ବାଲାକୋଟ କ୍ଷୟକ୍ଷତି ସମୀକ୍ଷା ବିବାଦ: ପ୍ରମାଣ ଦେଲା ବାୟୁସେନା

balakot airstrike damage

ଭାରତର ବାଲାକୋଟ ଉପରେ ଏୟାର ଷ୍ଟ୍ରାଇକରେ ପାକିସ୍ତାନର କେତେ ଆତଙ୍କବଦୀ ନିହତ ହୋଇଛନ୍ତି ତାହା ଅସ୍ପଷ୍ଟ। ପାକିସ୍ତାନ ପଟୁ କୌଣସି ସଠିକ ତାଲିକା  ଦିଆନଯିବାରୁ ଭାରତରେ ଦେଖାଦେଇଛି ରାଜନୈତିକ ବିବାଦ । ଏହି ବିବାଦରେ ବିରୋଧୀ ଦଳ କ୍ଷୟକ୍ଷତିର ହିସାବ ମାଗୁଥିଲାବେଳେ ନିକଟରେ ରାଜନାଥ ସିଂ ଏହାର ଜବାବରେ ଏଆର ଷ୍ଟ୍ରାଇକ ସମୟରେ ସେଠାରେ ୩୦୦ ମୋବାଇଲ କଣ ଗଛ ଧରିଥିଲେ ବୋଲି କହିଥିଲେ।

ବାଲାକୋଟରେ କେତେ କ୍ଷୟକ୍ଷତି ହୋଇଛି ଏନେଇ ବାୟୁସେନା ବିଭାଗ ଏକ ୧୨ପ୍ରୁଷ୍ଠା ସମ୍ବଳିତ ଦସ୍ତାବିଜ  ଦାଖଲ କରିଛି କେନ୍ଦ୍ର ସରକାରଙ୍କ ନିକଟରେ। ସେହି ଦସ୍ତାବିଜରେ ଆକ୍ରମଣ ପୂର୍ବ, ପରର ଟାର୍ଗେଟ ସ୍ଥଳର ହାଇ ରେଜଲୁସନ ଦୃଶ୍ୟ   ମଧ୍ୟ ସାମିଲ ରହିଛି।  ଏହି ରିପୋଟରେ ବାୟୁ ସେନା ଦାବି କରିଛି ଯେ, ଯୁଦ୍ଧ ବିମାନରୁ ଯେତିକି ବୋମା ବ୍ୟବହର କରଯାଇଥିଲା ସେଥିରୁ ୮୦  ପ୍ରତିଶତ ଟାର୍ଗେଟ  ହାସଲ କରିବାରେ ସକ୍ଷମ ହୋଇଛି।

ବାୟୁସେନା ପ୍ରମାଣକୁ ରୟଟର୍ସ ରିପୋର୍ଟରେ ଅସ୍ଵୀକାର

ବିଦେଶୀ ସମ୍ବାଦ ସରବରାହ ସଂସ୍ଥା ଏହି ରିପୋର୍ଟକୁ ଖଣ୍ଡନ  କରି ଏହି ଫୋଟୋ ଏୟାର ଷ୍ଟ୍ରାଇକ ୬ ଦିନ ପରର ଅର୍ଥାତ ମାର୍ଚ ୪ ର ବୋଲି କୁହାଯାଇଛି। ଏବେ ବାୟୁସେନା ଦ୍ଵାରା ପ୍ରଦତ୍ତ ଫଟୋରେ ଜୈସର ୬ ଟି କୋଠା ଦେଖାଯାଉଥିଲା ଗତ ବର୍ଷ ଏପ୍ରିଲରେ ନିଆଯାଇଥିବା ଫଟୋ ସହ ମେଳ ଖାଉଥିବାରୁ ଏହା ସମାନ ବୋଲି କୁହାଯାଉଛି।

ପଢନ୍ତୁ:  ରାଫେଲର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଚୋରି

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More