• Home
  • Uncategorized
  • ବାୟୁସେନାର ଫାଇଟର ବିମାନ ‘ଜାଗୁଆର’ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ମୃତ !
Uncategorized

ବାୟୁସେନାର ଫାଇଟର ବିମାନ ‘ଜାଗୁଆର’ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ମୃତ !

ବାୟୁସେନାର ଯୁଦ୍ଧ ବିମାନ ଜାଗୁଆର ମଙ୍ଗଳବାର ସକାଳେ ଗୁଜୁରାଟର କଚ୍ଛଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି

ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଜାଗୁଆର ମଙ୍ଗଳବାର ସକାଳେ ଗୁଜୁରାଟର କଚ୍ଛଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୁଜରାଟର ଜାମନଗରଠାରେ ଭାରତୀୟ ଯୁଦ୍ଧ ବିମାନ ‘ଜାଗୁଆର’ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଇଏଏଫ ଅଧିକାରୀଙ୍କ ସୁଚନା ମୁତାବକ, ଭୁଜ ଏୟାର ବେସରୁ ପ୍ରତିଦିନ ଭଳି ଜାଗୁଆର ଫାଇଟର ବିମାନ ରୁଟିନ୍ ପରୀକ୍ଷଣରେ ବାହାରିଥିଲା ।

ସୂଚନା ଅନୁୟାୟୀ ‘ଜାଗୁଆର’ ରୁଟିନ୍ ଟ୍ରେନିଂ ମିଶନ୍‌ରେ ଜାମନଗରରୁ ସକାଳ ୧୦.୩୦ରେ ଉଡ଼ାଣ କରିଥିଲା । ପରେ କଚ୍ଛ ଜିଲ୍ଲାର ମୁଣ୍ଡ୍ରା ତାଲୁକାଠାରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସିପଡ଼ିଥିଲା । ପାଇଲଟ୍‌ ସଞ୍ଜୟ ଚୌଧୁରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ବିବର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଫାଇଟର ଏୟାରକ୍ରାଫ୍ଟ ଜାଗୁଆର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।

ଦୁର୍ଘଟଣାସ୍ଥଳ ଠାରୁ ୩୦ କିଲୋମିଟର ଦୂରରେ ଥିବା ଭୁଜ ଏୟାରବେସର କମାଣ୍ଡର ଘଟଣା ସ୍ଥଳରେ ପହଁଚିଛନ୍ତି । ସୁଚନା ମୁତାବକ ଜାଗୁଆର ଭାରତୀୟ ବାୟୁସେନାର ଏକ ପ୍ରମୁଖ ଫାଇଟର ବିମାନ ଭାବେ ପରିଚିତ । ଶତୁର ସୀମାମଧ୍ୟକୁ ଗତୀଶିଳ ଭାବେ ପ୍ରବେଶ କରିବାର କ୍ଷମତା ଏହି ଜାଗୁଆର ବିମାନର ଥିଲା । କିନ୍ତୁ ହଠାତ୍ କେଉଁ କାରଣରୁ ଏଭଳି ଘଟିଲା ସେ ନେଇ ଆଇଏଏଫ ବରିଷ୍ଠ ଅଧିକାରୀ ଯାଞ୍ଚ କରୁଛନ୍ତି ।

ବାୟୁସେନାର ଫାଇଟର ବିମାନ ‘ଜାଗୁଆର’ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ମୃତ ! ବାୟୁସେନାର ଫାଇଟର ବିମାନ ‘ଜାଗୁଆର’ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ମୃତ ! aircraft

ପଢନ୍ତୁ ;

ଜୁନ ୩୦ରେ ଆକାଶ ଆମ୍ବାନୀଙ୍କ ନିର୍ବନ୍ଧ !

Related posts

Dam Dam Dambaru Dhara Special Bol Bom Album Song

Jitendra

Release waiting Odia Cinema “Sata Janamara Sathi”

Jitendra

ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ବିରଳ ଅସ୍ତ୍ରୋପଚାର

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More