News

ଇରାକର ଆଇଏସ କ୍ୟାମ୍ପ ଉପରେ ଆମେରିକାର ଏୟାରଷ୍ଟ୍ରାଇକ

Main Lead Longreads Syria Airstrikes

ଇରାକରେ ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ ଷ୍ଟେଟ୍‌ (ଆଇଏସ) କ୍ୟାମ୍ପ ଉପରେ ଆମେରିକା ପୁଣି ଥରେ ଏୟାରଷ୍ଟ୍ରାଇକ କରିଥିବା ଜଣାପଡିଛି । ଆଇଏସ କ୍ୟାମ୍ପ ଉପରେ ଆମେରିକା ୩୬ ହଜାର କିଲୋଗ୍ରାମର ବୋମା ପକାଯାଇଛି । ଏହି ସବୁ ବୋମା ଆମେରିକା ନିଜର ଆଧୁନିକ ଏଫ-୩୫ ଓ ଏଫ-୧୫ ଲଢୁଆ ବିମାନରୁ ପକାଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାକର ମୋସୁଲରେ ସୀରିୟା ଏବଂ ଜଜୀରା ମରୁଭୂମି ଅଞ୍ଚଳ ବ୍ୟତୀତ କିର୍କୁକ ଏବଂ ମଖମୋରରେ ଆଇଏସ କ୍ୟାମ୍ପ ଗଢି ଉଠିଥିବା ନେଇ ଆମେରିକା ନିକଟରେ ଖବର ଥିଲା। ଇରାକର ସମସ୍ତ ଆଇଏସ କ୍ୟାମ୍ପକୁ ଧ୍ବଂସ କରିବାକୁ ଆମେରିକାର ଲକ୍ଷ୍ୟ ଥିଲା। ତେବେ ଇରାକର ଦିଗଡି ନଦୀ ମଧ୍ୟରେ ଥିବା ଏକ ଦ୍ୱୀପରେ ଆମେରିକା ଏହି ବୋମା ପକାଇଛି । ଆଇଏସ ବିରୋଧରେ ଚାଲିଥିବା ଆମେରିକାର ଅଭିଯାନ ଆଧାରରେ ସେପ୍ଟେମ୍ବର ୧୦ରେ ଅର୍ଥାତ୍ ମଙ୍ଗଳବାର ଦିନ ଇରାକ ଉପରେ ଏହି ଆକ୍ରମଣ ହୋଇଛି । ଆମେରିକାର ଏହି ଏୟାରଷ୍ଟ୍ରାଇକକୁ ଇରାକ ସୁରକ୍ଷାକର୍ମୀମାନେ ମଧ୍ୟ ସମର୍ଥନ ଜଣାଇଥିଲେ ।

ପ୍ରଥମ ଥର ଆଇଏସ ମୁକାବିଲା ପାଇଁ ଆମେରିକା ଏଫ-୩୫ର ବ୍ୟବହାର କରିଛି । ଲଢୁଆ ବିମାନ ଏଫ-୩୫ରେ ୮,୧୦୦ କିଲୋଗ୍ରାମର ଅସ୍ତ୍ରଶସ୍ତ୍ର ନେବାର ସକ୍ଷମ ରହିଥିବା ବେଳେ ଏଫ-୧୫ ଲଢୁଆ ବିମାନରେ ୧୩,୩୮୦ କିଲୋଗ୍ରାମର ସକ୍ଷମ ରହିଛି । ଏହା ପୂର୍ବରୁ ଗତ ବର୍ଷ ସେପ୍ଟେମ୍ବର ମାସରେ ଆଫଗାନିସ୍ତାନର ତାଲିବାନ ଉପରେ ଆକ୍ରମଣ ବେଳେ ଆମେରିକା ଏଫ-୩୫ ଲଢୁଆ ବିମାନର ବ୍ୟବହାର କରିଥିଲା।

Air Strike125 300x211

ଆମେରିକା ଓ ଇରାକ ମଧ୍ୟରେ ହୋଇଥିବା ବୁଝାମଣା ପରେ ଏହି ଅଞ୍ଚଳରେ ଦ୍ୱିତୀୟ ଥର ପାଇଁ ବଡ ଧରଣର ଏୟାରଷ୍ଟ୍ରାଇକ ହୋଇଛି । ଇରାକର ପ୍ରଧାନମନ୍ତ୍ରୀ ହାଇଦର-ଅଲ-ବାବଦୀ ଆଇଏସ ସଂପୂର୍ଣ୍ଣ ବିନାଶ ହୋଇଯାଇଥିବା ନେଇ ୨୦୧୭ରେ ଦାବି କରିଥିଲେ ମଧ୍ୟ ଏପରି ହୋଇନଥିଲା । ଏହି ଅଞ୍ଚଳ​ରେ ଆଇଏସର ଅନେକ ସଂଖ୍ୟାରେ ସ୍ଲିପର ସେଲ୍ ରହିଥିଲେ। ଏହି ସେଲ୍‌ ଆତଙ୍କବାଦକୁ ଜୀବନ୍ତ ରଖିଥିଲେ ।

ପଢନ୍ତୁ: ଲ୍ୟାଣ୍ଡର ‘ବିକ୍ରମ’ ସହ ଯୋଗାଯୋଗ କରିବାକୁ ଆଗେଇ ଆସିଲା ନାସା

Related posts

ଅମୃତସର ରେଳ ଦୁର୍ଘଟଣା:ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧି,ଆହୁରି ବଢିପାରେ

ENO Beuro

ପିଆଜ ଆଣିଛି ସଙ୍କଟ : ଚାରି ମାସ ଧରି ଦର ଅସ୍ଥିର

ENO Beuro

ଛାତ ଭୁଶୁଡ଼ି ୫ ବର୍ଷୀୟ ଶିଶୁର ମୃତ୍ୟୁ , ଗୋଟିଏ ପରିବାର ୩ ଆହତ

ENO Beuro

Leave a Comment