ଭୋଗ୍ ମାଗାଜିନ୍ର କଭର୍ ପେଜ୍ରେ ଐଶ୍ୱର୍ଯ୍ୟା
ବଲିଉଡ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ଚର୍ଚାରେ । ବଲିଉଡ ବିୟୁଟି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଗାୟକ ଫରେଲ୍ ଓ୍ବିଲିୟମ୍ସଙ୍କୁ ଦେଖିବାକୁ ମିଳିଛି ଭୋଗ୍ ମାଗାଜିନ୍ର କଭର୍ ପେଜ୍ରେ । ଭାରତ ଆସିଥିବା ଏହି ବିଦେଶୀ ସିଙ୍ଗରଙ୍କ ସହ ମାଗାଜିନ୍ ପାଇଁ ଫଟୋ ଶୁଟ୍ କରିଛନ୍ତି ଐଶ୍ୱର୍ଯ୍ୟା ।
ଏପ୍ରିଲର ଏହି ମାଗାଜିନ୍ରେ ଐଶ୍ୱର୍ଯ୍ୟାଙ୍କ ସ୍କାଏ ବ୍ଲୁ କଲର ଗାଉନ୍ ସାଙ୍ଗକୁ ଫରେଲଙ୍କ ହୁଡି ଓ ଟ୍ରାକ୍ ପ୍ୟାଣ୍ଟ ଦେଖଣାହାରୀଙ୍କ ମନ ମୋହୁଛି । ବ୍ୟସ୍ତ ସମୟ ମଧ୍ୟରୁ କିଛି ସମୟ ବାହାର କରି ନୀଳ ନୟନା ଏହି ଫଟୋ ଶୁଟ୍ କରିଥିବା କହିଛନ୍ତି ।
ଏହାଛଡା ସେ ଆଗରୁ କଭର ପେଜ୍ ପାଇଁ ଫଟୋ ଶୁଟ୍ କରିଥିଲେ ସୁଦ୍ଧା କୌଣସି ବିଦେଶୀ ସେଲିବ୍ରିଟିଙ୍କ ସହ କଭର ପେଜ୍ ଫଟୋ ଶୁଟ୍ ବୋଧହୁଏ ତାଙ୍କ କ୍ୟାରିୟରରେ ପ୍ରଥମ ବୋଲି କୁହାଯାଉଛି । ଏବେ ଏହି ଫଟୋ ସୋସିଆଲ ମିଡିଆରେ ଶେୟାର ହେଉଥିବା ବେଳେ ଐଶଙ୍କ ଅନେକ ପ୍ରଶଂସକ ଏହାକୁ ବେଶ୍ ପସନ୍ଦ କରୁଛନ୍ତି ।
ପଢନ୍ତୁ ;
ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍ର ଚର୍ଚ୍ଚିତ ଯୋଡି ଦୀପିକା-ରଣବୀର , କେବେ ବିଭାହ କରିବେ ଜାଣନ୍ତୁ ?