶ୍ରୀମନ୍ଦିରରେ ଶହ ଶହ ଶ୍ରଦ୍ଧାଳୁ ଦୀପ ଜାଳି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଆଶୀର୍ବାଦ ମାଗିଛନ୍ତି।

ଜାଣନ୍ତୁ, ଜଗା ବଳିଆଙ୍କ ବିରଳ ଅସ୍ତ୍ରୋପଚାର ବିଷୟରେ କ'ଣ କହିଲେ ଏମ୍ସ ଡାକ୍ତର ଅଶୋକ ମହାପାତ୍ର   ଜାଣନ୍ତୁ, ଜଗା ବଳିଆଙ୍କ ବିରଳ ଅସ୍ତ୍ରୋପଚାର ବିଷୟରେ କ’ଣ କହିଲେ ଏମ୍ସ ଡାକ୍ତର ଅଶୋକ ମହାପାତ୍ର                                                                                                                                                                                          1

Related posts

ଓଡ଼ିଆ ପୁଅଙ୍କ ଗିନିଜ ବୁକ ଅଫ ଓ୍ଵାର୍ଲ୍ଡ ରେକର୍ଡ, ପାଟିରେ ରଖିଲେ ୪୫୯ଟି ଷ୍ଟ୍ର

ENO Beuro

ବ୍ରିଟେନର ବିଦେଶ ମନ୍ତ୍ରୀଙ୍କ ଇସ୍ତଫା

ENO Beuro

ଗ୍ରାମାଞ୍ଚଳ ପାଇଁ ନୂଆ ପ୍ରସ୍ତାବ, ୧୦,୦୦୦ ଜମା ଥିଲେ ଗରିବ ନୁହଁ

ENO Beuro

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More