News

ଏୟାର୍ ଇଣ୍ଡିଆକୁ ତେଲ ଦେବାକୁ ମନାକଲେ ତୈଳ କମ୍ପାନୀ

Air India

ଆର୍ଥିକ ସଙ୍କଟ ମଧ୍ୟରେ ଫସିଥିବା ସରକାରୀ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆକୁ ଆଜି ଝଟ୍‌କା ଲାଗିଛି। ଦୀର୍ଘ ୨୦୦ ଦିନ ହେଲା ବିମାନ ଉଡ଼ାଣ ପାଇଁ ତେଲ ଯୋଗାଇ ଦେଉଥିବା କମ୍ପାନୀଗୁଡ଼ିକୁ ସଂସ୍ଥା ପକ୍ଷରୁ ଟଙ୍କା ଦିଆଯାଇନଥିବାରୁ ଉକ୍ତ କମ୍ପାନୀଗୁଡ଼ିକ ଆଜି ଏୟାର ଇଣ୍ଡିଆ ବିମାନ ସେବା ସଂସ୍ଥାକୁ ତେଲ ଦେବାକୁ ରୋକଠୋକ ମନା କରିଦେଇଛନ୍ତି। ଏୟାର ଇଣ୍ଡିଆର ୬ଟି ତେଲ ଟାଙ୍କିରେ ଆଜି ତୈଳ ପହଞ୍ଚି ପାରିନାହିଁ। ଏହି କାରଣରୁ ବିମାନ ସେବା ଯୋଗାଇବା ଏୟାର ଇଣ୍ଡିଆ ପକ୍ଷେ କଷ୍ଟ ସାଧ୍ୟ ହେବ ବୋଲି ଆଶଙ୍କା କରାଯାଉଛି।

ସୂଚନା ଅନୁଯାୟୀ, ତୈଳ ଯୋଗାଣର ୯୦ ଦିନ ମଧ୍ୟରେ ଟଙ୍କା ଦେବାର ନିୟମ ରହିଛି। ହେଲେ ଏୟାର ଇଣ୍ଡିଆ ପ୍ରାୟ ୨୦୦ ଦିନ ହେଲା ତୈଳ ବାବଦ ଅର୍ଥ  ପୈଠ କରିନାହିଁ। ବିଭିନ୍ନ ତୈଳ କମ୍ପାନୀଗୁଡ଼ିକ ଏୟାର ଇଣ୍ଡିଆଠାରୁ ପ୍ରାୟ ୪୫୦୦ କୋଟି ଟଙ୍କା ପାଇବାକୁ ଅଛି। ଏହି କାରଣରୁ ଇଣ୍ଡିଆନ ଅଏଲ କର୍ପୋରେସନ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ପକ୍ଷରୁ ଏୟାର ଇଣ୍ଡିଆକୁ ତେଳ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ପଢନ୍ତୁ: ତାମିଲନାଡୁରେ ହାଇଆଲର୍ଟ : ତାମିଲନାଡ଼ୁରେ ଲସ୍କର-ଇ- ତଏବାର ୬ ଜଣ ଆତଙ୍କବାଦୀଙ୍କ ପ୍ରବେଶ

Related posts

କୁଆଖାଇ ପଠାରୁ ଦରପୋଡା ଶବ ମିଳିବା ଘଟଣା : ବୟଫ୍ରେଣ୍ଡ ମାଷ୍ଟର ମାଇଣ୍ଡ !

ENO Beuro

ଭାରତୀୟ ଯୁବକଙ୍କୁ ଚାକିରୀ ଦେବ ଗୁଗୁଲ

Ratnamani Moharana

ଟ୍ରାଫିକ୍ ପୋଲିସ ଫାଇନ କରିବାରୁ ବିଚ୍ ରାସ୍ତାରେ ନିଜ ବାଇକରେ ନିଆଁ ଲଗାଇଦେଲେ ଯୁବକ

Ratnamani Moharana

1 comment

Leave a Comment