Entertainment

ମୁମ୍ବାଇଠାରେ ଦାମୀ ଘର କିଣିଲେ ଐଶ୍‌-ଅଭି, ଜାଣନ୍ତୁ ଏହି ଘରର ଦାମ୍ କେତେ?

ନିଜର ମନପସନ୍ଦ ସେଲିବ୍ରେଟି ମାନଙ୍କ ଜୀବନଶୈଳୀ ବିଷୟରେ ଜାଣିବାକୁ ସମସ୍ତେ ଆଗ୍ରହୀ ଥାଆନ୍ତି। ଏପରିକି ତାଙ୍କ ପ୍ରିୟ ଷ୍ଟାର କଣ ପିନ୍ଧନ୍ତି, କଣ ଖାଆନ୍ତି ଏସବୁ ବିଷୟରେ ଜାଣିବା ପାଇଁ ଫ୍ୟାନମାନେ ଖୁବ ଆଗ୍ରହ ଦେଖାଇଥାଆନ୍ତି। ଏବେ ଐଶ୍ୱର୍ଯ୍ୟା-ଅଭିଷେକଙ୍କ ନୂଆ ଘର ଫଟୋ ବାହାରକୁ ଆସିଛି। ଏହା ମଧ୍ୟ ମୁମ୍ବାଇରେ ଅବସ୍ଥିତ।

ଜାଣନ୍ତୁ ଏହାର ଦାମ କେତେ ରହିଛି-

ଐଶ୍ୱର୍ଯ୍ୟା-ଅଭିଷେକ ଏହି ଘର ୨୧ କୋଟି ଟଙ୍କା ଦେଇ କିଣିଛନ୍ତି। ଏହି ଘର ଦୁହେଁ ୨୦୧୫ରେ କିଣିଥିଲେ। ଏଥିରେ କାହାର ଟଙ୍କା ଅଧିକ ଲାଗିଛି ଏହା ଆମକୁ ଜଣାନାହିଁ। ସାଢେ ୫ହଜାର ବର୍ଗ ଫୁଟରେ ର୍ନିମିତ ହୋଇଛି ଘର। ଅର୍ଥାତ ବର୍ଗ ଫୁଟରେ ପିଛା ୩୫ହଜାର ଟଙ୍କା ମୂଲ୍ୟ ପଡ଼ିଛି। ତଲାଟି ଏବଂ ପନ୍ଥକୀ ଆସୋସିଏଟସ ଏହି ଘର ଡିଜାଇନ କରିଛନ୍ତି। ସୋନମ କପୁର ମଧ୍ୟ ଏହି ଠାରେ ଏକ ଘର ବୁକ କରିଛନ୍ତି। ଐଶ୍ୱର୍ୟ୍ୟା-ଅଭିଶେକ ଏବେ ମଧ୍ୟ ପୁରୁଣା ଘରେ ଅମିତାଭ ଓ ଜୟାଙ୍କ ସହ ଜଲସାରେ ରହୁଛନ୍ତି । ମାତ୍ର ତାଙ୍କ ପାଖରେ ଆହୁରି ଅନେକ ଠିକଣା ରହିଛି । ବର୍ଲିର ଆନିବେସାନ୍ତ ରୋଡ ସ୍କାଇଲାର୍କ ଟାୱରରେ ମଧ୍ୟ ତାଙ୍କର ଘର ରହିଛି । ଆଉ ଏକ ଘର ଦୁବାଇରେ ମଧ୍ୟ ଅଛି ।

ପଢନ୍ତୁ; କାବୁଲରେ ବିସ୍ଫୋରଣ, ୬୦ରୁ ଅଧିକ ମୃତ !

Related posts

ହକି ବିଶ୍ଵକପରେ ତରକା ମେଳି: ଆସିବେ ଅମିତାଭ,ଆମିର,ସଚିନ!

ENO Beuro

“ମୁ ତୁମର” ଆଲବମ ଟିର ଷ୍ଟୁଡିଓ ଭର୍ସନ ୟୁଟ୍ୟୁବୁ ରେ ୨ ମିଲିୟନ ଟପି ଏବେ ଚର୍ଚାରେ

ENO Beuro

ପୁରୁଣା ପ୍ରେମୀଯୁଗଳ ଅକ୍ଷୟ କୁମାର ଓ ଶିଳ୍ପା ସାମ୍ନା ସାମ୍ନି ହେଲେ ଆୱାର୍ଡ ଶୋରେ

ENO Beuro

Leave a Comment