EnewsOdia.Com

ଏୟାର ଇଣ୍ଡିଆକୁ ଅସହ୍ୟ ହେଲାଣି ଋଣ ବୋଝ

ଏକଦା ମହାରାଜା ଭାବେ ଜଣାଯାଉଥିବା ଏୟାର ଇଣ୍ଡିଆର ଭବିଷ୍ୟତ ଏବେ ଅନ୍ଧାରରେ। ବନ୍ଦ ହୋଇଯିବ ଏୟାର ଇଣ୍ଡିଆ। ଏୟାର ଇଣ୍ଡିଆକୁ ଅସହ୍ୟ ହେଲାଣି ଋଣ ବୋଝ। ।ଯଦି ଜୁନ୍ ସୁଦ୍ଧା କେହି କ୍ରେତା ନମିଳନ୍ତି, କିମ୍ବା ଶକ୍ତ ଏବଂ ସ୍ଥାୟୀ ସମାଧନ ଫର୍ମୁଲା ନବାହାରେ ତେବେ ଆଉ ଉଡିପାରିବନି ନ୍ୟାସନାଲ କ୍ୟାରିୟର । କମ୍ପାନିର ଜଣେ ବରିଷ୍ଠ ଅଧିକାରୀଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆ ଏବେ ଋଣ ଭାରରେ ବୁଡି ରହିଛି । ତେଣୁ କମ୍ପାନିକୁ ଅଧିକ ଦିନ ଧରି ଚଲାଇବା ସମ୍ଭବପର ନୁହେଁ । ଜେଟ୍‌ ଏୟାରୱେଜ ଭଳି ଏୟାର ଇଣ୍ଡିଆକୁ ପରିଣାମ ଭୋଗିବାକୁ ପଡିପାରେ ବୋଲି ସେ ଆଶଙ୍କା କରାଯାଉଛି।

ଏୟାରଲାଇନ ୬୦,୦୦୦କୋଟି ଟଙ୍କାର କରଜରେ ବୁଡ଼ି ରହିଥିବା ବେଳେ ପଡ଼ିରହିଥିବା ୧୨ଟି ବିମାନର ଉଡ଼ାଣ ଆରମ୍ଭ କରିବା ପାଇଁ  ଅର୍ଥର  ଆବଶ୍ୟକତା ରହିଛି। ତା ସହ ଏହି କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର ଲାଗି ସରକାର ଉପାୟ ଚିନ୍ତାରେ ଅଛନ୍ତି ।ଏଥିଯୋଗୁ ଏୟାର ଇଣ୍ଡିଆ ଗୁରୁତର ଆର୍ଥିକ ସମସ୍ୟାରେ ଫସିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ, ଆମେ ଏଥର ନିଲାମ ପାଇଁ ଆହ୍ବାନ କରିବୁ। କେତେ କମ୍ପାନି ଆଗ୍ରହ ଦେଖାଉଛନ୍ତି ତାହା ଦେଖିବୁ। ଯଦି ଗ୍ରାହକ ନମିଳିବେ ତେବେ କମ୍ପାନିକୁ ବନ୍ଦ କରିଦେବୁ। କଂପାନିର ଘରୋଇକରଣ ନ ହେ‌ଲେ ତାହା ବନ୍ଦ ହେବ ବୋଲି ସେ କହିଥିଲେ।

ପଢନ୍ତୁ: ଆମାଜନ ଓ ଫ୍ଲିପକାର୍ଟକୁ ଟକ୍କର ଦେବାକୁ ଆସିଲା ଜିଓମାର୍ଟ

ସମ୍ବନ୍ଧିତ ଖବର

ଆସନ୍ତାକାଲିଠାରୁ ବନ୍ଦ ଶିରିଡି ସାଇ ମନ୍ଦିର

Ratnamani Maharana

ଦେଶର ପ୍ରଥମ ସିଡିଏସ୍‌ ହେଲେ ସେନାଧ୍ୟକ୍ଷ ବିପିନ୍‌ ରାଓ୍ୱତ

Ratnamani Maharana

ଦିଲ୍ଲୀ ନିର୍ବାଚନରେ ପୁଣି ବାଜି ମାରିନେଲା ଆପ୍‌

Ratnamani Maharana

ପୁଣିଥରେ ‘ମୃତ୍ୟୁ ପରଓ୍ଵାନା’ ଉପରେ ରହିତାଦେଶ ଜାରି ପାଇଁ ଅପରାଧୀ ଅକ୍ଷୟ ହେଲା କୋର୍ଟଙ୍କ ଦ୍ୱାରସ୍ଥ

Ratnamani Maharana

ଜାତୀୟ ସଙ୍ଗୀତ ଗାଇ ଲିଭାଇଦେଲେ ସିଏଏ ନିଆଁ

Ratnamani Maharana

୯୨ ତମ ଓସ୍କାର ଆୱାର୍ଡ, ପାରାସାଇଟ ଶ୍ରେଷ୍ଠ ଫିଲ୍ମ

Ratnamani Maharana