ଏଥର ଦଶହରା ଉପଲକ୍ଷେ ରିଲିଜ୍ ହେବାକୁ ସଜବାଜ ହେଉଛନ୍ତି କେତୋଟି ଓଡ଼ିଆ ସିନେମା । ପ୍ରଥମ ଥର ପାଇଁ ନୂଆ ନାୟକ ସୋହମ ସିଂ ଙ୍କ ସହ ଲୋକପ୍ରିୟ ଦେବଯାନୀଙ୍କୁ ଦେଖିବାକୁ ମିଳିବ ଆଗାମୀ ସିନେମା ଅଜାତଶତ୍ରୁ ରେ । ଅଜାତଶତ୍ରୁ ଟିଜର ଏହି ନିକଟରେ ରିଲିଜ ହେଇଛି । ଏହାର ପ୍ରଯୋଜନା କରିଛନ୍ତି ନାୟକ ସୋହମ ସିଂ ।
ଅଜାତଶତ୍ରୁର ଏକ୍ସୋନ ଧମାକା ଦର୍ଶକଙ୍କୁ ମତୁଆଲା କରିବ । ଏହାସହ କାହାଣୀରେ ରହିଛି ବହୁ ମଜାଦାର ମୋଡ । ନୂଆ ରୂପରେ ଦେଖାଦେବେ ଦେବଯାନୀ ।
କାହାଣୀ ଅନୁଯାୟୀ ନାୟକ ଜଣେ ଗୁଣ୍ଡାଗିରି କରୁଥିବା ଯୁବକ, କିନ୍ତୁ ନାୟିକା ଏକ ସଚ୍ଚୋଟ ପୁଲିସ ଅଫିସର । ଏଭଳି ଦୁଇ ବିପରୀତଧର୍ମୀ ଯୁବକ-ଯୁବତୀଙ୍କ ପ୍ରେମ କାହାଣୀରେ ଏକ୍ସୋନ ଖୁନ୍ଦି ଦେଇଛନ୍ତି ନିର୍ଦ୍ଦେଶକ ବିଶ୍ଵ ଭୂଷଣ ମହାପାତ୍ର ।
ସୋହମ-ଦେବଯାନୀ ଯୋଡିଙ୍କୁ ଦର୍ଶକ ପ୍ରଥମ ଥର ପାଇଁ ପରଦା ଉପରେ ଦେଖିବେ । ଏହି ଯୋଡି କେତେ ସଫଳତା ହାସଲ କରୁଛି ଓ ଦର୍ଶକଙ୍କ ଦ୍ଵାରା କେତେ ପ୍ରଶଂସିତ ହେଉଛନ୍ତି ଜାଣିବାକୁ ବାକି ରହିଲା ।
ଟିଜରର ଧମାକା ଦେଖନ୍ତୁ ଏହି ଭିଡିଓରେ ।