ଆଜିଠାରୁ ଆରମ୍ଭ ହେଲା ଭୁବନେଶ୍ୱରରୁ ରାୟପୁରକୁ ବିମାନ ସେବା

ଭୁବନେଶ୍ୱରରୁ ରାୟପୁରକୁ ଉଡିଲା ବିମାନ। ଏୟାର ଓଡ଼ିଶା ପକ୍ଷରୁ ଆଜିଠାରୁ ବିଧିବଦ୍ଧ ଭାବେ ଏହି ସେବା ଆରମ୍ଭ ହେଲା। ସକାଳ ୬ଟା ୧୦ରେ ଭୁବନେଶ୍ୱରରୁ ବିମାନ ଉଡ଼ାଣ ଆରମ୍ଭ କରିଥିଲା। ମାତ୍ର ଦେଢଘଣ୍ଟା ପରେ ଅର୍ଥାତ୍ ୭ଟା ୪୦ରେ ରାୟପୁରରେ ପହଞ୍ଚିଛି।

ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ଏହି ନୂତନ ବିମାନସେବାର ଆଜି ଶୁଭାରମ୍ଭ କରିଛନ୍ତି। ୧୮ ସିଟ୍ ବିଶିଷ୍ଟ ଏହି ବିମାନରେ ୨ଜଣ ପାଇଲଟ୍ ଓ ଜଣେ କ୍ୟାବିନ୍‌ କ୍ରୁ ରହିବେ। ଆସନ୍ତା ଦିନରେ ଏହି ବିମାନ ଉଡାଣ ଯୋଜନାରେ ସାମିଲ ହୋଇ ଝାରସୁଗୁଡା ଓ ରାଉରକେଲା ଯାତ୍ରା କରିବ। ତେବେ ଏହି ବିମାନ ସେବା ବେଶ୍‌ ଉପଯୋଗୀ ହେବ ବୋଲି ଯାତ୍ରୀ କହିଛନ୍ତି।

ରବିବାର ବ୍ୟତୀତ ସପ୍ତାହର ଅନ୍ୟ ୬ ଦିନ ସକାଳ ୬ଟା ୧୦ରେ ଭୁବନେଶ୍ୱରରୁ ଏହି ବିମାନ ଉଡ଼ାଣ ଆରମ୍ଭ କରିବ। ରାୟପୁରରେ ୭ଟା ୪୦ରେ ପହଞ୍ଚି ସେଠାରୁ ପୁଣି ଅପରାହ୍ଣ ୧୨ଟା ୧୫ରେ ବାହାରି ଭୁବନେଶ୍ୱରରେ ଅପରାହ୍ଣ ୧ଟା ୪୫ରେ ପହଞ୍ଚିବ। ଯାତ୍ରୀ ପିଛା ଟିକେଟ୍‍ ମୂଲ୍ୟ ୪,୪୯୯ ଟଙ୍କା ରହିଛି।

ପଢନ୍ତୁ;ତାତିରୁ ମିଳିଲା ତ୍ରାହି:୨୫ ତାରିଖରୁ ସକ୍ରିୟ ହେବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ମାତ୍ର ଦେଢଘଣ୍ଟା ପରେ ଅର୍ଥାତ୍ ୭ଟା ୪୦ରେ ରାୟପୁରରେ ପହଞ୍ଚିଛି। - 4.2

84%

ସକାଳ ୬ଟା ୧୦ରେ ଭୁବନେଶ୍ୱରରୁ ବିମାନ ଉଡ଼ାଣ ଆରମ୍ଭ କରିଥିଲା। - 4.2

83%
4.2/5

Very Good!

ଆଜିଠାରୁ ଆରମ୍ଭ ହେଲା ଭୁବନେଶ୍ୱରରୁ ରାୟପୁରକୁ ବିମାନ ସେବା

ଭୁବନେଶ୍ୱରରୁ ରାୟପୁରକୁ ଉଡିଲା ବିମାନ। ଏୟାର ଓଡ଼ିଶା ପକ୍ଷରୁ ଆଜିଠାରୁ ବିଧିବଦ୍ଧ ଭାବେ ଏହି ସେବା ଆରମ୍ଭ ହେଲା। ସକାଳ ୬ଟା ୧୦ରେ ଭୁବନେଶ୍ୱରରୁ ବିମାନ ଉଡ଼ାଣ ଆରମ୍ଭ କରିଥିଲା। ମାତ୍ର ଦେଢଘଣ୍ଟା ପରେ ଅର୍ଥାତ୍ ୭ଟା ୪୦ରେ ରାୟପୁରରେ ପହଞ୍ଚିଛି।

3/5 Votes: 1 user

You're not rated yet