News

ଓଡ଼ିଶା ସୀମାରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ : ପାଇଲଟ ଗୁରୁତର

ସୁବର୍ଣ୍ଣରେଖା ନଦୀ କୂଳରେ ଘଟିଛି ଏହି ଦୁର୍ଘଟଣା

ଓଡ଼ିଶା-ଝାଡଖଣ୍ଡ ସୀମାରେ ଆଜି  ଭାରତୀୟ ବାୟୁ ସେନାର ଏକ ବିମାନ ଦୁର୍ଘଟଣାଗସ୍ତ ହୋଇ ତଳକୁ ଖସିପଡ଼ିଛି । ଆଜି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍‌ ଅନ୍ତର୍ଗତ ସିରସା ନିକଟସ୍ଥ ସୁବର୍ଣ୍ଣରେଖା ନଦୀ କୂଳରେ ବାୟୁସେନା ବିଭାଗର ଏକ ହେଲିକ୍ୟାପ୍ଟର ଦୁର୍ଘଟଣାଗସ୍ତ ହୋଇ ତଳକୁ ଖସିପଡ଼ିଛି । ସୁବର୍ଣ୍ଣରେଖା ନଦୀ କୂଳରେ ହିଁ ଘଟିଛି ଏହି ଦୁର୍ଘଟଣା ।

ଦୁର୍ଘଟଣାରେ ବିମାନର ପାଇଲଟ୍ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ନିମନ୍ତେ ଝାଡ଼ଖଣ୍ଡର ବହଡ଼ାଗୁଡା ଡାକ୍ତରଖାନାରେ ଭର୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛିି ।

ଦୁର୍ଘଟଣାରେ ବିମାନଟି ନଦୀଗର୍ଭ ବାଲି ଭିତରେ ପଶିଯାଇଛି ଲଢୁଆ ବିମାନ । ତେବେ ଆସନ୍ନ ଦୁର୍ଘଟଣାର ଆଭାସ ପାଇଁ ପାଇଲଟ୍ ଜଣକ ପାରାଚ୍ୟୁଟ୍ ଯୋଗେ ବାହାରି ଯାଇଥିଲେ । ତେବେ ଦୁର୍ଘଟଣା ପରେ ପାଇଲଟ୍ ଜଣକ ଗୁରୁତର ଆହତ ଅଛନ୍ତି । ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ ଜଳି ଯାଇଛି ।

ତେବେ ଏହି ବିମାନଟି ରାଇରଙ୍ଗପୁର ପଟୁ ଆସିଥିଲା ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ବିମାନରୁ ପ୍ରଚୁର ମାତ୍ରାରେ ଧୁଆଁ ବାହାରୁଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ହୋଇଛି ବୋଲି ଅନୁମାନ କରାଯାଉଛି । ତେବେ ଏନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଠିକ ସୂଚନା ମିଳିନାହିଁ । ହେଲିକ୍ୟାପ୍ଟରଟି ବାଙ୍ଗିରିପୋଷି ଠାରେ ଥିବା ବାୟୁସେନା ବିଭାଗର ବେଶ୍ କ୍ୟାମ୍ପରୁ ଉଡ଼ାଣ ଭରିବାର ଅଳ୍ପ ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି  ।

ପଢନ୍ତୁ ;

କେଉଁ ରଙ୍ଗର ଗଣେଶ ମୂର୍ତି ପୂଜା କଲେ ଶୁଭ ମିଳିଥାଏ ଜାଣନ୍ତୁ ?

Related posts

ବିଗତ ଦିନର ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ସ୍ମୃତି ଇରାନି ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ

ENO Beuro

ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ମିଳିବ ‘ଶ୍ରେଷ୍ଠ ବିମାନବନ୍ଦର’ ପୁରସ୍କାର

ENO Beuro

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ: ସବୁଠାରୁ ଅଧିକ ପ୍ରଦୂଷିତ ସହର ତାଲିକାରେ ଭାରତର ୧୪ଟି ସହର

ENO Beuro

2 comments

Leave a Comment