EnewsOdia.Com

ଓଡ଼ିଶାର ବେଲପାହାଡ ଓ ତାଳଚେର ପବନରେ ବିଷ!

ଅନୁଗୁଳ ଜିଲ୍ଲାର ତାଳ‌ଚେର ଓ ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ସହର‌ରେ ପବନ ବିଷାକ୍ତ ହୋଇଗଲାଣି। ଦେଖାଯାଉ ନ ଥିଲେ ମଧ୍ୟ ମଣିଷ, ଜୀବଜନ୍ତୁ, ବୃକ୍ଷଲତାଙ୍କ ପାଇଁ ବିପଦ ସୃଷ୍ଟି କରିଛି ଏଠାକାର ବାୟୁ। ସୁଇଜରଲାଣ୍ଡସ୍ଥିତ ଆଇକ୍ୟୁଏୟାର(ଇଣ୍ଟରନ୍ୟାସନାଲ କ୍ବାଲିଟି ଏୟାର) ସଙ୍ଗଠନ ପକ୍ଷରୁ ୨୦୧୯ ମସିହା ପାଇଁ ବିଶ୍ୱର ୯୮ଟି ଦେଶର ବିଭିନ୍ନ ସହରର ବାୟୁ ପ୍ରଦୂଷଣର ମାତ୍ରାକୁ ନେଇ ସର୍ଭେ କରାଯିବା ପରେ ଏଭଳି ଚିନ୍ତା ଉଦ୍ରେକକାରୀ ରିପୋର୍ଟ ପ୍ରକାଶ ପାଇଛି।ଦେଶର ୯୦ଟି ବାୟୁ ପ୍ରଦୂଷିତ ସହର ମଧ୍ୟରୁ ବେଲପାହାଡ଼ ୩୯ତମ ସ୍ଥାନରେ ଥିବା ବେଳେ ତାଳଚେର ୭୦ତମ ସ୍ଥାନରେ ରହିଛି।

ତେବେ ଦେଖାଯାଇଛି ଯେ ୨୦୧୯ରେ ‌ବେଲପାହାଡ଼ରେ ବାର୍ଷିକ ହାରାହାରି ପିଏମ୍‌-୨.୫ର ମାତ୍ରା ୪୭.୬ ମାଇକ୍ରୋଗ୍ରାମ୍‌ ରହିଥିଲା। ଶୀତ ଦିନେ ଏହା ଆହୁରି ବୃଦ୍ଧି ପାଇ ଜାନୁଆରି ମାସରେ ୮୯.୭ରେ ପହଞ୍ଚିଥିଲା। ସେହିପରି ତାଳଚେରରେ ହାରାହାରି ମାତ୍ରା ୩୮.୪ ମାଇକ୍ରୋଗ୍ରାମ୍‌ ଥିବା ବେଳେ ଜାନୁଆରିରେ ପ୍ରତି ଘନ ମିଟର ପ୍ରତି ୮୮.୨ ମାଇକ୍ରୋଗ୍ରାମ୍‌ ରହିଥିଲା। ଏହାର ମାତ୍ରା ଅତ୍ୟଧିକ ରହିବା ଦ୍ବାରା ଲୋକଙ୍କ ଫୁସ୍‌ଫୁସ୍‌ ଓ ହୃତପିଣ୍ଡ ପାଇଁ କ୍ଷତିକାରକ।

ପଢନ୍ତୁ: ଗାଡି ଚାଳକଙ୍କ ପାଇଁ ସତର୍କ ଘଣ୍ଟି, ମାର୍ଚ୍ଚ ପହିଲାରୁ ପୁଣି ଜୋରଦାର ହେବ ଟ୍ରାଫିକ୍ କଟକଣା

ସମ୍ବନ୍ଧିତ ଖବର

ଏବେ କିନ୍ନର ଆଦାୟ କରିବେ ବିଏମ୍‌ସି ଟିକସ

Ratnamani Maharana

ଭାଇରାଲ୍‌ ହେଉଛି କରୋନା ଭାଇରସ୍‌ ସଚେତନତା ବାର୍ତ୍ତା ବିଶିଷ୍ଟ ନୃତ୍ୟ

Ratnamani Maharana

ଓଡ଼ିଶାର ବିଭିନ୍ନ ସ୍ଥାନରେ ଶୀତ ଲହରୀ ଏବଂ ତୁଷାରପାତ

Ratnamani Maharana

ମୋ ସରକାର’ କାର୍ଯ୍ୟକ୍ରମ ସମୀକ୍ଷା କରୁଛନ୍ତି ସଚିବ ଭି.କେ ପାଣ୍ଡିଆନ

Ratnamani Maharana

ଶୀତ ପାଇଁ ବନ୍ଦ କେଦାରନାଥ ମନ୍ଦିର

Ratnamani Maharana

ଓଡିଶା ପୋଲିସର ସବୁଠାରୁ ବୁଦ୍ଧିଆ କୁକୁର ‘କାଜଲ’

Ratnamani Maharana