EnewsOdia.Com

୩୨୪ ଭାରତୀୟଙ୍କ ଧରି ଚାଇନାରୁ ଦିଲ୍ଲୀ ଆସିଲା ବିମାନ

ଚାଇନାର ଉହାନ ପ୍ରଦେଶରେ ସୃଷ୍ଟି ହୋଇଥିବା କରୋନା ଭାଇରସ କବଳରେ ଫସି ରହିଥିବା ଭାରତୀୟଙ୍କ ମଧ୍ୟରୁ ୩୨୪ ଜଣଙ୍କୁ ନେଇ ଆଜି ଏୟାର ଇଣ୍ଡିଆର ଜୁମ୍ବୋ ବି୭୪୭ ବିମାନ ଦିଲ୍ଲୀରେ ଲ୍ୟାଣ୍ଡ କରିଛି। ବିମାନଟି ସକାଳ ୭.୩୦ରେ ଦିଲ୍ଲୀରେ ଅବତରଣ କରିଥିଲା। ଗତକାଲି ଦିନ ୧.୧୭ରେ ଏହା ଚାଇନା ଅଭିମୁଖେ ଉଡ଼ାଣ ଭରିଥିଲା। ଉହାନରେ ବିମାନଟି ପହଞ୍ଚିବା ପରେ ଚାଇନା ଅଧିକାରୀଙ୍କ ସହାୟତାରେ ଭାରତୀୟଙ୍କୁ ବିମାନ ନିକଟକୁ ଅଣାଯାଇଥିଲା। ବିମାନରେ ରାମ ମନୋହର ଲୋହିଆ ହସ୍ପିଟାଲର ୫ ଜଣ ଡାକ୍ତର ଓ ଜଣେ ପାରାମେଡିକାଲ ଷ୍ଟାଫ ରହିଥିଲେ।

ଏବେ ଏହି ଭାରତୀୟମାନଙ୍କୁ ଭାରତୀୟ ସେନା ଦିଲ୍ଲୀର ମାନସେର ଠାରେ ନିର୍ମାଣ କରିଥିବା ସ୍ୱତନ୍ତ୍ର ୱାର୍ଡରେ ରଖାଯିବ। ଏଠାରେ ଅଭିଜ୍ଞ ଡାକ୍ତରମାନେ ସମସ୍ତଙ୍କ ଶରୀରରେ କରୋନା ଭାଇରସ ରହିଛି କି ନାହିଁ, ତା’ର ତର୍ଜମା ଦୁଇ ସପ୍ତାହ ଧରି କରିବେ। ଅନ୍ୟପକ୍ଷରେ ଚାଇନାର ବିଭିନ୍ନ ପ୍ରାନ୍ତରେ ଫସିଥିବା ଆଉ କିଛି ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଆଜି ଏୟାର ଇଣ୍ଡିଆର ଆଉ ଏକ ବିମାନ ବେଜିଂ ଅଭିମୁଖେ ଉଡ଼ାଣ ଭରିଛି।

ପଢନ୍ତୁ: ଦଳରେ ଗୌଣ ହେଉଛନ୍ତି ବିଧାୟକ-ମନ୍ତ୍ରୀ, ସିଏମଓ ଏବେ ସବୁକିଛି

ସମ୍ବନ୍ଧିତ ଖବର

ଗୁପ୍‌ଚୁପ୍‌ ପରଷିଲେ ଧୋନି

Ratnamani Maharana

ଶ୍ରୀମନ୍ଦିରରେ ଧ୍ୱଜା ବନ୍ଧା ସମୟର ପରିବର୍ତ୍ତନ

Ratnamani Maharana

ଆଜିଠୁ ପାଞ୍ଚଦିନ ପାଇଁ ସର୍ବସାଧାରଣଙ୍କ ନିମନ୍ତେ ଖୋଲିଲା ଲୋକସେବା ଭବନ ଉଦ୍ୟାନ

Ratnamani Maharana

ସୋସିଆଲ ମିଡିଆ ଆକାଉଣ୍ଟରେ ଆଧାର ଲିଙ୍କ୍‌ ଆବେଦନ ସୁପ୍ରିମକୋର୍ଟରେ ଖାରଜ

Ratnamani Maharana

କାଳିଆ ଦୁଆରେ ଭିକ ମାଗୁଛନ୍ତି, କୋଠା ଘରେ ରାତି କାଟୁଛନ୍ତି

Ratnamani Maharana

୫୫ ବର୍ଷ ବୟସରେ ପଦାର୍ପଣ କରିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

Ratnamani Maharana