Featured

ଏୟାର୍ଟେଲ ର ନୂଆ ୧୦୦% କ୍ୟାସବ୍ୟାକ ଅଫର ବିଷୟରେ ଜାଣନ୍ତୁ

ଏୟାର୍ଟେଲ ଓ ଭୋଡାଫୋନ ଭଳି ଟେଲିକମ କମ୍ପାନୀ ମାନେ ରିଲାନ୍ସ ଜିଓ କୁ ଟକ୍କର ଦେବାପାଇଁ ଲଗାତାର ନୂଆ ନୂଆ ପ୍ଳାନ ଲଞ୍ଚ କରିବାରେ ଲାଗିଛନ୍ତି । ଏହି କ୍ରମରେ, ପୂଜା ବଜାରକୁ ସରଗରମ କରିବା ପାଇଁ ଏୟାର୍ଟେଲ ଏକ ନୂଆ ଫେଷ୍ଟିଭାଲ ଅଫର ଆଣିଛି । ଏଥିରେ ୧୦୦% କ୍ୟାସବ୍ୟାକ ଅଫର ରହିଛି ।  ଏହା ୩୪୯ ଟଙ୍କାରେ ଉପଲବ୍ଧ ଏବୋଂ ଏହାର ସମୟ ଅବଧି ରହିଛି । ଆଗରୁ ଏହିଭଳି ଏକ ଅଫର ଜିଓ ଆଣିଥିଲା, ଯେଉଥିରେ ୩୯୯ ଟଙ୍କାର ରିଚାର୍ଜ କରିବାକୁ ପଡୁଥିଲା ।

ଏବେ ଏହି ଅଫର ବିଷୟରେ ଜାଣନ୍ତୁ :

ଏହି ପ୍ଳାନ ରେ ବ୍ୟବହାରକାରୀଙ୍କୁ ୨୮ ଦିନ ପର୍ଯ୍ୟନ୍ତ ପ୍ରତିଦିନ ହିସାବରେ ୧ଜିବି ଡାଟା ମିଳିବ ଏବୋଂ ଆସିମୀତ କଲ କରିବା ସୁବିଧା ମିଳିବ ।

ଏୟାର୍ଟେଲର ୩୪୯ଟଙ୍କିଆ ପ୍ଳାନ ଏକ ସମୟ ଅବଧି ପ୍ଳାନ ଅଟେ । କିନ୍ତୁ କେବେ ସରିବ ଏହାର ସୂଚିତ ନାହିଂ, ତେଣୁ ଏହା କେବେବି ସରିପାରେ । ।

ଏହି ଅଫରରେ କେତେଗୁଡିଏ ନିୟମ ରହିଛି । ଏହା ଏୟାର୍ଟେଲ ପ୍ରିପେଡ ଉପଭୋଗତାଙ୍କ ନିମିତ୍ତ ଉପଲବ୍ଧ ଅଟେ ଏବୋଂ ଏହାର କ୍ୟାସବ୍ୟାକ ଏକାଥରେ ମିଳିବନାହିଁ । ଆପଣ ୩୪୯ ଟଙ୍କା ରିଚାର୍ଜ କରିସାରିଲା ପରେ ଆପଣଙ୍କୁ ପୁରା ଟଙ୍କା ମିଳିଯିବ । କିନ୍ତୁ ଏଥିପାଇଁ ୭ ମାସ ସମୟ ଲାଗିବ । କାରଣ ଏହି ଟଙ୍କା ଇନ୍ସଟଲମେଣ୍ଟରେ ମିଳିବ । ଆପଣ ଏୟାର୍ଟେଲର ଆପ ବ୍ୟବହାର କରି ଏୟାର୍ଟେଲର ପେମେନ୍ଟ ବ୍ୟାଙ୍କରୁ ଏହି ଅଫରକୁ ରିଚାର୍ଜ କରିବାକୁ ପଡିବ ।

ଜାଣନ୍ତୁ କେବେ ମିଳିବ ଆପଣଙ୍କ ଟଙ୍କା:

ସବୁଠୁ ଆଗେ ଆମେ କହିରଖୁଚୁ ଯେ ପ୍ରଥମ ମାସରେ କୌଣସି ରିଫଣ୍ଡ ମିଳିବାନାହିଂ । ଦ୍ଵିତୀୟ ମାସଠାରୁ ଏହା ମିଳିବାକୁ ଆରମ୍ଭ କରିବ । ଗୋଟିଏ ତାରରେ କେବଳ ୫୦ ଟଙ୍କାର କ୍ୟାସବ୍ୟାକ ମିଳିବ ଏବୋଂ ୭ ମାସରେ ପୁରା ଟଙ୍କା ଆପଣଙ୍କୁ ମିଳିବ । ଏହି ଅଫର ଏୟାର୍ଟେଲ ଆପରେ ଉପଲବ୍ଧ ଅଛି ।

ଏୟାର୍ଟେଲ ର ନୂଆ ୧୦୦% କ୍ୟାସବ୍ୟାକ ଅଫର ବିଷୟରେ ଜାଣନ୍ତୁ   ଏୟାର୍ଟେଲ ର ନୂଆ ୧୦୦% କ୍ୟାସବ୍ୟାକ ଅଫର ବିଷୟରେ ଜାଣନ୍ତୁ

ପଢନ୍ତୁ, ଅଭ୍ୟାସ ବଦଳାନ୍ତୁ, ଜାଣନ୍ତୁ ଖାଦ୍ୟ ଖାଇବା ମଧ୍ୟରେ ପାଣି ପିଇଲେ କଣ ହୋଇଥାଏ

Related posts

ଅଜଣା ନମ୍ବରର କଲ ଡିଟେଲ୍ସ ଜାଣିବା ପାଇଁ ଆପଣାନ୍ତୁ ଏହି ଫର୍ମୁଲା

Krishna Kumar Manoj

ଆସନ୍ତୁ ଜାଣିବା ଯୋଗ ର ଆବଶ୍ୟକତା ଓ ଏହାର କିଛି ଶାରୀରିକ ଉପକାର ସମ୍ବନ୍ଧରେ

Krishna Kumar Manoj

ଆସନ୍ତୁ ଜାଣିବା କର୍ପୂର ର ଉପକାରୀତା ଓ ଏହାର କେତେକ ଘରୋଇ ବ୍ୟବହାର ବିଷୟରେ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More