EnewsOdia.Com

କୁଆପଥର ପଡ଼ି କାଚ ଫାଟି ଯିବାରୁ ଜରୁରୀ ଅବତରଣ କଲା ଏୟାର୍‌ ଏସିଆ ବିମାନ

କୁଆପଥର ପଡ଼ି ସାମନା କାଚ ଫାଟି ଯିବାରୁ କୋଲ୍‌କାତା ବିମାନ ବନ୍ଦରରେ ଏୟାର୍‌ ଏସିଆର ଏକ ବିମାନ ଜରୁରୀ ଅବତରଣ କରିଛି। କୋଲ୍‌କାତାରୁ ବାଗଡୋଗ୍ରା ଅଭିମୁଖେ ସେ ବିମାନଟି ଉଡ଼ାଣ ଆରମ୍ଭ କରିଥିଲା। ଝଡ଼ବତାସ ଯୋଗୁଁ ତାହା ଫେରିଆସି ପୁଣି କୋଲ୍‌କାତା ବିମାନ ବନ୍ଦରରେ ମଙ୍ଗଳବାର ଅପରାହ୍ଣ ୪: ୩୦ ମିନିଟ୍‌ ସମୟରେ ଅବତରଣ କରିଥିଲା।

ମିଳିଥିବା ସୂଚନା ଅନୁସାରେ, ଏୟାର୍‌ ଏସିଆର ଫ୍ଲାଇଟ୍‌ ନମ୍ବର ୧୫-୫୩୬ କୋଲ୍‌କାତା ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା। ଏଥିରେ ୧୭୦ଜଣ ଯାତ୍ରୀ ଥିଲେ। ଉଡ଼ାଣର କେତେ ମିନିଟ୍‌ ପରେ କୁଆପଥର ପଡ଼ି ତା’ର ସାମନା କାଚ ଫାଟି ଯିବାରୁ ବିମାନଟି ପୁନଶ୍ଚ କୋଲ୍‌କାତା ଫେରି ଆସିଥିଲା। ସେ ବିମାନରେ ଯାତ୍ରା କରୁଥିବା ପଶ୍ଚିମବଙ୍ଗର ରାଜ୍ୟ ମନ୍ତ୍ରୀ ଅରୂପ ବିଶ୍ୱାସ କହିଛନ୍ତି ଯେ ଦୁର୍ଘଟଣା ଘଟିବା ପୂର୍ବରୁ ଆମେ ବର୍ତ୍ତିଗଲୁ। କୋଲ୍‌କାତାରୁ ଉଡ଼ାଣ ଆରମ୍ଭ କରିବା ପରେ ବିମାନଟି ଥରିବାକୁ ଲାଗିଲା। ଏଥିଯୋଗୁଁ ଅଧିକାଂଶ ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ।

ପଢନ୍ତୁ: ଆଜିଠୁ ୪ଦିନ ବର୍ଷା ସମ୍ଭାବନା, ଲାଗିରହିବ କୋହଲା ପାଗ

ସମ୍ବନ୍ଧିତ ଖବର

କୋଚିରେ ବେଆଇନ କୋଠା ଭଙ୍ଗାହେବାପରେ ଏବେ ଭୁବନେଶ୍ୱର ଚିନ୍ତା

Ratnamani Maharana

କାହିଁକି ସେନାଙ୍କ ପାଇଁ ନିଷେଧ ହୋଇନଥାଏ ମଦ : ଜାଣନ୍ତୁ ଏହାର କାରଣ

Ratnamani Maharana

ଆଉ ଦୁଇ ଓଡିଆଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

Ratnamani Maharana

ଆଜିଠୁ ସେସୁର ବିଦ୍ୟୁତ୍ କାଟ୍ ଅଭିଯାନ

Ratnamani Maharana

୨୬ ଡିସେମ୍ବରରେ ବିରଳ ବଳୟ ସୂର୍ଯ୍ୟପରାଗ ଦେଖିବାପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା

Ratnamani Maharana

ହୁନର ହାଟରେ ‘ପିପିଲି ଚାନ୍ଦୁଆ’ ଦେଖି ଅଟକି ଗଲେ ମୋଦି

Ratnamani Maharana