News

ଏୟାର ଇଣ୍ଡିଆ ପକ୍ଷରୁ ପ୍ରସ୍ତାବ: ଭୁବନେଶ୍ୱରରୁ ବ୍ୟାଙ୍କକକୁ ବିମାନ ଉଡ଼ାଣ ହେବ

ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଅନ୍ତର୍ଜାତୀୟ ବିମାନ ସେବା ଯୋଗାଇବା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, ଭୁବନେଶ୍ୱରରୁ ବ୍ୟାଙ୍କକକୁ ବିମାନ ଉଡ଼ାଣ ପାଇଁ ଏୟାରଇଣ୍ଡିଆ ପକ୍ଷରୁ ପ୍ରସ୍ତାବ ଆସିଛି । ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ସବସିଡି ମାଗି ନଥିବାରୁ ଏହାକୁ ଆମେ ସକରାତ୍ମକ ଭାବରେ ଗ୍ରହଣ କରିଛୁ ।  ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଅଗ୍ରାଧିକାର ପାଇଁ ରାଜ୍ୟ ସରକାର ଏୟାରଇଣ୍ଡିଆର ପ୍ରସ୍ତାବକୁ ଅନୁମୋଦ କରି ପାରେ ବୋଲି ଆଶା କରାଯାଉଛି ।

ଏୟାର ଇଣ୍ଡିଆ ଭୁବନେଶ୍ୱର କେନ୍ଦ୍ର ମୁଖ୍ୟଙ୍କ କହିବା ଅନୁସାରେ, ଏୟାରଇଣ୍ଡିଆ ବିହାରର ଗୟା ଠାରୁ ଭୁବନେଶ୍ୱର ଭାୟା ଦେଇ ବ୍ୟାଙ୍କକରେ ପହଞ୍ଚିବ । ଓଡ଼ିଶାରେ ବୌଦ୍ଧ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିବାରୁ ଏୟାର ଇଣ୍ଡିଆ ପକ୍ଷରୁ ଏହି ଯୋଜନା ପ୍ରସ୍ତୁତ ହୋଇଛି । କମ୍ପାନୀ ପକ୍ଷରୁ ବିଜୁ ପଟ୍ଟନାୟକ ବିମାନବନ୍ଦର କର୍ତ୍ତୃପକ୍ଷ, ଓଡ଼ିଶା ସରକାର ଓ ଡିଜିସିଏକୁ ଏହି ପ୍ରସ୍ତାବ ଦିଆଯାଇଛି । ଓଡ଼ିଶା ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କଲେ ଆମେ ବିମାନ ସେବା ଆରମ୍ଭ କରିବୁ ବୋଲି କମ୍ପାନୀ ଅଧିକାରୀ କହିଛନ୍ତି ।

ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି, ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଅଧିକରୁ ଅଧିକ ବିମାନ କମ୍ପାନୀ ଆଗ୍ରହ ପ୍ରକାଶ କରିବା ଆମ ପାଇଁ ଶୁଭ ଲକ୍ଷଣ ।

ପଢନ୍ତୁ, ବିୁଦ୍ୟତ୍‌ ବିତରଣ କମ୍ପାନି ନେସ୍‌କୋ, ଓ୍ଵସ୍‌କୋ ଓ ସାଉଥ୍‌କୋର ଲାଇସେନ୍ସ ପ୍ରତ୍ୟାହାର

Related posts

ଆସୁଛି ଦମଦାର ପାୱାରବ୍ୟାଙ୍କ – ଚୁଟକିରେ ଚାର୍ଜ ହେବ ଆପଣଙ୍କ ସ୍ମାର୍ଟଫୋନ

Krishna Kumar Manoj

ଦୁର୍ଘଟଣା ବଢୁଛି – ନା କର୍ତୃପକ୍ଷ ନା ଲୋକମାନେ, ଏଥିପାଇଁ କାହାର ନଜର ନାହିଂ

Krishna Kumar Manoj

୧୫୦ତମ ଗାନ୍ଧୀ ଜୟନ୍ତୀରେ କାଏଦିଙ୍କୁ ସ୍ଵତନ୍ତ୍ର କ୍ଷମା ପ୍ରଦାନ ଉପରେ କ୍ୟାବିନେଟ ମୋହର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More