Loading...

ଅଧାରୁ ଫେରିଲା ଭାରତୀୟ ବିମାନ, ୟୁକ୍ରେନରେ ଫସି ରହିଛନ୍ତି ୨୦ ହଜାର ଭାରତୀୟ

ଅଧାରୁ ଫେରିଲା ଭାରତୀୟ ବିମାନ, ୟୁକ୍ରେନରେ ଫସି ରହିଛନ୍ତି ୨୦ ହଜାର ଭାରତୀୟ

ଋଷ ଓ ୟୁକ୍ରେନ ମଧ୍ୟରେ ବିବାଦ ପାଇଁ ୟୁକ୍ରେନରେ ରହିଥିବା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ଅଭିଯାନ ଆରମ୍ଭ କରିଥିଲା ଭାରତ।

ଋଷ ଓ ୟୁକ୍ରେନ ମଧ୍ୟରେ ବିବାଦ ପାଇଁ ୟୁକ୍ରେନରେ ରହିଥିବା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ଅଭିଯାନ ଆରମ୍ଭ କରିଥିଲା ଭାରତ। ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ ଆଣିବା ପାଇଁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ୟୁକ୍ରେନ ଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହପରେ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ବି-୭୮୭ ପ୍ରଥମ ପର୍ଯ୍ୟାୟରେ ୟୁକ୍ରେନ ଯାଇ ୨୪୨ ଭାରତୀୟମାନଙ୍କୁ ନେଇ ଫେରିଥିଲା।

ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ଏକ ଏୟାର ଇଣ୍ଡିଆର ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ୟୁକ୍ରେନ ଯାଇଥିଲା। କିନ୍ତୁ ୟୁକ୍ରେନ୍‌ ଯାଇଥିବା ଏୟାର ଇଣ୍ଡିଆ ବିମାନ ଅଧା ବାଟରୁ ଫେରିଲା । ଯୁଦ୍ଧ ଆରମ୍ଭ ହୋଇସାରିଥିବାରୁ ଅଧାରୁ ଫେରିଲା ବିମାନ। ରୁଷିଆର ଆକ୍ରମଣକୁ ଦେଖି ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରିଛି ୟୁକ୍ରେନ୍‌। ୟୁକ୍ରେନ୍‌ରେ ସମସ୍ତ ବେସାମରିକ ବିମାନ ଉଡ଼ାଣ ବାତିଲ କରିଛି। ବର୍ତ୍ତମାନ ବାୟୁସୀମାରେ କେବଳ ଯୁଦ୍ଧ ବିମାନ ଉଡାଣ କରୁଛି।

Laxmikant Dash

Cat. 'I don't believe you do either!' And the moral of that dark hall, and close to her, though.