Entertainment

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସ୍ୱାମୀଙ୍କ ସହ କାମ କରିବାକୁ ଅରାଜି

ସ୍ୱାମୀଙ୍କ ସହ କାମ କରିବାକୁ ଚାହୁଁ ନାହାଁନ୍ତି

ଆଜି ହେଉଛି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସୁପୁତ୍ର ତଥା ଲୋକପ୍ରିୟ ଅଭିନେତା ଅଭିଷେକ ବଚ୍ଚନଙ୍କ ଜନ୍ମଦିନ। ସେ ଆଜି ନିଜର ୪୨ତମ ଜନ୍ମଦିନ ସେଲିବ୍ରେଟ୍‌ କରୁଛନ୍ତି। ଲିଉଡ଼୍‍ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜିକାଲି ନୂଆ ସିନେମାରେ କାମ କରିବାକୁ ସହଜରେ ରାଜି ହେଉ ନାହାନ୍ତି। ସେ ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନଙ୍କ ସହିତ କୌଣସି ସିନେମାରେ କାମ କରିବାକୁ ।

ଐଶ୍ୱର୍ଯ୍ୟା ମାଆ ହେବା ପରେ‘ଏ ଦିଲ୍‌ ହେ ମୁସ୍କିଲ୍‌’ ଓ ‘ସରବଜିତ୍‌’ ଆଦି ସିନେମାରେ ଅଭିନୟ କରିବା ପରେ ବଲିଉଡ଼୍‍ରେ ବେଶ୍‌ ଚର୍ଚ୍ଚିତା ହୋଇଛନ୍ତି। ତାଙ୍କର ଜବରଦସ୍ତ କ୍ରେଜ୍‌ ମଧ୍ୟ ରହିଛି। ତାଙ୍କୁ ନୂଆ ସିନେମାରେ ନେବା ଲାଗି ପ୍ରଯୋଜକମାନଙ୍କ ମଧ୍ୟରେ ଆଗ୍ରହ ମଧ୍ୟ ଦେଖିବାକୁ ମିଳୁଛି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କର ନୂଆ ସିନେମା ‘ଫନ୍ନେ ଖାନ୍‌’ର ସୁଟିଂରେ ବ୍ୟସ୍ତ ଅଛନ୍ତି।ଏହାପରେ ସେ ଅନ୍ୟ ଏକ ଫିଲ୍ମ ‘ରାତ୍‌ ଔର୍‌ ଦିନ୍‌’ର ରିମେକରେ ବି କାମ କରିବେ।

ପ୍ରାୟ ଦୁଇବର୍ଷ ତଳେ ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରିବାକୁ ଚାହିଁଥିଲେ ରାଜେଶ ସିଂହ । ବଲିଉଡ଼୍‍ରେ ଚର୍ଚ୍ଚା ହେଉଛି ଯେ ଐଶ୍ୱର୍ଯ୍ୟା ଜାଣିଶୁଣି ଅଧିକ ପାରିଶ୍ରମିକ ମାଗୁଛନ୍ତି ।ସେହି ସିନେମାରେ ସ୍ୱାମୀ ଅଭିଷେକଙ୍କ ସହିତ କାମ କରିବାକୁ ଚାହୁଁନଥିବା ହେତୁ ଏଭଳି କହି ବିଳମ୍ବ କରୁଛନ୍ତି।

ଅଭିଷେକ ଓ ଐଶ୍ୱର୍ଯ୍ୟା ୨୦୧୦ରେ ‘ରାବଣ’ ସିନେମାରେ ଏକାଠି କାମ କରିଥିଲେ। ଏହି ସିନେମାଟି ଫ୍ଲବ ହୋଇ ଥିଲା । ପରେ ଅନ୍ୟ କୌଣସି ଫିଲ୍ମରେ ଏକାଠି ନଜର ଆସି ନାହାନ୍ତି ଏହି କଳାକାର ଦଂପତି।ଐଶ୍ୱର୍ଯ୍ୟା ଖୁବ୍‌ ସତର୍କତାର ସହ ଫିଲ୍ମ ସାଇନ୍‌ କରୁଥିବା ହେତୁ ରାଜେଶଙ୍କ ଫିଲ୍ମରେ କାମ କରିବାକୁ ଚାହୁଁ ନାହାଁନ୍ତି ବୋଲି ବି ଚର୍ଚ୍ଚା ହେଉଛି।

ପଢନ୍ତୁ ;

ଟୁଇଟର୍‌ ଭିଡିଓ ମାଧ୍ୟମରେ ସ୍ୱାମୀଙ୍କ କବଳରୁ ରକ୍ଷା କରିବାକୁ ମହିଳାଙ୍କ ଆକୁଳ ନିବେଦନ

Related posts

‘ଦବଙ୍ଗ ୩’ରେ ସଲମାନଙ୍କ ବିପକ୍ଷରେ ନଜର ଆସିବେ ଏହି ହିରୋଇନ

ENO Beuro

ଫାଇନାଲ ହୋଇଛି ଦୀପିକା-ରଣବୀରଙ୍କ ବିବାହ ଡ଼େଟ୍! ଜାଣନ୍ତୁ କେବେ ଏବଂ କେଉଁଠି କରିବେ ବିବାହ

ENO Beuro

Padmalaya Nanda, Little Miss World Finalist Met Union Home Minister Rajnath Singh

ENO Beuro

Leave a Comment