• Home
  • Entertainment
  • ଦୀର୍ଘ ୮ ବର୍ଷ ପରେ ଏକାଠି ଗୋଟିଏ ଚଳଚ୍ଚିତ୍ରରେ ନଜର ଆସିବେ ଐଶ୍‌-ଅଭି
Entertainment

ଦୀର୍ଘ ୮ ବର୍ଷ ପରେ ଏକାଠି ଗୋଟିଏ ଚଳଚ୍ଚିତ୍ରରେ ନଜର ଆସିବେ ଐଶ୍‌-ଅଭି

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିନେତା ଅଭିଷେକ ବଚ୍ଚନ ଦୀର୍ଘ ୮ ବର୍ଷ ପରେ ଏକାଠି ଗୋଟିଏ ଚଳଚ୍ଚିତ୍ରରେ ନଜର ଆସିବେ। ପୂର୍ବରୁ ଐଶ୍ୱର୍ଯ୍ୟା ଓ ଅଭିଷେକ ୨୦୧୦ରେ ନିର୍ଦେଶକ ମଣି ରତ୍ନଙ୍କ ‘ରାବଣ’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହାପରେ ସେମାନେ ଏକାଠି କୌଣସି ଚଳଚ୍ଚିତ୍ର ନଜର ଆସିନଥିଲେ।

ଏବେ ଐଶ୍ୱର୍ଯ୍ୟା ଫିଲ୍ମ ‘ଫନ୍ନେ ଖାନ୍‌’ ମାଧ୍ୟମରେ ପରଦାକୁ ଫେରିଥିବା ବେଳେ ଖୁବ୍‌ ଶୀଘ୍ର ପରଦା ଉପରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ନିଜର ଯାଦୁ ଚଳାଇବେ ବୋଲି ଜଣା ପଡ଼ିଛି । ଦୀର୍ଘ ୮ବର୍ଷର ବ୍ୟବଧାନ ପରେ ଦୁହେଁ ଫିଲ୍ମ ‘ଗୁଲାବ୍‌ ଜାମୁନ୍‌’ ଜରିଆରେ ପରଦା ଉପରେ ଅଭିନୟର ଯାଦୁ ପୁଣି ଥରେ ଚଳାଇବେ ବୋଲି ଜଣା ପଡ଼ିଛି । ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଅନୁରାଗ କଶ୍ୟପ ଥିବା ବେଳେ ଏହାର ନିର୍ଦ୍ଦେଶକ କିଏ ହେବେ ତାହା ସ୍ପଷ୍ଟ ହୋଇନାହିଁ ।

ଦୀର୍ଘ ୮ ବର୍ଷ ପରେ ଏକାଠି ଗୋଟିଏ ଚଳଚ୍ଚିତ୍ରରେ ନଜର ଆସିବେ ଐଶ୍‌-ଅଭି ଦୀର୍ଘ ୮ ବର୍ଷ ପରେ ଏକାଠି ଗୋଟିଏ ଚଳଚ୍ଚିତ୍ରରେ ନଜର ଆସିବେ ଐଶ୍‌-ଅଭି Abhi Ash hiatus

ପଢନ୍ତୁ; ଘର ସିଡି ତିଆରି କରିବା ବେଳେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା, ନଚେତ ପଡ଼ିପାରନ୍ତି ଅନେକ ଅସୁବିଧାରେ!

Related posts

ସଡକ ସିନେମାର ସୀକ୍ୱେଲରେ ନଜର ଆସିବେ ସଂଜୟ ଦତ

Krishna Kumar Manoj

ଅନଲାଇନ୍ ଭୋଟିଂ ଜରିଆରେ ନିଜର ପ୍ରିୟ ପ୍ରତିଭାଙ୍କୁ ଜିତାନ୍ତୁ, ରେଡ଼ିଓ ଚକୋଲେଟ୍ ଏଫଏମ ଆଣିଛି ସୁଯୋଗ

Krishna Kumar Manoj

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସାମିଙ୍କ ପରଲୋକ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More